ଓଡ଼ଗାଁ,୧୫।୭(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବ୍ଲକ କୋମଣ୍ଡ ଆନନ୍ଦ ସାହୁ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ମା' ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅବସରରେ ବୃକ୍ଷରୋପଣ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ମିଶ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଧ୍ୟାପିକା ଅଧ୍ୟକ୍ଷଙ୍କ ସହିତ ଅନ୍ୟ କର୍ମଚାରୀ ଓ ଛାତ୍ରୀମାନଙ୍କ ଦ୍ବାରା ବୃକ୍ଷ ରୋପଣ କାର୍ଯ୍ୟ ସମାପନ ହୋଇଥିଲା। ବିଦ୍ୟାଳୟ ପଛପାଖ ପରିସରରେ ୫୦ରୁ ଉର୍ଦ୍ଧ୍ବ ବାରମାସୀ ବାମନ ଆମ୍ବଗଛ ସହିତ ଉଚ୍ଚ ପ୍ରଜାତିର ଲେମ୍ବୁ, ସପେଟା, ପିଜୁଳି ଇତ୍ୟାଦି ଚାରା ରୋପଣ କରାଯାଇଥିଲା । ଅଧ୍ୟାପକ ପିତବାସ ସେନାପତି, ସନ୍ଧ୍ୟା ପଟ୍ଟନାୟକ, ପୁଷ୍ପଲତା ସାହୁ, ସ୍ବର୍ଣ୍ଣ ଲତା ରଥଙ୍କ ସହିତ ନିରାକାର ନାୟକ ପ୍ରମୁଖ ଭାବେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସେହିପରି ଭାବେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଇକ ବାଙ୍କତରା, ଗାୟତ୍ରୀ ବିଦ୍ୟାମନ୍ଦିର ମଶାବାରୀ ଏବଂ ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ ଓଡ଼ଗାଁ ଶାଖାର ମିଳିତ ଆନୁକୁଲ୍ୟରେ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇଥିଲା |
ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଘୁନାଥ ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଓଡ଼ଗାଁ ଷ୍ଟେଟବ୍ୟାଙ୍କ ଶାଖା ପରିଚାଳକ ଲକ୍ଷ୍ମୀଧର ସୁବୁଦ୍ଧି, ଅତିରିକ୍ତ ବ୍ଳକ ଶିକ୍ଷାଧିକାରୀ ରାଜକିଶୋର ସାହୁ, ବରିଷ୍ଠ ସାମ୍ବାଦିକ ଅଶୋକ କୁମାର ମହାପାତ୍ର,ସାଧନା କେନ୍ଦ୍ରସମ୍ପାଦକ ଯଶୋବନ୍ତ ପଟ୍ଟନାୟକ ଅଂଶଗ୍ରହଣ କରିଥିଲେ । ଅତିଥି ମାନେ ବୃକ୍ଷ ରୋପଣର ଉପକାରୀତା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲା ବେଳେ ଗାୟତ୍ରୀ ବିଦ୍ୟା ମନ୍ଦିରର ଛାତ୍ରୀ ମାନଙ୍କ ଦ୍ବାରା ଗଛଟିଏ ମୁଁ ଗଛଟିଏ ନୃତ୍ୟ ସଂଗୀତ ସମସ୍ତଙ୍କୁ ବେଶ୍ ଆକର୍ଷିତ କରିଥିଲା । ଏସମିସି ସଭାପତି କମିଟି ସଭ୍ୟ ସଭ୍ୟା ଏବଂ ମାତୃ ମଞ୍ଚର ସଭ୍ୟମାନେ ଯୋଗ ଦେଇଥିବା ବେଳେ ସାଧନ କେନ୍ଦ୍ର ସଂଯୋଜକ ସଂଯୋଜନା କରିଥିଲେ । ଏବଂ ଶିକ୍ଷକ ପ୍ରଫୁଲ୍ଲ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
ରାଜ୍ୟ
କୋମଣ୍ଡ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ
- Hits: 22