ହେଡଲାଇନସ୍:

" ଇତିଶ୍ରୀ ଭଳି ତତେ ବି ମାରିଦେବୁ" ଧମକ ମାମଲା  : ଶେଷରେ ବନ୍ଧା ହେଲେ ଅଭିଯୁକ୍ତ ପ୍ରଧାନଶିକ୍ଷକ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଘୁ. ଉଦୟଗିରି : ଗଗନ କୁମାର ପ୍ରଧାନ : ଶେଷରେ ବନ୍ଧା ହେଲେ ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୁକ୍ତ | ନିଜ ସହଯୋଗୀ ଶିକ୍ଷୟିତ୍ରୀଙ୍କୁ ନିର୍ଯାତନା  ଦେଇଥିବା ଅଭିଯୋଗରେ  କନ୍ଧମାଳ ଜ଼ିଲ୍ଲା କେ.ନୂଆଗାଁ ଥାନ ଅଧୀନସ୍ଥ କୁଡୁତୁଲି ସେବାଶ୍ରମର ପ୍ରଧାନ ଶିକ୍ଷକଙ୍କୁ  ପୁଲିସ ଗିରଫ କରିଛି.| ଗିରଫ ପ୍ରଧାନ ଶିକ୍ଷକ ହେଲେ ଚନ୍ଦ୍ର ଶେଖର ମହାରଣା |  ଗିରଫ ଶିକ୍ଷକ ବ୍ରହ୍ମପୁର ଅଭିମୁଖେ ଦଳ ଫେରାର ପାଇଁ ଉଦ୍ୟମ କରୁଥିବା  ଯାଉ ଥିବା ବେଳେ ଘୁ.ଉଦୟଗିରି ପାଖରେ ପୁଲିସ କର୍ମଚାରୀ ସୂର୍ଯ୍ୟକାନ୍ତ ରାୟଙ୍କ ନେତୃତ୍ୱରେ ଏକ ଶିକ୍ଷକଙ୍କୁ କାବୁ କରି ଥିଲା.ଘଟଣାକୁ ନେଇ କେ. ନୂଆଗାଁ ଥାନା ପୁଲିସ 48/2019ନମ୍ବରରେ ଏକ ମାମଲା ରୁଜୁ କରି ଥିଲା.ଅନ୍ୟ ଫେରାର ଅଭିଯୁକ୍ତଙ୍କୁ ଗିରଫ ପାଇଁ ପୁଲିସ ଉଦ୍ୟମ କରୁ ଥିବା ଥାନାଧିକାରୀ ସୂଚନା ଦେଇ ଛନ୍ତି. ପ୍ରାପ୍ତ ସୂଚନା ଅନୁସାରେ ପୂର୍ବରୁ ସେହି ସ୍କୁଲର ଜଣେ ଜୈନିକ ଶିକ୍ଷୟତ୍ରୀଙ୍କୁ ଏହି ତିନି ଶିକ୍ଷକ ଖରାପ ବ୍ୟବହାର ପ୍ରଦର୍ଶନ କରିଥିଲେ ଏକଥା ପ୍ରଘଟ ଭୟରେ ଶିକ୍ଷୟତ୍ରୀ ମାନଙ୍କୁ ପରସ୍ପର ମଧ୍ୟରେ ମିଳାମିଶା କରିବା ପାଇଁ ତାଗିତ ମଧ୍ୟ କରୁ ଥିଲେ.ଏହି ତିନି ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଅଫିସ ରୁମକୁ ଡାକି ଅନେକ ସମୟରେ ଅସଭ୍ୟ ଆଚରଣ ଓ ଶାରିରୀକ ଏବଂ ମାନସିକ ନିର୍ଯାତନା  ମଧ୍ୟ ଦେଉଥିବା ପୀଡିତା ଅଭିଯୋଗ କରିଥିଲେ । ତାଛଡା କମ୍ପରମାଇଜ କରିବା ପାଇଁ ଏବଂ କ୍ଲାସରେ ମିଥ୍ୟା ଆଟେନାନ୍ସ ପକାଇବା ପାଇଁ ବାଧ୍ୟକରୁଥିବା ସଂପୃକ୍ତ ଶିକ୍ଷୟତ୍ରୀ ଅଭିଯୋଗ କରିଥିଲେ ।ଏକ ପ୍ରକାର ରେଗିଂ ଚାଲିଛି ସ୍କୁଲରେ ଦୀର୍ଘ ଏକ ମାସଧରି ଏହି ଆଦିବାସୀ ଶିକ୍ଷୟତ୍ରୀଙ୍କୁ ଜାତିଆଣ ଆକ୍ଷେପ କରୁଥିବା ମଧ୍ୟ ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି। ଏନେଇ ଜୈନିକ ଶିକ୍ଷୟତ୍ରୀ ଜିଲ୍ଲା ଶିକ୍ଷା ଅଧିକାରୀ ବିକାଶ ପ୍ରଧାନଙ୍କ ଦ୍ବାରସ୍ଥ ହୋଇଥିଲେ ମଧ୍ୟ ଫଳ ଶୂନ ହେବାପରେ ନ୍ୟାୟ ପାଇଁ ଥାନାର ଦ୍ଵାରସ୍ଥ ହୋଇଥିଲେ । ଜୈନିକ ଶିକ୍ଷୟତ୍ରୀ ଶାରିରୀକଏବଂ ମାନସିକ ନିର୍ଯ୍ଯାତନା ପରେ ଭୟରେ ରହୁ ଥିଲେ । ରବିବାର ଦିନ ଶିକ୍ଷୟତ୍ରୀଙ୍କ ଘରକୁ ଯାଇ ପ୍ରଧାନ ଶିକ୍ଷକ ଧମକ ଚମକ ଦେଇଥିବା ଅଭିଯୋଗ ହୋଇ ଥିଲା | 

ଏ ସମ୍ପର୍କରେ "ଶାସକ ପ୍ରଶାସକ" ରେ ଆମେ ପ୍ରଥମେ ଖବର ପ୍ରକାଶ କରିବା ପରେ ଏହାକୁ ନେଇ ତନାଘନା ଆରମ୍ଭ ହୋଇଥିଲା | ଗତ ଅଗଷ୍ଟ ମାସ 26 ତାରିଖରେ "ଇତିଶ୍ରୀକୁ ମାରିଲା ଭଳି ତୋତେ ମାରିଦେବୁ" ଶୀର୍ଷକରେ ଏକ ଚାଂଚଲ୍ୟକର  ଖବର ପରିବେଷଣ ହୋଇଥିଲା "ଶାସକ ପ୍ରଶାସକ" ନ୍ୟୁଜ ପୋର୍ଟାଲରେ |  ଶାସକ ପ୍ରଶାସକରୁ ତାହା ପଢିବା ପରେ  ଶିକ୍ଷକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା | ମୁଖ୍ୟତଃ ବରଗଡ ଜିଲ୍ଲା ଉଚ୍ଚପ୍ରାଥମିକ ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ ସଙ୍ଘ ସମସ୍ୟାକୁ ଗମ୍ଭୀରତା କୁ ଦେଖି ଶିକ୍ଷୟିତ୍ରୀଙ୍କୁ ସୁରକ୍ଷା ଦେବା ନିମନ୍ତେ ଏବଂ ଇତିଶ୍ରୀ ଘଟଣାର ପୁନରାବୃତ୍ତି ନ ଘଟିବା ପାଇଁ ମାନ୍ୟବର  ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ.ସଙ୍ଘ ଶାସକ ପ୍ରଶାସକରେ ପ୍ରସାରିତ ଖବରଟି କୁ ଉଦ୍ଧାର କରି ଟ୍ୱିଟର ମାଧ୍ୟମରେ ମୁଖ୍ୟମନ୍ତ୍ରୀ,  ଓଡ଼ିଆ ପୋଲିସ, ସ୍କୁଲ ଗଣଶିକ୍ଷା ମନ୍ତ୍ରୀ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନଦାସ, କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଏବଂ କନ୍ଧମାଳ ଜିଲ୍ଲାପାଲଙ୍କୁ ଅବଗତ କରେଇଥିଲେ ଯାହାର ପ୍ରତ୍ୟୁତ୍ତରରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ତତ୍ପରତା ପ୍ରକାଶ କରାଯାଇଥିଲା |   ତୁରନ୍ତ ଦୋଷୀ ଶିକ୍ଷକଙ୍କୁ ନିଲମ୍ବନ କରାଯାଇଥିବା ଏକ ପତ୍ର ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରୁ ପ୍ରତ୍ୟୁତ୍ତର ଆସିଥିଲା | ଏହାଛଡା ପୀଡିତା ଶିକ୍ଷୟିତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଅନ୍ୟ ଏକ ବିଦ୍ୟାଳୟକୁ ସ୍ଥାନାଂତରଣ କରାଯାଇଥିବା ଉଲ୍ଲେଖ ରହିଥିଲା | ହେଲେ ଶେଷରେ ସେହି ଅଭିୟୁକ୍ତ ପ୍ରଧାନଶିକ୍ଷକଙ୍କୁ ଗିରଫ କରିଛି ପୋଲିସ |

 

0
0
0
s2sdefault