ହେଡଲାଇନସ୍:

ସ୍ୱାସ୍ଥ୍ୟ ସେବାର ବାସ୍ତବ ଚିତ୍ରକୁ ଲୁଚାଇବା ପାଇଁ ନୂଆ ନୂଆ ଭେଳିକି ଦେଖାଉଛନ୍ତି ରାଜ୍ୟ ସରକାର : ବିଜେପି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରାଜ୍ୟର ସ୍ୱାସ୍ଥ୍ୟସେବାର ଦୁର୍ଗତି ପ୍ରସଙ୍ଗ

•କୌଣସି ବ୍ୟବସ୍ଥା ନକରି ନିଜ ଦୋଷ ଘୋଡାଇବାକୁ ଏସଡିଏମଓଙ୍କୁ ନିଲମ୍ବିତ ଏକ ଡ୍ରାମା

•ଗତ ବର୍ଷ ତୁଳନାରେ ଓଡିଶା ସ୍ୱାସ୍ଥ୍ୟ କ୍ଷେତ୍ରରେ ୩.୪୬ ପ୍ରତିଶତ ପଛେଇବା ନୀତିଆୟୋଗ ରିପୋର୍ଟ କହିଛି 

•ଟୀକା ଦାନ,  ପ୍ରସବ, ଟିବି ରୋଗ ଚିହ୍ନଟ ଓ ଚିକିତ୍ସା, ମ୍ୟାଲେରିଆ,ଡାକ୍ତର ସଂଖ୍ୟା ସବୁ ମାପଦଣ୍ଡରେ ଓଡିଶା ପୂର୍ବ ବର୍ଷ ତୁଳନାରେ ପଛେଇଛି 

•୫ଟି ସଚିବଙ୍କ ମାରାଥନ ଗସ୍ତ ସମୟରେ ସ୍ୱାସ୍ଥ୍ୟ ମନ୍ତ୍ରୀ କି ସ୍ୱାସ୍ଥ୍ୟ ସଚିବ ନାହାନ୍ତି କାହିଁକି?

 • ଭାବମୂର୍ତି ମଳିନ ନପଡିବା ପାଇଁ ରାଜ୍ୟ ସରକାର ଆୟୁଷ୍ମାନ ଯୋଜନା ଲାଗୁ କରୁନାହାନ୍ତି?

•୨୧ଟି ପ୍ରମୁଖ ବଡ ରାଜ୍ୟରୁ ଓଡିଶାର ସ୍ଥାନ ତଳଆଡୁ ତୃତୀୟ  

•୫୭ ପ୍ରତିଶତ ପିଏଚସିରେ ନିୟମିତ ଡାକ୍ତର ନାହାନ୍ତି

 •ମୋ ସରକାର ପୂର୍ବରୁ ଓଡିଶାରେ କାହା ସରକାର ଥିଲା ?

ଭୁବନେଶ୍ୱର: ଓଡିଶାର ସ୍ୱାସ୍ଥ୍ୟ ସେବାର ବାସ୍ତବ ଚିତ୍ରକୁ ଲୁଚାଇବା ପାଇଁ ରାଜ୍ୟ ସରକାର ନୂଆ ନୂଆ ଭେଳିକି ଦେଖାଉଛନ୍ତି ବୋଲି ମଙ୍ଗଳବାର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ଓ ଦଳୀୟ ମୁଖପାତ୍ର ଗୋଲକ ମହାପାତ୍ର । 

ଶ୍ରୀ ସମୀର ମହାନ୍ତି ପ୍ରଶ୍ନ କରିଛନ୍ତି ଯେ ମୋ ସରକାର ଯୋଜନା ପୂର୍ବରୁ ଓଡିଶାରେ କେଉଁ ସରକାର ଥିଲା ? କାହାର ଭାବମୂର୍ତି ବୃଦ୍ଧି କରିବା ପାଇଁ ଏହି ଯୋଜନା ଆରମ୍ଭ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା ୫ଟି ସଚିବଙ୍କ ଗସ୍ତ ପ୍ରଶ୍ନ ସୃଷ୍ଟି କରୁଛି । ୫ଟି ସଚିବଙ୍କ ମାରାଥନ ଗସ୍ତ ସମୟରେ ସ୍ୱାସ୍ଥ୍ୟ ମନ୍ତ୍ରୀ କି ସ୍ୱାସ୍ଥ୍ୟ ସଚିବ ନାହାନ୍ତି କାହିଁକି ? 

ଆୟୁଷ୍ମାନ ଭାରତ ଲାଗୁ କରିବାକୁ ରାଜ୍ୟ ସରକାରଙ୍କୁ ବାରମ୍ବାର କୁହାଯାଉଥିଲେ ମଧ୍ୟ ରାଜ୍ୟ ସରକାର ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି । କାରଣ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନା ଲାଗୁ କରାଯାଇଥିଲେ ରାଜ୍ୟ ଥିବା ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ପଦାରେ ପଡିଥାନ୍ତା । ତେଣୁ ଭାବମୂର୍ତି ମଳିନ ନପଡିବା ପାଇଁ ରାଜ୍ୟ ସରକାର ଆୟୁଷ୍ମାନ ଯୋଜନା ଲାଗୁ କରୁନାହାନ୍ତି । ରାଜ୍ୟରେ କେବଳ ଅମଲା ଶାସନ ଚାଲିଛି ଯାହା ପ୍ରମାଣିତ ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି । ରାଜ୍ୟରେ ଭୁବନେଶ୍ୱର ଓ ଭଦ୍ରକରେ ସ୍ୱାସ୍ଥ୍ୟ ସେବାରେ ବିକଳ ଚିତ୍ର ଦେଖାଯାଇଛି । 

ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି ଯେ କାର୍ଯ୍ୟରେ ଅବହେଳା ପାଇଁ ସୁନ୍ଦରଗଡ ଏସଡିଏମଓଙ୍କୁ ନିଲମ୍ବନ କରାଯାଇଛି । ମାତ୍ର ସେହି ହସ୍ପିଟାଲରେ ମାତ୍ର ୬ ଜଣ ଲାବରୋଟୋରୀ ଟେକ୍ନିସିଆନ୍ ଅଛନ୍ତି । ତେବେ ହସ୍ପିଟାଲକୁ ମାସରେ ୨୫ ହଜାର ଲୋକ ଆସୁଥିବା ବେଳେ ମାତ୍ର ୬ ଜଣ ଲାବରୋଟୋରୀଙ୍କ ଦ୍ୱାରା ସମସ୍ତଙ୍କ ପରୀକ୍ଷା ହେବା ପ୍ରଶ୍ନ ସୃଷ୍ଟି କରୁଛି । ବାସ୍ତବରେ ଲୋକଙ୍କ ପାଇଁ ଚିକିତ୍ସା ବ୍ୟବସ୍ଥା ନବଢାଇ ସସପେଣ୍ଡ କରାଯିବା କେତେଦୂର ଠିକ୍ ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି । ସେହିପରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପରେ ପ୍ରଶ୍ନ କରିଛନ୍ତି ଶ୍ରୀ ମହାପାତ୍ର । 

ନୀତି ଆୟୋଗ ରିପୋର୍ଟ ଅନୁଯାୟୀ ଓଡିଶା ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ତଳଆଡୁ ୩ ନମ୍ବରରେ ଅଛି । ୨୦ ବର୍ଷର ମୁଖ୍ୟମନ୍ତ୍ରୀଙ୍କ ଶାସନ ପରେ ୨୦୧୫-୧୬ ତୁଳନାରେ ୨୦୧୭-୧୮ରେ ଓଡିଶା ସ୍ୱାସ୍ଥ୍ୟ କ୍ଷେତ୍ରରେ ୩.୪୬ ପ୍ରତିଶତ ପଛେଇଛି ।  ଏହାର ପ୍ରମୁଖ କାରଣ ପୂର୍ବବର୍ଷ ଟିକାଦାନ ହାର ୮୫.୩ ଥିବାବେଳେ ଏହା ୫୯.୮ ପ୍ରତିଶତ ତଳକୁ ଖସିଆସିଛି । ଆନୁଷ୍ଠାନିକ  ପ୍ରସବ ହାରରେ ରାଜ୍ୟ ଗତବର୍ଷ ତୁଳନାରେ ୭୩ ପଏଂଟରୁ ୭୦ ପଏଂଟକୁ ଖସିଆସିଛି । ଟିବି ନୋଟିଫିକେସନ ରେଟ୍ ପ୍ରତି ୧ ଲକ୍ଷ ଲୋକରେ ୧୫୯ରେ ପହଁଚିଛି । ଯାହା ପୂର୍ବରୁ ୯୯ ଥିଲା । ଟିବି ଟିକିତ୍ସା ସଫଳତା ରେଟ୍ ୭୨.୫ ପ୍ରତିଶତକୁ ଖସିଆସିଛି । ଯାହା ପୂର୍ବରୁ ୮୮.୯ ପ୍ରତିଶତ ଥିଲା । ପିଏଚସି ମାନଙ୍କରେ ମେଡିକାଲ ଅଫିସରଙ୍କ ଖାଲିପଦ ୩୧.୯ ପ୍ରତିଶତରେ ପହଁଚିଛି । ଯାହା ପୂର୍ବରୁ ୨୬.୯ ଥିଲା । ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ପେଶାଲିଷ୍ଟଙ୍କ ଖାଲି ପଦବୀ ୨୭.୪ ପ୍ରତିଶତରେ ପହଁଚିଛି ଯାହା ପୂର୍ବରୁ ୧୯ ପ୍ରତିଶତ ଥିଲା । ମ୍ୟାଲେରିଆ ମୃତ୍ୟୁ ହାରରେ ମଧ୍ୟ ଓଡିଶା ତୃତୀୟ ସ୍ଥାନରେ ରହିଛି । ଦିନରାତି ୨୪ ଘଂଟିଆ କାମ କରୁଥିବା ପିଏଚସି ସଂଖ୍ୟା ୩୦ ପ୍ରତିଶତରୁ ୨୭ ପ୍ରତିଶତକୁ ଖସିଛି । ଜନ୍ମ ପଞ୍ଜିକରଣ ମଧ୍ୟ ହ୍ରାସ ପାଇଛି ବୋଲି ସେ କହିଛନ୍ତି ।     

ସେହିପରି ଓଡିଶା ସରକାରଙ୍କ ଅର୍ଥନୈତିକ ଓ ସର୍ଭେରୁ ଜଣାପଡିଛି ଯେ ଭାରତବର୍ଷରେ ୧ ଲକ୍ଷ ଲୋକରେ ୧୦.୬ ପ୍ରତିଶତ ଡାକ୍ତର ଥିବାବେଳେ ଓଡିଶାରେ ତାହା ପ୍ରାୟ ୮.୪ ପ୍ରତିଶତ । ସେହିପରି ଟିଏମଏସଟି ରିପୋର୍ଟରୁ ଜଣାପଡିଛି ଯେ ୮୦ ପ୍ରତିଶତ ଲୋକ ସରକାରୀ ମାଗଣା ଔଷଧ ନକିଣି ନିଜ ପକେଟରୁ ଖର୍ଚ୍ଚ କରି ଔଷଧ କିଣୁଛନ୍ତି । ଯାହା ସରକାରଙ୍କ ମାଗଣା ଔଷଧ ବଂଟନ ନିରାମୟ ଯୋଜନା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛିା 

ସେ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ବିଧାନସଭା ୍ରଦତ ତଥ୍ୟରୁ ଜଣାପଡିଛି ଯେ ରାଜ୍ୟରେ ୨୮୫୧ ଡାକ୍ତର ପଦବୀ ଖାଲି ପଡିଛି । ୧୧୨ ପିଏଚସିରେ ବିଜୁଳି ନାହିଁ । ୫୨୯୮ ଉ ସ୍ୱାସ୍ଥ୍ୟ କେନ୍ଦ୍ରରୁ ୧୨୩୯ଟି ଉପକେନ୍ଦ୍ରର ନିଜସ୍ୱ ଘର ନାହିଁ । ୧୮ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଇସିୟୁ ନାହିଁ । ୮୭ ପ୍ରତିଶତ ଗୋଷ୍ଠୀ  ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶେଷଜ୍ଞ ନାହାନ୍ତି । ୫୭ ପ୍ରତିଶତ ପିଏଚସିରେ ନିୟମିତ ଡାକ୍ତର ନାହାନ୍ତି । ୨୫ ପ୍ରତିଶତ ପିଏଚସିରେ ସ୍ୱାସ୍ଥ୍ୟ ସହାୟକ ପଦବୀ ଖାଲି ପଡିଛି । ଏଥିରୁ ଓଡିଶାର ବାସ୍ତବ ସ୍ୱାସ୍ଥ୍ୟ ଚିତ୍ର ସମ୍ପୂର୍ଣ୍ଣ ପ୍ରତିଫଳିତ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ସ୍ୱାସ୍ଥ୍ୟ ସେବାର ବାସ୍ତବ ଚିତ୍ରକୁ ଲୁଚାଇବା ପାଇଁ ନୂଆ ନୂଆ ନାଟକ କରୁଛନ୍ତି ବୋଲି ସେ କହିଛନ୍ତି ।

0
0
0
s2sdefault