ଓଡ଼ଗାଁ,୧୭।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଶରଧାପୁର ପଞ୍ଚାୟତ ଗୁଣ୍ଠା ସାଇ ଗ୍ରାମର ହଟ ନାୟକଙ୍କ ପୁଅ ଅଭିମନ୍ୟୁ ନାୟକ (୬୨) ପୋଖରୀରେ ବୁଡ଼ି ମୃତ୍ୟୁ ବରଣ କରିଛନ୍ତି । ଭଣଜା ବସନ୍ତ ନାୟକଙ୍କ କହିବା ଅନୁସାରେ ସେ ବିବାହ କରିନଥିବାରୁ ତାଙ୍କର ଗତାନୁଗତିକ ଚଳପ୍ରଚଳ ସମ୍ପର୍କରେ କେହି କୌଣସି ଖବର ରଖୁନଥିଲେ । ହେଲେ ପ୍ରତିଦିନ ପରି ସେ ଏକା ଏକା ପୋଖରୀକୁ ଶୈ।ଚ କାର୍ଯ୍ୟ ନିମନ୍ତେ ଯାଇଥିଲେ । ଏବଂ ସେତବେଳୁ ଘରକୁ ଫେରି ନଥିଲେ । ତେବେ ଗ୍ରାମର ଜନୈକ ବ୍ୟକ୍ତିଙ୍କ ମୃତ୍ୟୁ ତୋଠ କାର୍ଯ୍ୟ ପାଇଁ କୁଟୁମ୍ବ ମାନେ ପୋଖରୀ ତୋଠରେ ପହଁଞ୍ଚିଲା ବେଳକୁ କେହି ଜଣେ ପୋଖରୀରେ ଭାସୁଥିବା ଦେଖି ଗାଁକୁ ଖବର କରିଥିଲେ । ଗ୍ରାମବାସୀ ମିଳିତ ଭାବେ ପୋଖରୀରୁ ଉଠାଇବା ପରେ ସେ ଅଭିମନ୍ୟୁ ନାୟକ ବୋଲି ଜଣା ପଡ଼ିଥିଲା । ସଂଗେ ସଂଗେ ତାଙ୍କୁ ଓଡ଼ଗାଁ ଡାକ୍ତରଖାନାକୁ ଅଣାଯାଇଥିଲା । ସେଠାରେ କାର୍ଯ୍ୟରତ ଡାକ୍ତର ବୈଜୟନ୍ତୀ ଜେନା ତାଙ୍କୁ ମୃତ ଘୋଷଣା କରିଥିଲେ । ଭଣଜା ବସନ୍ତ କୁମାର ନାୟକ ଏନେଇ ଓଡ଼ଗାଁ ଥାନାରେ ଅଭିଯୋଗ କରିବା ପରେ ଓଡ଼ଗାଁ ମେଡିକାଲ ସଫେଇ କର୍ମଚାରୀ ଅନୁପସ୍ଥିତ ଥିବାରୁ ଶବ ବ୍ୟବଚ୍ଛେଦ ନିମନ୍ତେ ବାଧ୍ୟହୋଇ ନୟାଗଡ଼ ସ୍ଥାନାନ୍ତର କରାଯାଇଥିଲା । ଏନେଇ ଡାକ୍ତରଖାନାରେ ଉପସ୍ଥିତ ସମ୍ପର୍କିୟ ମାନେ ଅସନ୍ତୋଷ ପ୍ରକାଶ କରିଥିଲେ ।
ରାଜ୍ୟ
ପୋଖରୀରେ ବୁଡ଼ି ଜଣେ ମୃତ
- Hits: 82