ହେଡଲାଇନସ୍:

ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା : ବିଜେଡ଼ି ର ଶାନ୍ତିପୂର୍ଣ ପ୍ରତିବାଦ ଉପରେ ପୋଲିସ ନିର୍ମମ ଓ ଅମାନୁଷିକ ଆକ୍ରମଣ କୁ ନବୀନ ପଟନାୟକଙ୍କ ଦୃଢ଼ ନିନ୍ଦା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଆହତ ବିଜେଡ଼ି ନେତାଙ୍କ ସହ କଥା ହେଲେ ନବୀନ ପଟନାୟକ

ଭୁବନେଶ୍ୱର :ବାଲେଶ୍ୱର ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟଶ୍ରୀ ବିଶି ଙ୍କ ଆତ୍ମଦାହ ଘଟଣାରେ ଆଜି ବିଜୁ ଜନତା ଦଳ ପକ୍ଷରୁ ଲୋକସେବା ଭବନ ଘେରାଉ ଡାକରା ଦିଆଯାଇଥିଲା.ଏଥିରେ ବିଜେଡ଼ି ର ହଜାର ହଜାର କର୍ମୀ ଶାନ୍ତିପୂର୍ଣ ଭାବରେ ଲୋୟାର ପି ଏମ ଜି ଠାରେ ସୌମ୍ୟଶ୍ରୀ ଙ୍କୁ ନ୍ୟାୟ ଦାବି ରେ ପ୍ରତିବାଦ କରୁଥିବା ବେଳେ ସେମାନଙ୍କ ଉପରେ ପୋଲିସ ନିର୍ମମ ଓ ଅମାନୁଷିକ ଆକ୍ରମଣ କୁ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟନାୟକ କଡା ଭାଷା ରେ ନିନ୍ଦା କରିଛନ୍ତି |

ଶାନ୍ତିପୂର୍ଣ ଆନ୍ଦୋଳନ କାରୀଙ୍କ ଉପରେ ପୋଲିସ ର ଏଭଳି ଅତ୍ୟାଚାର କୁ ଶ୍ରୀ ପଟନାୟକ ବର୍ବୋରୋଚିତ ବୋଲି ବର୍ଣ୍ଣନା କରିଛନ୍ତି |
ଏହି ଘଟଣା ରେ ବହୁ ବିଜେଡ଼ି କର୍ମୀ ଓ ସାଧାରଣ ଲୋକ ପୋଲିସ. ଆକ୍ରମଣ ରେ ଆହତ ହେବା ଖବର ରେ ଶ୍ରୀ ପଟନାୟକ ଉଦବେଗ ପ୍ରକାଶ କରିଛନ୍ତି |

ପୋଲିସ ଆକ୍ରମଣ ରେ ଆହତ ସାଂସଦ ସୁଲତା ଦେଓ ,ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ,ଓ ପ୍ରୀତିରଞ୍ଜନ ଘଡ଼ାଇ ଙ୍କ ସହ ଶ୍ରୀ ପଟନାୟକ ଫୋନ୍ ଯୋଗେ କଥା ହୋଇ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ପଚାରି ବୁଝି ଥିଲେ ଓ ଆଶୁ ଆରୋଗ୍ୟ କାମନା କରିଥିଲେ.

0
0
0
s2sdefault