ହେଡଲାଇନସ୍:

ଜିଲ୍ଲା ସ୍ତରୀୟ ଶିଶୁ ପ୍ରତିଯୋଗିତା "ହୌଶଲା" ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଜିଲ୍ଲାରେ ଥିବା ଶିଶୁ  ମାନଙ୍କ ଯତ୍ନ ନେଉଥିବା ଓ ସୁରକ୍ଷା ପ୍ରଦାନ କରୁଥିବା ଅନୁଷ୍ଠାନର ଶିଶୁ ମାନଙ୍କୁ ନେଇ  ଜିଲ୍ଲା ସ୍ତରୀୟ ଶିଶୁ ପ୍ରତିଯୋଗିତା "ହୌଶଲା-୨୦୧୯"  କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

    ଏହି କାର୍ଯ୍ୟକ୍ରମରେ ଜିଲ୍ଲାରେ ଥିବା ୫ଟି ଶିଶୁଙ୍କୁ ଯତ୍ନ ଓ ସୁରକ୍ଷା  ଦେଉଥିବା ଅନୁଷ୍ଠାନର ୮୦ ଜଣ ଶିଶୁ ଯୋଗଦେଇ ୧୦୦ ମିଟର ଦୌଡ , ୨୦୦ ମିଟର ଦୌଡ , ଉଚ୍ଚଡିଆଁ , ଲମ୍ବଡିଆଁ , ୪୦୦ ମିଟର ରିଲେ ରେସ୍ , ଚେସ , ଚିତ୍ରାଙ୍କନ ଏବଂ ବକ୍ତୃତା ପ୍ରଭୃତି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଶିଶୁମାନେ ନିଜ ନିଜର ପାରିଦର୍ଶିତା ପ୍ରଦର୍ଶନ କରିଥିଲେ ।

   ଏହି ପ୍ରତିଯୋଗିତା ଗୁଡିକରେ ଯେଉଁ ଯେଉଁ ଶିଶୁମାନେ ପ୍ରଥମ ସ୍ଥାନ ଅଧିକାର କରିଥିଲେ  ସେମାନଙ୍କ ନାମକୁ ରାଜ୍ୟ ସ୍ତରୀୟ ଅନୁଷ୍ଠିତ ହେବାକୁ ଥିବା  ପ୍ରତିଯୋଗିତା ପାଈଁ ପଠାଇ ଦିଆଗଲା ।

    ଆସନ୍ତା ୩୦/୧୦/୧୯  ଏବଂ ୩୧/୧୦/୨୦୧୯ ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ହୌଶଲା ପ୍ରତିଯୋଗିତାରେ ଏହି ଶିଶୁ ଏବଂ ଅନ୍ୟ ଜିଲ୍ଲାରୁ ପ୍ରଥମ ସ୍ଥାନ ଅଧିକାର କରିଥିବା ଶିଶୁ ମାନଙ୍କ ମଧ୍ୟରେ ପୁଣି ଥରେ  ପ୍ରତିଯୋଗିତା ଅନୁଷ୍ଠିତ ହେବ । ଅନ୍ୟ ପକ୍ଷରେ ରାଜ୍ୟ ସ୍ତରରେ ଅନୁଷ୍ଠିତ ହେବାକୁ ଥିବା ପ୍ରତିଯୋଗିତାରେ ଯେଉଁ ଶିଶୁମାନେ ପ୍ରଥମ ସ୍ଥାନ ଅଧିକାର କରିବେ ସେମାନଙ୍କୁ ଆସନ୍ତା ମାସରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ।

    ଏହି ପ୍ରତିଯୋଗିତାକୁ ଜିଲ୍ଲା କ୍ରୀଡ଼ା ଅଧିକାରୀ ପ୍ରଭାକର ତ୍ରିପାଠୀ ,  ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଅଧିକାରୀ ଅରୁଣ କୁମାର ତ୍ରିପାଠୀ , ଜିଲ୍ଲା ଶିଶୁ କଲ୍ୟାଣ ସମିତି ଅଧ୍ୟକ୍ଷ ପ୍ରମୋଦ କୁମାର ରାଉଳ ପ୍ରମୁଖଙ୍କ ନେତୃତ୍ୱରେ ଏହି ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର କର୍ମଚାରୀ ଏବଂ ଜିଲ୍ଲା ଚାଇଲଡ୍ ଲାଇନର ସମସ୍ତ କର୍ମକର୍ତ୍ତା ପରିଚାଳନା  କରିଥିଲେ ।

0
0
0
s2sdefault