ହେଡଲାଇନସ୍:

ଐତିହାସିକ ବାରୁଣୀ ସ୍ନାନଯାତ୍ରା ଭଞ୍ଜନଗର ବ୍ଳକ୍ ରାଇପଲ୍ଲି ଠାରେ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ଯୋଗଦାନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 


ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ:ପବିତ୍ର ଚୈତ୍ର କୃଷ୍ଣ ପକ୍ଷ ଦ୍ଵାଦଶୀ ତିଥିରେ ଅର୍ଥାତ୍ ଅଦ୍ୟ ମାର୍ଚ୍ଚ ମାସ ୧୭ ତାରିଖ ପବିତ୍ର ଚୈତ୍ର ମାସ ମଙ୍ଗଳ ବାର ଦିନ ଭଞ୍ଜନଗର ବ୍ଳକ୍ ଅନ୍ତର୍ଗତ କୁଲାଡ ପଞ୍ଚାୟତ ର ରାଇପଲ୍ଲି ବଡନଦୀ ର ତ୍ରିବେଣୀ ସଙ୍ଗମ ସ୍ଥଳରେ ଐତିହାସିକ ବାରୁଣୀ ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି।
ଏହି ଐତିହାସିକ ବାରୁଣୀ ସ୍ନାନ ଯାତ୍ରା ଏଠାରେ ବିଧି ବିଧାନ ସହିତ ମହା ଆଡମ୍ବର ପୂର୍ଣ୍ଣ ଭାବରେ ପାଳନ ହୋଇଆସୁଛି। ଏହି ଐତିହାସିକ ଯାତ୍ରାରେ ଭଞ୍ଜନଗର ସହିତ କୁଲାଡ ପଞ୍ଚାୟତ ଆଖ ପାଖ ଅଞ୍ଚଳର ଅନେକ ମାନସିକ ଶ୍ରଦ୍ଧାଳୁ ଜନସାଧାରଣ ଯୋଗଦେଇଥିଲେ। ଏହା ଏକ ପୂର୍ଣ୍ୟ ସଂଗମ ସ୍ଥଳ ଓ ତିଥି ବାର ହୋଇଥିବା ଯୋଗୁଁ ଏଠାରେ ଆଜି ଅନେକ ଜନସାଧାରଣ ନିଜ ପିତୃ ପୁରୁଷଙ୍କ ପିଣ୍ଡଦାନ କରିବା ସହିତ ଅସ୍ତି ବିସର୍ଜନ ମଧ୍ୟ କରିଥାନ୍ତି। ଏହି ପୂର୍ଣ୍ୟ ନଦୀ ରେ ସ୍ନାନ କରି ବୁଡ ପକାଇବା ସହିତ ନିଜ ନିଜ ମନବାଞ୍ଛା ପୂରଣ ପାଇଁ ମାନସିକ କରିଥାନ୍ତି ଏବଂ ପୂରଣ ମାନସିକ ପାଇଁ ଏଠାକୁ ଆସି ସମସ୍ତେ, ଦେବ ଦେବୀ ଙ୍କୁ ଦର୍ଶନ କରି ଫେରନ୍ତି। ଆଜି ଏହି ମହାପୂର୍ଣ୍ୟ ବାରୁଣୀ ସ୍ନାନ ଯାତ୍ରା ରେ ଶହ ଶହ ଜନସାଧାରଣଙ୍କ ପାଇଁ ଅନ୍ନ ପ୍ରସାଦ ଭୋଜନ ର ବ୍ୟବସ୍ଥା ହୋଇଥିବା ସହିତ ମନୋରଞ୍ଜନ ନିମନ୍ତେ ଲୋକକଳା କୁ ସମ୍ନାନ ଦେଇ ଏକ ଭାରତ ଲିଳା ନାଟକ ମଧ୍ୟ ପରିବେଷଣ କରାଯାଇଥିଲା।

0
0
0
s2sdefault