ହେଡଲାଇନସ୍:

ମା ମଙ୍ଗଳା ମନ୍ଦିରରେ ତୁଳା ସଂକ୍ରାନ୍ତିରେ ଅନ୍ନ ପ୍ରାସାଦ ସେବନର ବ୍ୟବସ୍ଥା କଲେ ଶ୍ରଦ୍ଧାଳୁ ଭକ୍ତ:ସନ୍ଧ୍ୟାରେ ହୋମ କାର୍ଯ୍ୟକ୍ରମ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ):(୧୭|୧୦)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ ସଦରମହକୁମା ନୂଆଗୁଡା ଠାରେ ପୂଜା ପାଉଥିବା ମା ମଙ୍ଗଳା ମନ୍ଦିରରେ କମିଟିର ଡାବୁଗାଁ ର ଜଣେ ଶ୍ରଦ୍ଧାଳୁ ଭକ୍ତ ଜେ. ରାଜ ଶେଖର ରାଓ l ବହୁସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତବୃନ୍ଦଙ୍କ ସମାଗମ ହୋଇ ଆଜି ତୁଳା ସଂକ୍ରାନ୍ତି ରେ ମା ଙ୍କ ପାଖରେ ଅନ୍ନ ଭୋଗ ର ବ୍ୟବସ୍ଥା କରି ଆତ୍ମ ତୃପ୍ତି ପାଇଛନ୍ତି ଶ୍ରଦ୍ଧାଳୁ ଭକ୍ତ l ପୂଜକ ସନ୍ତୋଷ କୁମାର ଚକ୍ରବର୍ତ୍ତୀ ଙ୍କ ଦ୍ଵାରା ପୂଜା କାର୍ଯ୍ୟ ଚାଲୁ ରହିଥିବା ବେଳେ ସନ୍ଧ୍ୟାରେ ମା ଙ୍କ ପାଖରେ ହୋମ ଓ ଭଜନ କୀର୍ତ୍ତନର ସମାଗମ ହେବ ବୋଲି କମିଟି ତରଫରୁ ସୂଚନା ମିଳିଛି lପ୍ରତି ସଂକ୍ରାନ୍ତିରେ ମା ଙ୍କ ପାଖରେ ଅନ୍ନ ପ୍ରାସାଦର ବ୍ୟବସ୍ଥା କରାଯାଉଛି,ଏଥିନେଇ ଶ୍ରଦ୍ଧାଳୁ ଭକ୍ତବୃନ୍ଦ ଯିଏ ଚାହିଁବେ ଏଥିରେ ସହଯୋଗ କରି ପାରିବେ,ଏଥିରେ କୌଣସି ଅସୁବିଧା ନାହିଁ l ସମସ୍ତଙ୍କୁ ମାଙ୍କ ର ଆଶିର୍ବାଦ ରହିଛି l ମା ମଙ୍ଗଳା ମନ୍ଦିର ପୂଜା କମିଟି ର ସଭାପତି ପ୍ରଦୀପ କୁମାର ପାଢ଼ୀ, ଉପ ସଭାପତି ଆର୍ ଶଙ୍କର ପ୍ରସାଦ ରାଓ, ସମ୍ପାଦକ ଜିତେନ୍ଦ୍ର କୁମାର ମାଝୀ, ସହ ସମ୍ପାଦକ ପି ସୁବୁଦ୍ଧି ରାଓ, କୋଷାଧ୍ଯକ୍ଷ ରମେଶ ପଟ୍ଟନାୟକ, ଉପଦେଷ୍ଟା ମଣ୍ଡଳୀ ଙ୍କ ମଧ୍ୟରେ ବିନୋଦ ପଟ୍ଟନାୟକ(ଗେଦୁ ପଟ୍ଟନାୟକ), ରବି ନାରାୟଣ ମହାନ୍ତି, ମନୋରମା ନାୟକ ଓ ଏ ଶିବ ପ୍ରସାଦ ରାଓ ପ୍ରମୂଖଙ୍କ ସହ ସମସ୍ତ ସଭ୍ଯବୃନ୍ଦଙ୍କ ସହାୟତା ରେ ବେଶ୍ ସରସ ସୁନ୍ଦର ହୋଇଥିଲା l ଭକ୍ତବୃନ୍ଦ ସୁରୁଖୁରୁରେ ମହା ଆନନ୍ଦ ମନରେ ପ୍ରାସାଦ ସେବନ କରିଥିଲେ l ଭକ୍ତବୃନ୍ଦ ମାନଙ୍କ ମଧ୍ୟରେ ବ୍ଳକ ସଭାପତି ଜି ସାଇ ରାଜୁ,ବ୍ଳକ ଅଧ୍ଯକ୍ଷା ବୀଣା ମାଝୀ,ଜିଲ୍ଲା ପରିଷଦ ସଭ୍ଯ ଗୁପ୍ତ ବିଶୋୟୀ, ବିଧାୟକ ପ୍ରତିନିଧି ଏମ୍ ବୁଲୁ ରାଓ,ମୋହନ ପରିଛା, ଆର୍ ପ୍ରକାଶ ରାଓ, ଜି ମୁରଲୀ ରାଓ, ଯୁବ ମୋର୍ଚ୍ଚା ସଭାପତି ଶୁଭଜିତ ପାଣିଗ୍ରାହୀ, ବୋରିଗାଁ ମଣ୍ଡଳ ସଭାପତି ଜଗଦୀଶ ଭତ୍ରl, ଡାବୁଗାଁ ମଣ୍ଡଳ ସଭାପତି ମନୋଜ ପାତ୍ର, ଧବଳେ ନାୟକ, ଚନ୍ଦ୍ର ଶେଖର ହଜାରୀ, ଗୁପ୍ତ ବିଶୋୟୀ, ୟାଶ ପରିଛା,କାମେଶ୍ଵର ରାଓ (ନାନୁ)ପ୍ରମୂଖ ବହୁ ଭକ୍ତବୃନ୍ଦ ମା ମଙ୍ଗଳା ଙ୍କ ପ୍ରସାଦ ସେବନ କରି ଆତ୍ମ ତୃପ୍ତି ଲାଭ କରିଥିଲେ l ନବରଙ୍ଗପୁର ଜିଲ୍ଲା ଦହଣା ଗ୍ରାମରୁ ଆଗତ ବ୍ରାହ୍ମଣ ଯାମିନୀ କାନ୍ତ ମହାପାତ୍ରଙ୍କ ଦ୍ଵାରା ସନ୍ଧ୍ୟା ସମୟରେ ହୋମ କାର୍ଯ୍ୟ ସମ୍ପାଦନ ହୋଇଥିବା ବେଳେ କର୍ତ୍ତା ଭାବେ ଦେବୀ ରଥ, ପି ସୁବୁଦ୍ଧି ରାଓ,ବିଜୟ ପଟ୍ଟନାୟକ ପ୍ରମୂଖ ସସ୍ତ୍ରୀକ ଉକ୍ତ କାର୍ଯ୍ୟରେ ସହଯୋଗ କରିଥିଲେ l

0
0
0
s2sdefault