ଭୁବନେଶ୍ୱର July-15: ଡାଟା ସେଣ୍ଟର ପାଇଁ ଭାରତର ସର୍ବବୃହତ୍ ଏମଇପି ଜିସି ସେବା ପ୍ରଦାନକାରୀ ଲିସିନଲାଇଟ୍ସ ଇଞ୍ଜିନିୟରିଂ ଆଣ୍ଡ କନଷ୍ଟ୍ରକ୍ସନ୍ ପକ୍ଷରୁ ମେକାନିକାଲ୍, ଇଲେକ୍ଟ୍ରିକାଲ୍ ଏବଂ ସିଭିଲ୍ ଇଞ୍ଜିନିୟରିଂ ଛାତ୍ରଛାତ୍ରୀମାନଙ୍କୁ ବାସ୍ତବିକ ଅନୁଭୂତି ଏବଂ ଇଣ୍ଡଷ୍ଟ୍ରି ପାଇଁ ପ୍ରସ୍ତୁତ ହେବାରେ ସାହାଯ୍ୟ କରିବା ପାଇଁ କିଟ୍ ସହ ସହଯୋଗିତା ସ୍ଥାପନ କରାଯାଇଛି। ଏହି ନୂତନ ସହଯୋଗିତା ଶ୍ରେଣୀଗୃହ ଶିକ୍ଷା ଏବଂ ଅନଲାଇନ୍ ପ୍ରଶିକ୍ଷଣକୁ ଏକତ୍ର କରି ଛାତ୍ରଛାତ୍ରୀମାନଙ୍କୁ ପ୍ରଥମ ଦିନରୁ ଏକ ଦୃଢ୍ କ୍ୟାରିଅର୍ ଗଠନ କରିବାରେ ସକ୍ଷମ କରିବ। ଗତ ସପ୍ତାହରେ ଏହି ମର୍ମରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା।
ଏହି ସହଯୋଗିତା ମାଧ୍ୟମରେ ଲିସିନଲାଇଟ୍ସ ଇଞ୍ଜିନିୟରିଂ ଆଣ୍ଡ କନଷ୍ଟ୍ରକ୍ସନ୍ ପକ୍ଷରୁ କିଟର ଡାଟା ସେଣ୍ଟରକୁ ଏକ ସେଣ୍ଟର ଅଫ୍ ଏକ୍ସଲେନ୍ସ ଭାବେ ପରିଣତ କରାଯିବ, ଯାହା ଛାତ୍ରଛାତ୍ରୀମାନଙ୍କୁ ବାସ୍ତବିକ ଇଞ୍ଜିନିୟରିଂ ପ୍ରକଳ୍ପ ବିଶେଷକରି ଆଧୁନିକ ଡାଟା ସେଣ୍ଟରରେ ବ୍ୟବହୃତ ହେଉଥିବା ସିଷ୍ଟମ ଏବଂ ଟୁଲ୍ସ ସହିତ ପ୍ରତ୍ୟକ୍ଷ ଅନୁଭୂତି ପ୍ରଦାନ କରିବ।
ଏହି ସହଯୋଗିତାର ଏକ ମୁଖ୍ୟ କାର୍ଯ୍ୟକ୍ରମ ହେଉଛି ୱର୍କ୍ ଇଣ୍ଟିଗ୍ରେଟେଡ୍ ଲର୍ଣ୍ଣିଂ ପ୍ରୋଗ୍ରାମ୍ (ଡବ୍ଲ୍ୟୁଆଇଏଲପି)। ଏହା ଲିସିନଲାଇଟ୍ସରେ କାମ କରୁଥିବା ଜୁନିୟର୍ ଇଞ୍ଜିନିୟର୍ ଟ୍ରେନିମାନଙ୍କୁ (ଜେଇଟି) ଏବଂ ଗ୍ରାଜୁଏଟ୍ ଇଞ୍ଜିନିୟର୍ ଟ୍ରେନିମାନଙ୍କୁ (ଜିଇଟି)ମାନଙ୍କୁ ନିଜ ଚାକିରି ଜାରି ରଖିବା ସହିତ କିଟରୁ ବିଟେକ କିମ୍ବା ଏମ ଟେକ ଡିଗ୍ରୀ ହାସଲ କରିବାର ସୁଯୋଗ ପ୍ରଦାନ କରିବ। ସେମାନେ କ୍ୱାଲିଟି ଆସ୍ୟୁରାନ୍ସ (କ୍ୟୁଏ) ଏବଂ ଟେଷ୍ଟିଂ ଆଣ୍ଡ କମିଶନିଂ (ଟି ଆଣ୍ଡ ସି) ଆଦି ଗୁରୁତ୍ୱପୂର୍ଣ୍ଣ ଟେକ୍ନିକାଲ୍ କ୍ଷେତ୍ରରେ ବିଶେଷଜ୍ଞତା ହାସଲ କରିପାରିବେ। ଏହା ସୁରକ୍ଷିତ ଏବଂ ଉଚ୍ଚ ଗୁଣବତା ପ୍ରକଳ୍ପ ପ୍ରଦାନ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ କଲେଜ୍ ପାଠ୍ୟକ୍ରମଗୁଡ଼ିକରେ ସାଧାରଣତଃ ଗଭୀର ଭାବେ ଯୋଡ଼ିହୋଇ ଥାଏ।
ଅଟୋଡେସ୍କ ପରି ଟୁଲ୍ସରେ ପ୍ରଶିକ୍ଷିତ ଛାତ୍ରଛାତ୍ରୀମାନେ ନିଜ ବିଆଇଏମ ମଡେଲିଂ ଜ୍ଞାନ ଏବଂ ଦକ୍ଷତାକୁ ବାସ୍ତବିକ ପ୍ରକଳ୍ପରେ ବ୍ୟବହାର କରିବାର ସୁଯୋଗ ପାଇବେ ଯାହା ସେମାନଙ୍କୁ ବାସ୍ତବିକ ପ୍ରକଳ୍ପ ଶିକ୍ଷା ପ୍ରଦାନ କରିବ। ଏହି ବ୍ୟବହାରିକ ଅନୁଭୂତି ସେମାନଙ୍କୁ ସ୍ନାତକ ପରେ ଚାକିରି କ୍ଷେତ୍ରରେ ପ୍ରବେଶ କରିବା ସହଜ କରିଦେବ।
ଏହି ସହଯୋଗିତା କେବଳ ପ୍ରଶିକ୍ଷଣ କିମ୍ବା ଇଣ୍ଟର୍ନସିପ୍ ନୁହେଁ। ଏହା ଏକ ଶିକ୍ଷାନୁଷ୍ଠାନ ଏବଂ କମ୍ପାନିଗୁଡ଼ିକ ମଧ୍ୟରେ ସହଯୋଗର ଏକ ମାଧ୍ୟମ ଯାହା ପ୍ରଥମ ଦିନରୁ କାମ କରିବାକୁ ପ୍ରସ୍ତୁତ ଏକ ନୂତନ ପିଢ଼ିର ଇଞ୍ଜିନିୟର ଗଠନ କରିବ।
ମୁମ୍ବାଇରେ ମୁଖ୍ୟାଳୟ ଥିବା ଲିସିନଲାଇଟ୍ସ ବେଙ୍ଗାଲୁରୁ, ଚେନ୍ନାଇ, ହାଇଦ୍ରାବାଦ, ଏନସିଆର, ଏବଂ ପୁଣେ ଭଳି ମୁଖ୍ୟ ମେଟ୍ରୋ ସହରଗୁଡ଼ିକରେ କାର୍ଯ୍ୟକାରୀ ଏବଂ ଜକାର୍ତାରେ ପିଟିଇ ଦ୍ଵିମିତ୍ର ଲିସିନଲାଇଟ୍ସ ଇଣ୍ଡୋନେସିଆ ନାମରେ କାର୍ଯ୍ୟ କରୁଛି।
ଲିସିନଲାଇଟ୍ସର ଡାଟା ସେଣ୍ଟର କ୍ଲାଏଣ୍ଟ ତାଲିକାରେ ଫର୍ଚ୍ୟୁନ୍ ୫୦୦ କମ୍ପାନି, ବିଶ୍ୱର ସର୍ବବୃହତ୍ ଇ-କମର୍ସ ସଂସ୍ଥା, ଅଗ୍ରଣୀ କୋଲୋକେସନ୍ ଡାଟା ସେଣ୍ଟର୍ ପ୍ରଦାନକାରୀ ଏବଂ ଭାରତରେ ଡାଟା ସେଣ୍ଟର୍ ଥିବା ଆମେରିକୀୟ କମ୍ପାନିମାନେ ଅନ୍ତର୍ଭୁକ୍ତ।
ଭାରତ ନିଜର ଡିଜିଟାଲ୍ ଏବଂ ଶିଳ୍ପ ଭିତ୍ତିଭୂମି ବିକାଶ କରୁଥିବା ବେଳେ ଲିସିନଲାଇଟ୍ସ ଇଞ୍ଜିନିୟରିଂ ଆଣ୍ଡ କନଷ୍ଟ୍ରକ୍ସନ୍ କିଟ୍ ସହିତ ମିଶି ଶ୍ରେଣୀଗୃହ ଶିକ୍ଷା ଏବଂ ବୃତ୍ତିଗତ ଅଭ୍ୟାସ ମଧ୍ୟରେ ଥିବା ଅନ୍ତର ପୂରଣ କରି ଅନୁଭୂତିମୂଳକ ଶିକ୍ଷାର ସଂସ୍କୃତି ପ୍ରତିଷ୍ଠା କରି ଭବିଷ୍ୟତ ଲାଗି ପ୍ରସ୍ତୁତ ଇଞ୍ଜିନିୟରିଂ ବୃତ୍ତିଧାରୀମାନଙ୍କୁ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଛି।
ରାଜ୍ୟ
ଲିସିନଲାଇଟ୍ସ ଇଞ୍ଜିନିୟରିଂ ଆଣ୍ଡ କନଷ୍ଟ୍ରକ୍ସନ୍ ପକ୍ଷରୁ ଏକ ସେଣ୍ଟର ଅଫ୍ ଏକ୍ସସେଲେନ୍ସ୍ ସ୍ଥାପନ ପାଇଁ କିଟ୍ ସହ ସହଯୋଗିତା
- Hits: 19