ହେଡଲାଇନସ୍:

 ପ୍ରସ୍ତାବିତ ନୂତନ ଶିକ୍ଷାନୀତିରେ ଅତିରିକ୍ତ ଆଥିର୍କ ବୋଝ କେନ୍ଦ୍ର ସରକାର ବହନ କରନ୍ତୁ: ମନ୍ତ୍ରୀ ଡ. ସାହୁ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆଦିଲ୍ଲୀରେ କେନ୍ଦ୍ରୀୟ ପରାମର୍ଶଦାତା ବୈଠକ ଚିଠା ଜାତୀୟ ଶିକ୍ଷାନୀତିରେ ଓଡ଼ିଶା ପକ୍ଷରୁ ଅନେକଗୁଡ଼ିଏ ପ୍ରସ୍ତାବ

 ନ୍ୟାସନାଲ୍ ରିସର୍ଚ୍ଚ ଫାଉଣ୍ଡେସନ୍ ପାଣ୍ଠିର ୫୦ ପ୍ରତିଶତ ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକୁ ପ୍ରଦାନ କରାଯାଉ 

ପ୍ରତିଟି ଉଚ୍ଚଶିକ୍ଷାନୁଷ୍ଠାନକୁ ସ୍ୱୟଂଶାସିତର ମାନ୍ୟତା ପ୍ରଦାନ ଦ୍ୱାରା ଉଚ୍ଚଶିକ୍ଷାର ମାନ ହ୍ରାସ ପାଇବାର ଆଶଙ୍କା

ବର୍ତ୍ତମାନର ବିଶ୍ୱବିଦ୍ୟାଳୟ ଏବଂ ଏହା ସହିତ ଅନୁବନ୍ଧିତ ମହାବିଦ୍ୟାଳୟ ବ୍ୟବସ୍ଥାକୁ ବନ୍ଦ କରାନଯାଉ 

ରାଜ୍ୟରେ ବିଶ୍ୱ ବିଦ୍ୟାଳୟର ସଂଖ୍ୟା ବୃଦ୍ଧି କରିବା ସପକ୍ଷରେ ପ୍ରସ୍ତାବ ଦେଲେ ମନ୍ତ୍ରୀ ଅରୁଣ 

ଭୁବନେଶ୍ୱର : ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆବଶ୍ୟକତା ରହିଥିବାବେଳେ ଚିଠା ଜାତୀୟ ଶିକ୍ଷାନୀତିରେ ଯେଉଁ ପ୍ରସ୍ତାବ ରହିଛି, ସେଥିରେ ପରିବର୍ତ୍ତନର ଆବଶ୍ୟକତା ରହିଥିବା ଦୃଷ୍ଟିରୁ ଉଚ୍ଚଶିକ୍ଷା ବିଭାଗ ସମେତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଅନେକଗୁଡ଼ିଏ ପ୍ରସ୍ତାବ ଦିଆଯାଇଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତିା ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ କେନ୍ଦ୍ରୀୟ ଶିକ୍ଷା ପରାମର୍ଶଦାତା ବୋର୍ଡ ବୈଠକରେ ଯୋଗଦେଇ ମନ୍ତ୍ରୀ ଡ. ସାହୁ ବହୁଗୁରୁତ୍ୱ ପୂର୍ଣ୍ଣ ପ୍ରସଙ୍ଗ ଉପରେ ରାଜ୍ୟ ପକ୍ଷରୁ ପ୍ରସ୍ତାବ ଦେଇଛନ୍ତିା

ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରୀ ଡ଼  ରମେଶ ପୋଖରିୟାଲ୍ ଅଧ୍ୟକ୍ଷତା କରିଥିଲୋ ନୂତନ ଶିକ୍ଷାନୀତି ଚିଠାରେ ମୋଟ ନାମଲେଖା ଅନୁପାତ ବର୍ତ୍ତମାନ ୨୭ ପ୍ରତିଶତରୁ ୫୦ ପ୍ରତିଶତକୁ ବୃଦ୍ଧିକରାଯିବା ନିମନ୍ତେ ଲକ୍ଷ୍ୟ ରଖିଥିବାବେଳେ ଏହି ଅନୁପାତ କିପରି ହାସଲ କରାଯିବ ସେ ସଂପର୍କରେ କୌଣସି ନିର୍ଦ୍ଦିଷ୍ଟ ପ୍ରସ୍ତାବ ନାହିାଁ ଧନ୍ଦାମୂଳକ ଶିକ୍ଷାକୁ ବ୍ୟାପକ କରି ଏହି ଲକ୍ଷ୍ୟ ହାସଲ କରାଯାଇ ପାରିଲେ ମଧ୍ୟ କୌଣସି ପରିସ୍ଥିତିରେ ଉଚ୍ଚଶିକ୍ଷାର ମାନକୁ ପ୍ରଭାବିତ କରାଯିବା ଉଚିତ ନୁହେଁ ବୋଲି ଓଡ଼ିଶା ପକ୍ଷରୁ ପ୍ରସ୍ତାବ ଦିଆଯାଇଛିା

ଚିଠା ଜାତୀୟ ଶିକ୍ଷାନୀତି ପ୍ରସ୍ତାବରେ ବର୍ତ୍ତମାନର ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକ ସୁଦୃଢ଼ କରିବା ସଙ୍ଗେ ସଙ୍ଗେ ପ୍ରତିଟି ଶିକ୍ଷାନୁଷ୍ଠାନକୁ ଏକକ ବିଶ୍ୱବିଦ୍ୟାଳୟ କିମ୍ବା ସ୍ୱୟଂଶାସିତ ଅନୁଷ୍ଠାନରେ ପରିଣତ କରିବା ପାଇଁ ପ୍ରସ୍ତାବ ରହିଛିା ମାତ୍ର ସାଂପ୍ରତିକ ପରିସ୍ଥିତିରେ ଏହି ଲକ୍ଷ୍ୟ ହାସଲ କରିବା ଅତ୍ୟନ୍ତ ଦୁରୁହ ବୋଲି ଓଡ଼ିଶା ପକ୍ଷରୁ ମତ ଦିଆଯାଇଛିା ପ୍ରତିଟି ଉଚ୍ଚଶିକ୍ଷାନୁଷ୍ଠାନକୁ ସ୍ୱୟଂଶାସିତର ମାନ୍ୟତା ପ୍ରଦାନ ଦ୍ୱାରା ଉଚ୍ଚଶିକ୍ଷାର ମାନ ହ୍ରାସ ପାଇବାର ଆଶଙ୍କା ରହିଛିା ଏହି ପରିପ୍ରେକ୍ଷୀରେ ବର୍ତ୍ତମାନର ବିଶ୍ୱବିଦ୍ୟାଳୟ ଏବଂ ଏହା ସହିତ ଅନୁବନ୍ଧିତ ମହାବିଦ୍ୟାଳୟ ବ୍ୟବସ୍ଥାକୁ ବନ୍ଦ ନକରିବା ପାଇଁ ଓଡ଼ିଶା ପକ୍ଷରୁ ପ୍ରସ୍ତାବ ଦିଆଯାଇଛିା ଅପର ପକ୍ଷରେ ରାଜ୍ୟରେ ବିଶ୍ୱ ବିଦ୍ୟାଳୟର ସଂଖ୍ୟା ବୃଦ୍ଧି କରିବା ସପକ୍ଷରେ ଓଡ଼ିଶା ପ୍ରସ୍ତାବ ଦେଇଛି, ଯେପରି ପ୍ରତ୍ୟେକ ବିଶ୍ୱବିଦ୍ୟାଳୟ ଅଧୀନରେ ପ୍ରାୟ ୫୦ଟି ଲେଖାଏଁ ଅନୁବନ୍ଧିତ ମହାବିଦ୍ୟାଳୟ ରହିବୋ ପ୍ରତ୍ୟେକ ବିଶ୍ୱବିଦ୍ୟାଳୟକୁ ଅଧିକ କ୍ଷମତାପନ୍ନ କରିବା ସହିତ ଏହା ଅଧୀନରେ ଥିବା ଅନୁବନ୍ଧିତ ମହାବିଦ୍ୟାଳୟଗୁଡ଼ିକର ଶିକ୍ଷାର ମାନ ବୃଦ୍ଧି ନିମନ୍ତେ ଉତ୍ତରଦାୟୀ ରହିବା ପାଇଁ ମନ୍ତ୍ରୀ ଡ. ସାହୁ ପ୍ରସ୍ତାବ ଦେଇଛନ୍ତିା

 ଚିଠା ଜାତୀୟ ଶିକ୍ଷାନୀତିରେ ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକୁ ୨୦୩୦ ସୁଦ୍ଧା ବହୁ ବିଷୟକ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ପରିପ୍ରେକ୍ଷୀରେ ଏହାର କାର୍ଯ୍ୟକାରିତା ଦିଗରେ ସତର୍କ ପଦକ୍ଷେପ ନେବା ନିମନ୍ତେ ଓଡ଼ିଶା ପକ୍ଷରୁ ପ୍ରସ୍ତାବ ଦିଆଯାଇଛିା ଇତିହାସ, ପରିବେଶ, ଭାଷାସାହିତ୍ୟ ଆଦି ବିଷୟଗୁଡ଼ିକରେ ପ୍ରତ୍ୟେକ ଶିକ୍ଷାନୁଷ୍ଠାଗୁଡ଼ିକରେ  ପଢ଼ାଯାଇପାରିବାବେଳେ ଫାର୍ମାସୀ ଭଳି ବୈଷୟିକ ବିଷୟରେ ଶିକ୍ଷା ପ୍ରଦାନ ଆଇନ ମହାବିଦ୍ୟାଳୟରେ ଦେବା ଉଚିତ ନୁହୋଁ କୌଣସି ନିର୍ଦ୍ଦିଷ୍ଟ ବିଷୟରେ ବିଶେଷ ସୁନାମ ଅର୍ଜନ କରିଥିବା ଉଚ୍ଚଶିକ୍ଷାନୁଷ୍ଠାନକୁ ବହୁବିଧ ଶିକ୍ଷାନୁଷ୍ଠାନ କରିବା ପ୍ରୟାସରେ ଶିକ୍ଷାର ମାନକୁ ହ୍ରାସ କରାଯିବା ଉଚିତ ନୁହେଁ ବୋଲି ଓଡ଼ିଶା ପକ୍ଷରୁ ପ୍ରସ୍ତାବ ଦିଆଯାଇଛିା

ରାଜ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପ୍ରାୟ ୯୩ ପ୍ରତିଶତ ବିଦ୍ୟାର୍ଥୀ ଅଧ୍ୟୟନ କରୁଥିବାବେଳେ ନ୍ୟାସନାଲ୍ ରିସର୍ଚ୍ଚ ଫାଉଣ୍ଡେସନ୍ ପାଣ୍ଠିର ୫୦ ପ୍ରତିଶତ ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକୁ ପ୍ରଦାନ କରିବା ପାଇଁ ପ୍ରସ୍ତାବ ଦିଆଯାଇଛିା ଉଚ୍ଚଶିକ୍ଷା ବିଭାଗର ସର୍ବୋଚ୍ଚ ସଂସ୍ଥା ଭାବରେ ଜାତୀୟ ଶିକ୍ଷା କମିଶନ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠନ କରାଯିବାକୁ ପ୍ରସ୍ତାବଥିବାବେଳେ ଏଥିରେ ସବୁ ରାଜ୍ୟର ପ୍ରତିନିଧିତ୍ୱ ନାହିାଁ ଏଥିରେ ପର୍ଯ୍ୟାୟକ୍ରମେ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ସଦସ୍ୟ ହିସାବରେ ରଖାଯିବାର ପ୍ରସ୍ତାବ ରହିଛିା ଉଚ୍ଚଶିକ୍ଷା କ୍ଷେତ୍ରରେ ରାଜ୍ୟଗୁଡ଼ିକ ମୁଖ୍ୟ ଅଂଶୀଦାର ହୋଇଥିବାବେଳେ ପ୍ରତ୍ୟେକ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଏହି ସର୍ବୋଚ୍ଚ ସଂସ୍ଥାରେ ରଖାଯିବା ପାଇଁ ପ୍ରସ୍ତାବ ଦିଆଯାଇଛିା

ଚିଠାନୀତିରେ ଉଚ୍ଚଶିକ୍ଷାରେ ସଂସ୍କାର ଦିଗରେ ଦିଆଯାଇଥିବା ପ୍ରସ୍ତାବଗୁଡ଼ିକ ଓଡ଼ିଶା ପକ୍ଷରୁ ଅନୁକୂଳ ମତ ପୋଷଣ କରାଯାଇଥିବାବେଳେ ରାଜ୍ୟର ଅର୍ଥ ବ୍ୟବସ୍ଥା ଉପରେ ଏହାର କିଭଳି ପ୍ରଭାବ ପଡ଼ୁଛି ସେ ଦିଗରେ ତର୍ଜମା କରାଯିବାର ଆବଶ୍ୟକତା ରହିଛିା ଓଡ଼ିଶାରେ ରାଜ୍ୟ ବଜେଟରେ  ୧୭ରୁ ୧୮ ପ୍ରତିଶତ ଶିକ୍ଷା ବିଭାଗରେ ଖର୍ଚ୍ଚ କରାଯାଉଥିବା ପରିପ୍ରେକ୍ଷୀରେ ରାଜ୍ୟର ଶିକ୍ଷା ବଜେଟ୍ରେ ଅଧିକ ବୃଦ୍ଧି ରାଜ୍ୟର ଅନ୍ୟାନ୍ୟ ଉନ୍ନୟନମୂଳକ କାର୍ଯ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛିା ଏଣୁ ପ୍ରସ୍ତାବିତ ନୂତନ ଶିକ୍ଷାନୀତି କାର୍ଯ୍ୟକାରୀ କରିବା ଦିଗରେ ଅତିରିକ୍ତ ଆର୍ଥିକ ବୋଝ କେନ୍ଦ୍ର ସରକାରଙ୍କ ଦ୍ୱାରା ବହନ କରାଯିବା ନିମନ୍ତେ ଓଡ଼ିଶା ପକ୍ଷରୁ ମନ୍ତ୍ରୀ ଡ. ସାହୁ ଅନୁରୋଧ କରିଛନ୍ତିା ଏହା ବ୍ୟତୀତ ଓଡ଼ିଶା ସରକାରଙ୍କ ପକ୍ଷରୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ରାଜ୍ୟରେ ଶିକ୍ଷାର ବିକାଶକୁ ଦୃଷ୍ଟିରେ ରଖି  ଅନେକଗୁଡ଼ିଏ ସମୟୋପଯୋଗୀ ପ୍ରସ୍ତାବ ଦେଇଛନ୍ତିା

ଏହି ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ, ଦକ୍ଷତା ବିକାଶ ଓ ବୈଷୟିକ ମନ୍ତ୍ରୀ ଶ୍ରୀ ପ୍ରେମାନନ୍ଦ ନାୟକ, ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର ପ୍ରମୁଖ ଯୋଗଦେଇଥିଲୋ 

 

0
0
0
s2sdefault