ପୌର ଅଧ୍ୟକ୍ଷାଙ୍କ ବାପଘର ମାର୍କେଟ କମ୍ପ୍ଲେକ୍ସ ଭିତରେ ପଚା ପାଣି ଲହଡି ମାରିଲା।
କେନ୍ଦୁଝର,ତା୧୭/୩- ବର୍ଷା ପାଣିର ପ୍ରକୃତି ତଳ ମୁଣ୍ଡକୁ ଗଡ଼ିବା, ଯେମିତି ହେଲେ ସେ ଗଡ଼ିଯିବ। ଏହିକଥା କାଲି ରାତି ଅଧିଆ ବର୍ଷା ପରେ ଘଟିଛି ତେଣୁ ଟିଭିଏସ ସୋରୁମ ତଳେ ଥିବା ଗୁରୁମେତ ସିଂହ ମାର୍କେଟ କମ୍ପ୍ଲେକ୍ସ ଭିତରେ ପଚା ଡ୍ରେନ ପାଣି ପଶିଯାଇଥିଲା। ସକାଳେ ଦୋକାନ ଖୋଲିବାକୁ ଦୋକାନୀ ସବୁ ଆସିବା ବେଳେ ଦେଖିଲେ ପଚା ପାଣି ଦୋକାନ ଭିତରେ ପଶିଛି ଯେତେ ସବୁ ଜରି ବୋତଲ ଅଳିଆ ଆସି ସେଠାରେ ବର୍ଷା ପାଣି ଗଡି ଆସିଥିବାରୁ ଜମି ପୁତିଗନ୍ଧମୟ ପରିବେଶ ସୃଷ୍ଟି କରିଛି। ତେଣୁ ନଗରପାଳିକା କର୍ମଚାରୀ ଆସି ସେ ଡ୍ରେନ ସଫା କରିବାରୁ ପାଣି ଖଲାସ ହେଲା ସାମ୍ନା ଫାର୍ମ ପୋଖରୀ ହୁଡାତଳ ଡ୍ରେନ ସାମୟିକ ସଫା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ପାଣି ଜରି ବୋତଲ ସେଠାରେ ଜମା ହୋଇରହିଛି। ତେବେ ରାସ୍ତା ଉପରେ ପଙ୍କ ବାହାର କରି ଗଦା କରିଥିବା ଏବେ ଦେଖାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ କି ଏହି ମାର୍କେଟ କପ୍ଲେକ୍ସ କେନ୍ଦୁଝରଗଡ଼ ପୌରପାଳିକା ଅଧ୍ୟକ୍ଷା ନିକୁ ସାହୁଙ୍କ ଜେଜେବାପା ଗୁରୁମେତ ସିଂହଙ୍କର ତେଣୁ ମୁନସିପାଲିଟି ଲୋକେ ଆସି ସଫା କଲେ ବୋଲି ଲୋକେ ସେଠାରେ କହିଛନ୍ତି ନହେଲା କେହି ଶୁଣନ୍ତି ନାହିଁ । ସହର ସାରା ଏହିପରି କୁଢ଼ କୁଢ଼ ଆବର୍ଜନା ଡ୍ରେନ ଭିତରେ ପଡ଼ିରହି ପାଣି ଜାମ କରୁଛି ଯାହାର କୌଣସି ପ୍ରତିକାର ହେଉନି ଲୋକଙ୍କ ଘରେ ବର୍ଷା ଦିନେ ପାଣି ପଶୁଛି ଏବେ ପେଭର୍ସ ବିଛା ଯାଉଥିବାରୁ ପାଣି ଜମିରହୁଛି । ଏଠାରେ ଥିବା ହାତିଆଟାଙ୍ଗର କଲୋନୀରେ ନଗରପାଳିକା ଏକ ଦରଖଣ୍ଡିଆ ଡ୍ରେନ କରିଥିବାରୁ ଏହି ଅବସ୍ଥା ହେଲା ବୋଲି ସଚେତନ ନାଗରିକ ପ୍ରାଚୀବାଳା ସାହୁ କହିଛନ୍ତି। ସେ ଅଭିଯୋଗ କରିଛନ୍ତି କି ଏହି ଡ୍ରେନ ସମ୍ପୂର୍ଣ୍ଣ କରି ଗୁରୁମେତ ସିଂହ ମାର୍କେଟ ସମ୍ମୁଖ ବଡ଼ ଡ୍ରେନ ସହ ମିଶାଇବାକୁ ସେ ଜିଲ୍ଲାପାଳଙ୍କୁ ଲିଖିତ ଦେଇ ଆଲୋଚନା କରିଥିଲେ। ଜିଲ୍ଲାପାଳ ମଧ୍ୟ ନଗରପାଳିକାକୁ ଏହାର ସମାଧାନ ଲାଗି ନିର୍ଦ୍ଦେଶ ଦେଇଥିଲେ କିନ୍ତୁ କର୍ତ୍ତୃପକ୍ଷ ନୀରବ ଥିବାରୁ ଲୋକଙ୍କ ଘରେ ତଥା ଦୋକାନରେ ଆଜି ଏମିତି ପାଣି ପଶୁଛି ଯାହା ଘୋର ଦୁର୍ଭାଗ୍ୟ । ଆଗାମୀ ଦିନରେ ବର୍ଷା ଆସିବା ପୂର୍ବରୁ କରଞ୍ଜିଆ ବସାଷ୍ଟାଣ୍ଡ ପାଖରୁ ତେଲକୋଇ ବସାଷ୍ଟାଣ୍ଡ ଯାଏ ଡ୍ରେନ ସମ୍ପୂର୍ଣ୍ଣ କରିବାକୁ ସେ ଦାବି କରିଛନ୍ତି।








