ନିଜ ଦଳ କର୍ମୀଙ୍କ କ୍ଷୋଭ, ସରକାରକୁ ନିନ୍ଦା କଲେ।
କେନ୍ଦୁଝର, ତା୧୫/୭- ବାଲେଶ୍ଵର ଫକୀର ମୋହନ କଲେଜର ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ନେଇ ସମଗ୍ର କେନ୍ଦୁଝର ଜିଲ୍ଲାରେ ଶୋକର ବାତାବରଣ ଖେଳି ଯାଇଛି। ସବୁଠାରୁ ବଡ଼ କଥା ହେଲାକି ଶାସକ ବିଜେପି ଦଳର ସମର୍ଥକ ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର କର୍ମକର୍ତ୍ତା ଥିବା ସୌମ୍ୟାଶ୍ରୀ ନିର୍ଯାତିତ ହୋଇ ଗୁହାରି କଲାବେଳେ ନିଜ ସଂଗଠନ ଉଚିତ ସହାୟତା କଲା ନାହିଁ ପୁଣି ସରକାର ମଧ୍ୟ କର୍ଣ୍ଣପାତ କଲେ ନାହିଁ। କଲେଜ ପ୍ରିନସିପାଲ, ପୋଲିସ, ବିଧାୟକ ସାଂସଦ, ମନ୍ତ୍ରୀ ଏପରିକି ମୁଖ୍ୟମନ୍ତ୍ରୀ ଚୁପ୍ ରହିଥିଲେ । ଯୌନ ନିର୍ଯାତନା ପରି ସଂଗୀନ ଆରୋପକୁ ନିଜର ଅନ୍ଦାଜ କଲେ । ଶେଷରେ ଝିଅଟି ବାଧ୍ୟ ହୋଇ ଆତ୍ମହତ୍ୟା କରିବ ବୋଲି କହୁଥିଲା। ଏବେ ଝିଅଟି ମରି ସାରିଛି ଆଜି ଅନ୍ତିମ ସତ୍କାର ହୋଇଯାଇଛି । ସରକାର ବିଳମ୍ବରେ ଚେତି ଡାକ୍ତରୀ ଚିକିତ୍ସା ବ୍ୟବସ୍ଥା କରେଇ ଥିଲେ ମୃତ୍ୟୁପରେ ପରିବାରକୁ ୨୦ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି ତଥାପି ଲୋକେ ସରକାରର ଦାୟୀତ୍ଵ ପ୍ରତି ଅସନ୍ତୁଷ୍ଟ ଅଛନ୍ତି ଅନୁଭବ ହେଉଛି । ନିର୍ଯାତନା ଦେଇଥିବା ଅଧ୍ୟାପକ ଓ ଅଧ୍ୟକ୍ଷ ଗିରଫ ହୋଇ ଜେଲ୍ ଯାଇଥିଲେ ମଧ୍ୟ ଲୋକେ ଜାଣନ୍ତି ଅଳ୍ପ ଦିନ ପରେ ଲୋକେ ଘଟଣା ଭୁଲି ଯିବେ ଏହି ଦୁଇ ଆରୋପୀ ଜେଲରୁ ଫେରି ନିର୍ଦ୍ଦୋଷ ସାବ୍ୟସ୍ତ ହେବେ। ପ୍ରତାପ ଷଡଙ୍ଗୀ ଏହି ଦୁଃଖ ସମୟରେ ମର୍ଦ୍ଦପୁଅଙ୍କ ସହ ଡିବେଟ୍ କରିବେ କହି ନିଜ ଦର୍ପ ସାବ୍ୟସ୍ତ କରି ତିରସ୍କାରର ପାତ୍ର ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କିପରି ଅସହାୟ କେନ୍ଦୁଝରରେ ସାଧାରଣ ଲୋକଙ୍କୁ ଦୁଃଖିତ କରିଛି ।
ଦଳର ଜଣେ ପୂର୍ବତନ ଜିଲ୍ଲା ଉପସଭାପତି ସାମାଜିକ ଗଣମାଧ୍ୟମରେ ଝିଅଟିର ମୃତ୍ୟୁ ଲାଗି ଅତ୍ୟନ୍ତ ଦୁଃଖିତ ହୋଇ ରାଜ୍ୟ ସରକାରକୁ ନିନ୍ଦା କରିଛନ୍ତି ଏପରି ସରକାର ନ ଆସିବା ଠିକ୍ ଥିଲା କହିଛନ୍ତି। ସାଧାରଣ ଜୀବନରେ ଯେ ଥିବ ସାଧାରଣରେ ତିରସ୍କାର ଶୁଣି ମନ ଖରାପ କରିବ। ବର୍ଷ ବର୍ଷ ଧରି ଦଳକୁ ଗଢିବା କର୍ମୀ ଏବେ ଅବହେଳିତ ଦଲାଲ ଟାଉଟର ସୁବିଧା ନେବାକୁ ସରକାରୀ ଦଳରେ ଭର୍ତ୍ତି ହେଲେଣି ବୋଲି ପୁରୁଖା କର୍ମୀ ଅଭିଯୋଗ କରନ୍ତି । କେନ୍ଦୁଝର ପରି ଜିଲ୍ଲାରେ ବିଶେଷ କରି ନିଜ ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ଲୋକପ୍ରିୟତା ହରାଇ ସାରିଲେଣି ବୋଲି ମତ ପ୍ରକାଶ ପାଇଛି । କେନ୍ଦୁଝର ସହର ପୁରୁଣା ବଜାର ଝିଅ ସମାଜସେବୀ ରୋଜାଲିନ୍ ସାହୁ ହତ୍ୟାକୁ ଅଢେଇ ବର୍ଷ ବିତିଲାଣି ଆପାରଗ ପୋଲିସ ଚାର୍ଜସିଟ ଦେଇ ପାରିନି ମୁଖ୍ୟମନ୍ତ୍ରୀ ନିଜେ ଝିଅ ମାଆ ଠାରୁ ଅଭିଯୋଗ ପତ୍ର ନେଇ ପୋଲିସ ଡିଜିଙ୍କୁ ଦେବାପରେ କାର୍ଯ୍ୟାନୁଷ୍ଠାନ ଶୂନ ଯାହା ଲୋକଙ୍କୁ ବିରକ୍ତ କରୁଛି । ରୋଜାଲିନ ମାଆ ରେବତୀ ସାହୁ ନିଜେ ମୁଖ୍ୟମନ୍ତ୍ରୀ ନିଜର ଏକମାତ୍ର ଝିଅର ହତ୍ୟାକାରୀଙ୍କୁ ଫଟୋ ଉଠାଇ ସୁରକ୍ଷା ଦେଉଛନ୍ତି ବୋଲି କହିଛନ୍ତି। ଆଉ ମଧ୍ୟ ଏହି ଜଣେ ହତ୍ୟାକାରୀ ପିଲା ରାଲୁ ଓରଫ ସମ୍ବିତ ରାଉତ ଫକୀର ମୋହନ କଲେଜରେ ଅଭିଯୁକ୍ତ ଅଧ୍ୟାପକଙ୍କ ସହ ଫଟୋ ଉଠାଇ ସେଠାକାର ସଂଗଠକ ଥିବାରୁ ସେହିମାନେ ରୋଜାଲିନକୁ ହତ୍ୟା କଲା ପରି ସୌମ୍ୟାଶ୍ରୀକୁ ଷଡ଼ଯନ୍ତ୍ର କରି ପୋଡି ହତ୍ୟା କରିଛନ୍ତି ସେ କହିଛନ୍ତି ଯାହା ତଦନ୍ତ ଯୋଗ୍ୟ । ଏହି ସବୁ ଘଟଣା ଜାଣି ମୋହନ ଚରଣ ମାଝୀ ମୌନ ଥିବାରୁ ନିଜ ନିର୍ବାଚନ ମଣ୍ଡଳୀରେ ତାଙ୍କ ଭାବମୂର୍ତ୍ତୀ ଖରାପ ହେବାରେ ଲାଗିଛି । ଆଗାମୀ ଦିନରେ ଭବିଷ୍ୟତରେ ଲୋକେ ଏହାକୁ କିପରି ଦେଖୁଛନ୍ତି ଏବଂ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି ଦେଖିବାକୁ ବାକି ରହିଲା। ପ୍ରଶ୍ନ ହେଲା ନିଜ ନିର୍ବାଚନ ମଣ୍ଡଳୀରେ ଲୋକପ୍ରିୟତା ହରାଇ ମୁଖ୍ୟମନ୍ତ୍ରୀ ରାଜ୍ୟକୁ ସୁଶାସନ ଦେଇ ପାରିବେ ତ !