ହେଡଲାଇନସ୍:

ଏନ୍ଏସିରେ ନୂତନ କାର୍ଯ୍ୟ ନିର୍ବାହି ଅଧିକାରୀଙ୍କ ଯୋଗଦାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଆଜି ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦରେ ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ବିଭୂତି ଭୂଷଣ ବେହେରା ( ଓ ଆର୍ ଏସ୍ ) ଦାୟିତ୍ୱ ଗ୍ରହଣ କରିଛନ୍ତି I ଶ୍ରୀ ବେହେରା ଦାୟିତ୍ୱ ଗ୍ରହଣ କରିବା ପରେ ବେଲଗୁଣ୍ଠା ନଗରପାଳ ଫିରୋଜ୍ କୁମାର ସେଠୀ, ବିଜ୍ଞାପିତ ଅଞ୍ଚଳ ପରିଷଦର ସମସ୍ତ କର୍ମଚାରୀ ଏବଂ ସମସ୍ତ କାଉନସିଲର୍ ନୂତନ କାର୍ଯ୍ୟ ନୀର୍ବାହୀ ଅଧିକାରୀ ଶ୍ରୀ ବେହେରାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ I ଶ୍ରୀ ବେହେରା ବର୍ତ୍ତମାନ ବୁଗୁଡ଼ା କାର୍ଯ୍ୟ ନୀର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ ଥିବା ବେଳେ ବେଲଗୁଣ୍ଠା କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି I ପ୍ରକାଶ ଥାଉକି ବେଲଗୁଣ୍ଠାରେ ପୂର୍ବତନ କାର୍ଯ୍ୟନିର୍ବାହି ଅଧିକାରୀ ବନମାଳୀ ଶତପଥି ଲାଞ୍ଚ ନେବାବେଳେ ଭିଜିଲାନ୍ସ୍ ଜାଲରେ ପଡିବା ପରେ ବେଲଗୁଣ୍ଠା କାର୍ଯ୍ୟନିର୍ବାହୀ ଅଧିକାରୀ ପଦବୀ ଖାଲି ପଡ଼ିଥିଲା I

0
0
0
s2sdefault