ହେଡଲାଇନସ୍:

ଇନ୍ଦିରା ନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଞ୍ଚଳିକ ସ୍ତରୀୟ ସୁରଭି ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡ଼ ତା ୧୭-୧୦-୨୦୨୫: ରାୟଗଡ ପୌରାଞ୍ଚଳର ଗାନ୍ଧିନଗର କ୍ଲଷ୍ଟର ସୁରଭି କାର୍ଯ୍ୟକ୍ରମ ଶୁକ୍ରବାର ସ୍ଥାନୀୟ ଇନ୍ଦିରାନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାୟଗଡ ପୌରାଞ୍ଚଳର ଉଣେଇଷି ଗୋଟି ବିଦ୍ୟାଳୟ ଭାଗନେଇଥିଲେ ।
ଉଦଘାଟନୀ ଉତ୍ସବରେ ସ୍ଥାନୀୟ କାଉନସିଲର ଶ୍ରୀମତୀ ଶରମିତା ପାଢୀ ମୁଖ୍ଯ ଅତିଥି ତଥା ଗାନ୍ଧିନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରତାପ ବାତ୍ରିୟା, ସିଆରସିସି ସଦାନନ୍ଦ ନାୟକ ଓ ସଂଗ୍ରାମ ବେହେରା, ପ୍ରଧାନ ଶିକ୍ଷୟିତ୍ରୀ ପ୍ରମିଳା ପଣ୍ଡା, ବରିଷ୍ଠ ଶିକ୍ଷକ ନୀଳାଞ୍ଚଳ ମିଶ୍ର ମଞ୍ଚାସୀନ ଥିଲେ । ଉଦଯାପନୀ ଉତ୍ସବରେ ମୁଖ୍ଯ ଅତିଥି ରୂପେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ କାଳୁ ଚରଣ ନାୟକ ଯୋଗଦେଇଥିଲେ । ପିଲାଙ୍କ ଲୁକ୍କାୟିତ ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣିବା ସହ ଅନ୍ୟ ଶିଶୁ ଏହାଦ୍ୱାରା ପ୍ରେରିତ ହେବେ ବୋଲି ସେ କହିଥିଲେ । ଏଥିରେ କୃତି ଶିଶୁ ବ୍ଲକ ସ୍ତରୀୟ ସୁରଭିରେ ଅଂଶଗ୍ରହଣ କରିବେ ବୋଲି ସି ଆରସିସି ସଦାନନ୍ଦ ନାୟକ କହିଛନ୍ତି । କାର୍ଯ୍ୟକ୍ରମକୁ କବୟତ୍ରୀ ସସ୍ମିତା ମିଶ୍ର ସଞ୍ଜୋଜନା କରିଥିଲେ।

0
0
0
s2sdefault