ହେଡଲାଇନସ୍:

୩ ମଦଦୋକାନ ଚୋରିର ଖୁଲାସା କଲା ଓଡ଼ଗାଁ ପୋଲିସ,୭ ଅଭିଯୁକ୍ତ ହେଲେ ଗିରଫ,

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


୧ ଲକ୍ଷ ୬୨ ହଜାର ନଗଦ ଟଙ୍କା, ଗୋଟିଏ କାର, ୪ ବାଇକ୍, ୯ ସ୍ମାର୍ଟ ଫୋନ, ଏକ କଟୁରୀ ସହିତ ଲୁହା ଶାବଳ ଜବତ୍

ଓଡ଼ଗାଁ,୧୭।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡଗାଁ ଥାନା ସିନେମା ହଲ ଛକରେ ଥିବା ଦୁଇଟି ଏବଂ ରୋହିବାଙ୍କର ଗୋଟିଏ ବିଦେଶୀ ମଦ ଦୋକାନରୁ ଏକକାଳୀନ ଗୋଟିଏ ରାତିରେ ସିରିଜ୍ ଲୁଟ ହୋଇଥିବା ଘଟଣାକୁ ଓଡ଼ଗାଁ ପୋଲିସ ଖୁଲାସା କରିଛି । ଶୁକ୍ରବାର ଅପରାହ୍ନ ୩ ସମୟରେ ସ୍ଥାନୀୟ ଆଦର୍ଶ ଥାନାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀ, ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକ ମାନଙ୍କୁ ଖୁଲାସା ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି । ଗତ ୩୦ ସେପ୍ଟେମ୍ବର ମଧ୍ୟରାତିରୁ ୧ ଅକ୍ଟୋବର ଭୋର ସମୟ ମଧ୍ୟରେ ଗୋଟିକ ପରେ ଗୋଟିଏ କରି ଏହି ୩ ମଦ ଦୋକାନର ସଟର ଭାଙ୍ଗି ନଗଦ ଟଙ୍କା ସହିତ କେତେକ ମଦ ବୋତଲ ଚୋରିକରି ନେଇଥିଲେ। ଏନେଇ ୧ ତାରିଖରେ ଓଡ଼ଗାଁ ଥାନରେ ୩ ଅଭିଯୋଗ ହୋଇଥିଲା । ପୋଲିସ ୩୦୯,୩୧୦ ଓ ୩୧୧/୨୫ ରେ ୩ ଗୋଟି ମାମଲା ରୁଜୁ କରିବା ସହିତ ଘଟଣାକୁ ଗୁରୁତର ଭାବେ ଗ୍ରହଣ କରି ତଦନ୍ତ ଆରମ୍ଭ କରିଥିଲେ । ନୟାଗଡ଼ ଏସପି ଏସ ସୁଶ୍ରୀଙ୍କ ନିର୍ଦେଶକ୍ରମେ ସ୍ଥାନୀୟ ଆଇଆଇସି ଅଭୟ କୁମାର ବେହେରାଙ୍କ ନେତୃତ୍ୱରେ ଏସ ଆଇ ଚକ୍ରଧର ସିଂ, ସାଇବର କ୍ରାଇମ କନେଷ୍ଟବଲ ଲକ୍ଷ୍ମୀକାନ୍ତ ବରାଳ ଏବଂ ଅନ୍ୟ ଦୁଇ କନେଷ୍ଟବଲଙ୍କୁ ନେଇ ଏକ ଟିମ ଗଠନ କରିଥିଲେ । ତଦନ୍ତକାରୀ ଟିମ ଲୁଟ ସମୟର ସିସି କ୍ୟାମେରାକୁ ଯାଞ୍ଚ କରି ଅଭିଯୁକ୍ତଙ୍କ ଚୋରି ଘଟଣାର ଫଟୋ ଗୁଡିକୁ ଅନୁଧ୍ୟାନ କରି ସ୍ଥାନୀୟ ବ୍ୟକ୍ତିଙ୍କ ସମ୍ପୃକ୍ତି ନଥିବା ଜଣିବାକୁ ପାଇବା ପରେ ଏଥିରେ ବାହାରର ଗ୍ୟାଙ୍ଗର ସମ୍ପୃକ୍ତିକୁ ବିଚାର କରି ଗଠିତ ଟିମ୍ ନୟାଗଡ଼ ଜିଲ୍ଲା ସହିତ ପଡୋଶୀ ଗଞ୍ଜାମ ଜିଲାର ବିଭିନ୍ନ ଥାନା ଅଂଚଳକୁ ଯାଇ ଅକ୍ଲାନ୍ତ ପରିଶ୍ରମ କରି ସମ୍ପୃକ୍ତ ଚୋର ଗ୍ୟାଙ୍ଗ ସମ୍ପର୍କରେ ସୁରାକ୍ ପାଇଥିଲେ । ଏବଂ ପ୍ରଥମେ ମାଷ୍ଟର ମାଇଣ୍ଡ ଚିତ୍ରସେନ ଜେନା (୨୨)ଅରଖପୁର, ବାଲିପଦର ଓ ମୁଖ୍ୟ ସହଯୋଗୀ ବବୁଲୁ ଦଳେଇ (୨୧)ବୁରୁପଡା, ହିଞ୍ଜିଳିକାଟୁ ସମେତ ରଞ୍ଜନ ରାଉଳ (୨୬)କୋଦଳା, ଶଙ୍କର ମହାରଣା (୨୨) ଅରୁଣାପୁର, ରମ୍ଭା, ନାରାୟଣ ଜେନା (୨୭)ଅରଖପୁର, ବାଲିପଦର, ଶିଶିର ସ୍ୱାଇଁ (୨୭)ପୋଚରାମୁଣ୍ଡି, ବୁଗୁଡ଼ା ଓ କିସାନ ପାଣ୍ଡି (୨୩)କୋଦଳା ଗ୍ରାମର ବୋଲି ଜଣାପଡିଛି । ସମସ୍ତ ୭ ଅଭିଯୁକ୍ତଙ୍କୁ ଗଞ୍ଜାମ ଜିଲାର ରମ୍ଭା ଥାନା ଅନ୍ତର୍ଗତ କଣ୍ଟାପଡା ଗ୍ରାମର ଓଆରଡିପି କଲୋନୀରୁ ଗୁରୁବାର ରାତିରେ ଏକ ଘର ମଧ୍ୟରୁ ଗିରଫ କରିବାରେ ସଫଳ ହୋଇଥିଲେ । ପୋଲିସ ସେମାନଙ୍କ ନିକଟରୁ ଗୋଟିଏ ଧଳା ରଙ୍ଗର କାର ଓଆର ୦୨ ବିଜେ ୨୬୬୬, ୪ ମୋଟର ସାଇକେଲ, ଲୁଟ ନଗଦ ୧ ଲକ୍ଷ ୬୨ ହଜାର ଟଙ୍କା, ୯ ସ୍ମାର୍ଟ ଫୋନ ୨ କି ମୋବାଇଲ, ଏକ କଟୁରୀ ସହିତ ସଟର ତାଡିବାରେ ବ୍ୟବହୃତ ଏକ ଶାବଳ
ଜବତ କରିଥିଲେ । ଅଭିଯୁକ୍ତ ମାନଙ୍କ ବିରୋଧରେ ଦୁଇ ବର୍ଷ ମଧ୍ୟରେ ରମ୍ଭା, ପିପିଲି, ଭରତପୁର, ଭଞ୍ଜନଗର, ନୟାଗଡ଼ ସଦର, ଖୁଣ୍ଟୁଣୀ, ଦାରିଙ୍ଗିବାଡି, ମଞ୍ଚେଶ୍ୱର ଓ ବାଲୁଗାଁ ଆଦି ଥାନାରେ ମାମଲା ରହିଥିବା ଜଣାଯାଇଛି । ସମସ୍ତ ଅଭିଯୁକ୍ତ ମାନେ ଭଞ୍ଜନଗର ପୋଲିସ ଦ୍ୱାରା ଗିରଫ ହୋଇ ଚଳିତ ବର୍ଷ ମାର୍ଚ୍ଚରେ ଜେଲ ଯାଇ ଜୁଲାଇ ୨୦୨୫ ରେ ଜାମିନରେ ଆସିଥିଲେ । ଏବଂ ପୁଣିଥରେ ମେଳି ବାନ୍ଧି ସମାନ ଢଙ୍ଗରେ ମଦ ଦୋକାନ ଲୁଟ କରିବାକୁ ଯୋଜନା କରିଥିଲେ । ଏବଂ ପାର୍ବଣ ସମୟରେ ମଦ ଦୋକାନରେ ଅଧିକ ଟଙ୍କା ରହିଥିବା ନିଷ୍ପତ୍ତିରେ ଲୁଟ ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ ବୋଲି ଜଣାପଡିଛି । ଏବଂ ଏହି ଗ୍ୟାଙ୍ଗ ଗଞ୍ଜାମ, ପୁରୀ, ଭୁବନେଶ୍ୱର, କଟକ, କନ୍ଧମାଳ, ଖୋର୍ଦ୍ଧା ଓ ନୟାଗଡ ଜିଲାରେ କ୍ରାଇମ ଓ ଲୁଟ କରୁଥିବା ନେଇ ସ୍ୱୀକାର କରିଛନ୍ତି । ଆରକ୍ଷୀ ଅଧିକ୍ଷକଙ୍କ ସହିତ ଡ଼ିଏସପି ସୁବାସ ଚନ୍ଦ୍ର ପଣ୍ଡା, ଶରଣକୁଳ ଏସ୍ଡ଼ିପିଓ ଦୀପ୍ତିକାନ୍ତ ପ୍ରଧାନ, ଆଦର୍ଶ ଥାନା ଅଧିକାରୀ ଅଭୟ କୁମାର ବେହେରା ଘଟଣା ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଥିଲେ ।

0
0
0
s2sdefault