ହେଡଲାଇନସ୍:

ବିପୁଳ ପରିମାଣରେ କଫ ସିରଫ ଜବତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ବରଗଡ ପୋଲିସ ର ତତ୍ପରତା ସତ୍ତ୍ୱେ କଫ ସିରଫ ବ୍ୟବସାୟୀ ମାନଙ୍କର ମନୋବଳ ଭାଙ୍ଗିବା ପରିବର୍ତେ ବଢ଼ିବାରେ ଲାଗିଛି । ଏହି ବ୍ୟବସାୟୀ ମାନେ ସାମାନ୍ୟ କୁଛି ଅର୍ଥ ଲୋଭରେ ସମଗ୍ର ଯୁବ ସମାଜ କୁ ନିଶାଗ୍ରସ୍ତ କରେଇ ପଥଭ୍ରଷ୍ଟ ହେବାପାଇଁ ପରୋକ୍ଷରେ ପ୍ରୋତ୍ସାହନ ଯୋଗାଉଛନ୍ତି । ଯଦିଓ ପୋଲିସ ନିଶା ବ୍ୟବସାୟୀ ଙ୍କର ଉପରେ ଚଢ଼ାଉ କରୁଛି ହେଲେ ନିଶା କାରବାର କୁ ଆଜି ପର୍ଯନ୍ତ ବନ୍ଦ କରି ପାରିନାହିଁ ।

ଗତ କାଲି ପାଇକମାଲ ନିକଟସ୍ଥ ସାଲେପଲି ଗ୍ରାମ ନିକଟରେ ପାଇକମାଲ ପୋଲିସ ଏକ ଇଣ୍ଡିଗୋ କାର ରୁ 1420 ବୋତଲ ଏସକଫ ସିରଫ ସହିତ 10 ଗୋଟି ନିଶା ଟାଵଲେଟ 2 ଗୋଟି ମୋବାଇଲ ଫୋନ ,ଗୋଟେ କାର ଓ ଗୋଟେ ବାଇକ ଜବତ କରିଛି । ASI ସନ୍ତୋଷ କୁମାର ସାହୁଙ୍କର ଅଭିଯୋଗ କ୍ରମେ ପାଇକମାଲ ଥାନାରେ କେଶ ନମ୍ବର 171/19 ରୁଜୁ ହେଇ ବଲାଙ୍ଗୀର ଜିଲ୍ଲା ଲରମ୍ଭା ଥାନା ଅନ୍ତର୍ଗତ ଘାଗରା ଗ୍ରାମର ମୁନା ବାଗ ଓ ସୁଦାମ ସାଣ୍ଢ ନାମକ ଦୁଇ ଜଣ ଯୁବକଙ୍କୁ ପୋଲିସ ଗିରଫ କରିଛି ।

0
0
0
s2sdefault