ଓଡ଼ଗାଁ, ୧୫।୭(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ିଶା ରାଜ୍ୟରେ ଛାତ୍ର କଂଗ୍ରେସ ସଂଗଠନକୁ ମଜବୁତ ଓ ଅଧିକ ଗତିଶୀଳ କରିବା ଉଦ୍ଦେଶ୍ୟରେ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦିତ କୁମାର ପ୍ରଧାନ ବହୁ ଅନୁଭବୀ ଓ ଦକ୍ଷ ଛାତ୍ରନେତା ମାନଙ୍କୁ ନିଯୁକ୍ତି କରି ରାଜ୍ୟ କମିଟି ଗଠନ କରିଛନ୍ତି । ଏହି କମିଟିରେ ରାଜ୍ୟ ଛାତ୍ର କଂଗ୍ରେସ ସଭାପତିଙ୍କ ସୁପାରିଶକ୍ରମେ ଅଖିଳ ଭାରତୀୟ ଛାତ୍ର କଂଗ୍ରେସ (ଏନଏସୟୁଆଇ) ର ସଭାପତି ବରୁଣ ଚୌଧୁରୀଙ୍କ ଅନୁମୋଦନ କ୍ରମେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକର ଦିଲ୍ଲୀପ୍ କୁମାର ବିଶୋଇଙ୍କୁ ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ ପଦବୀରେ ନିଯୁକ୍ତ କରିଛନ୍ତି । ଉକ୍ତ ନିଯୁକ୍ତି ପାଇଁ ସେ ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି, ରାଜ୍ଯ ଛାତ୍ର କଂଗ୍ରେସ ପ୍ରଭାରୀ, ରାଷ୍ଟ୍ରୀୟ ଛାତ୍ର କଂଗ୍ରେସର ସଭାପତିଙ୍କ ସହିତ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତଚରଣ ଦାଶ, କଟକ-ବାରବାଟୀର ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କୁ ଧନ୍ଯବାଦ ପ୍ରଦାନ କରିଛନ୍ତି। ଆଗାମୀ ଦିନରେ ଦଳପାଇଁ ଓ ମାଟି ପାଇଁ ଅଗଣିତ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଲଢେଇ ଆହୁରି ଜୋରଦାର କରିବେ ବୋଲି କହିଛନ୍ତି ।
ରାଜ୍ୟ
ଦିଲ୍ଲୀପ୍ ବିଶୋଇ ରାଜ୍ୟ ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ ମନୋନୀତ
- Hits: 13