ବସ୍ତା ୧୭/୩:ବସ୍ତା ଥାନା ଅନ୍ତର୍ଗତ ସନ୍ତୋଷପୁର ପଞ୍ଚାୟତର ଵେଣାପୁରା ଗ୍ରାମ ସ୍ଥିତ ସୁବର୍ଣ୍ଣରେଖା ନଦୀରେ ପାରମ୍ପାରିକ ପବିତ୍ର ବାରୁଣୀ ସ୍ନାନ ଉପଲକ୍ଷେ ଆଜି ବହୁ ଶ୍ରଦ୍ଧାଳୁ ବୁଡ ପକାଇଥିଲେ।ବେଣାପୁରା ଠାରେ ଥିବା ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥ ଓ ମହାଦେବ ପୀଠରେ ପାରମ୍ପାରିକ ପୂଜା ଅର୍ଚ୍ଚନା ସାଙ୍ଗକୁ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଆଇନ ଶୃଙ୍ଖଳା ରକ୍ଷା ପାଇଁ ଆବଶ୍ୟକ ପୋଲିସ ମୁତୟନ ହୋଇଥିଲା।ଏହି ଅବସରରେ ବେଣାପୂରା ନଦୀକୂଳ ସ୍ଥିତ ପଡ଼ିଆରେ ବିଗତ ପ୍ରାୟ ୧ ଶହ ଉର୍ଦ୍ଦ ହେବ ବାରୁଣୀ ସ୍ନାନ ଦିନ ଠାରୁ ବାରୁଣୀ ମେଳା ଆୟୋଜିତ ହୋଇ ଆସୁଛି।ଚଳିତ ବର୍ଷ ୨୭ ତାରିଖ ପର୍ଯ୍ୟନ୍ତ ଏହି ପ୍ରସିଦ୍ଧ ବାରୁଣୀ ମେଳା ଚାଲିବ ବୋଲି କମିଟି ସଭାପତି ସର୍ବେଶ୍ଵର ପତି,ସମ୍ପାଦକ ନରେଶ ମହାନ୍ତି ଓ ଗ୍ରାମ ମୁଖ୍ୟ ମାନସ କୁମାର ଉପାଧ୍ୟାୟ ଆମ ପ୍ରତିନିଧି ଙ୍କୁ ଜଣାଇଛନ୍ତି।ସେହିପରି ସିଂଲା ଥାନା ଅନ୍ତର୍ଗତ ବଙ୍ଗୋପସାଗର ବେଳାଭୂମି କଷାଫଳ ମୁହାଣ ଠାରେ ଭୋର ସମୟରେ ଲକ୍ଷାଧିକ ଶ୍ରଦ୍ଧାଳୁ ପବିତ୍ର ବାରୁଣୀ ସ୍ନାନ ଉପଲକ୍ଷେ ବୁଡ଼ ପକାଇଥିଲେ।ବେଳାଭୂମି ଠାରେ ଥିବା ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ସାରଙ୍ଗ ଦେବ ପୀଠରେ ଶ୍ରଦ୍ଧାଳୁମାନେ ପାରମ୍ପାରିକ ପୂଜାର୍ଚ୍ଚନା କରିଥିଲେ।
ରାଜ୍ୟ
ପବିତ୍ର ବାରୁଣୀ ଯାତ୍ରାରେ ଲକ୍ଷଲକ୍ଷ ଶ୍ରଦ୍ଧାଳୁ ବୁଡ ପକାଇଲେ।
- Hits: 6








