ହେଡଲାଇନସ୍:

ଭୁବନେଶ୍ୱର ରେଳ ଷ୍ଟେସନର ନବୀକରଣ ପାଇଁ ଓଡିଶା ସରକାର ଓ ରେଳବାଇ ମଧ୍ୟରେଏମ୍ଓୟୁ ସ୍ୱାକ୍ଷରିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଭୁବନେଶ୍ୱରରେ ଏକ ନୂଆ କିର୍ତୀ ସ୍ଥାପିତ ହେବ - ଧର୍ମେନ୍ଦ୍ର ପ୍ରଧାନ

 ମୋଦିଙ୍କ ନୂଆ ଭାରତରେ ନୂଆ ଓଡିଶା ଓ ନୂଆ ଭୁବନେଶ୍ୱର ଜରୁରୀ

 ରେଳ ଷ୍ଟେସନର ଉନ୍ନତିକରଣ ରାଜ୍ୟର ନାଗରିକ ଓ ପର୍ଯ୍ୟଟକମାନଙ୍କୁ ସୁବିଧା ଯୋଗାଇବ

 ପୁରୀ, କୋଣାର୍କ, ଲିଙ୍ଗରାଜ ମନ୍ଦିର ଭଳି ସଂସ୍କୃତି ସମ୍ପନ୍ନ ରାଜ୍ୟରେ ରେଳ ଷ୍ଟେସନର କୀର୍ତି ସ୍ଥାପିତ ହେବା ଆନନ୍ଦର ବିଷୟ

 ରେଳ ଷ୍ଟେସନର ପୁର୍ନବିକାଶ ପାଇଁ ଖର୍ଚ୍ଚ ହେବ ୧୩୦ କୋଟି ଟଙ୍କା 

ନୂଆଦିଲ୍ଲୀ/ଭୁବନେଶ୍ୱର,– କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଓଡିଶାର ରାଜଧାନୀ ଭୁବନେଶ୍ୱରରେ ଏକ ନୂଆ କିର୍ତୀ ସ୍ଥାପନ ହେବାକୁ ଯାଉଛି ବୋଲି ଗୁରୁବାର ନୂଆଦିଲ୍ଲୀ ସ୍ଥିତ ଉଦ୍ୟୋଗ ଭବନ ଠାରେ ଭିଡିଓ କନଫରେନ୍ସି ଜରିଆରେ ଭୁବନେଶ୍ୱର ରେଳ ଷ୍ଟେସନର ନବୀକରଣ ପାଇଁ ପୂର୍ବତଟ ରେଳବାଇ ଏବଂ ଓଡିଶା ସରକାରଙ୍କ ମଧରେ ବୁଝାମଣା ପତ୍ର (ଏମଓୟୁ) ସ୍ୱାକ୍ଷରିତ ହେବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏମ୍ଓୟୁ ସ୍ୱାକ୍ଷରିତ ହେବା ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜି ଗୋଟିଏ ଭଲ ଦିନ । ଭୁବନେଶ୍ୱର ରେଳ ଷ୍ଟେସନର ନବୀକରଣ ପାଇଁ ଆଜି ରେଳ ବିଭାଗ ଓ ଓଡିଶା ସରକାରଙ୍କ ମଧ୍ୟରେ ପ୍ରାରମ୍ଭିକ ବୁଝାମଣା ପରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି । କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଏହି ରେଳ ଷ୍ଟେସନର ଉନ୍ନତିକରଣ ଓଡିଶାର ବିକାଶ ପାଇଁ ଏକ ମାଇଲଖୁଂଟ ସାବ୍ୟସ୍ତ ହେବ । 

ଶ୍ରୀ ପ୍ରଧାନ କହିଛନ୍ତି ଯେ ରେଳ ଷ୍ଟେସନର ଉନ୍ନତିକରଣ ହେବା ଫଳରେ ରାଜ୍ୟର ନାଗରିକ ତଥା ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ସୁବିଧା ଦେବା ସହ ରାଜ୍ୟକୁ ଏକ ନୂଆ ପରିଚୟ ଦେବ ଓ ଏକ ନୂଆ ପର୍ଯ୍ୟଟକ ସ୍ଥଳି ହେବ । ଏହି କାର୍ଯ୍ୟରେ ସିଙ୍ଗାପୁରର ସୁର୍ବନାଜୁରମ ଭଳି ଏକ ପ୍ରତିଷ୍ଠିତ  କନ୍ସଲଟାଣ୍ଟ ସାମିଲ କରିଥିବାରୁ ଶ୍ରୀ ପ୍ରଧାନ ରେଳ ବିଭାଗ ଓ ଭୁବନେଶ୍ୱର ଉନ୍ନୟନ କର୍ତୃପକ୍ଷ(ବିଡିଏ)କୁ ଧନ୍ୟବାଦ ଜଣାଇଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଯେଉଁ ରାଜ୍ୟରେ ପୁରୀ, କୋଣାର୍କ, ଲିଙ୍ଗରାଜ ମନ୍ଦିର ଭଳି ବଡ ବ କୀର୍ତି ଅଛି ସେହିଭଳି ସଂସ୍କୃତି ସମ୍ପନ୍ନ ରାଜ୍ୟରେ ଆଧୁନିକ ସମୟର ଗୋଟିଏ ଭଲ କୀର୍ତି ସ୍ଥାପିତ ହେବା ଆନନ୍ଦର ବିଷୟ । ପ୍ରଧାନମନ୍ତ୍ରୀଙ୍କର ନୂଆ ଭାରତ ତିଆରି କରିବାର ଦୂରଦୃଷ୍ଟି ରହିଛି । ନୂଆ ଭାରତ ତେବେ ସମ୍ଭବ ହେବ ଯେବେ ନୂଆ ଓଡିଶା ଓ ନୂଆ ଭୁବନେଶ୍ୱର ହେବ ବୋଲି ସେ କହିଛନ୍ତି ।

ଉଲ୍ଲେଖନୀୟ ଯେ, ଭୁବନେଶ୍ୱର ରେଳ ଷ୍ଟେସନର ପୁର୍ନବିକାଶ ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଯୁଗ୍ମ ଭାବେ ୧୩୦ କୋଟି ଟଙ୍କା ଅନୁଦାନ ଦେବେ । ରେଳବାଇ ପକ୍ଷରୁ ଖୋର୍ଦ୍ଧା ରୋଡ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଏବଂ ଓଡିଶା ସରକାରଙ୍କ ପକ୍ଷରୁ ବିଡିଏ ଉପାଧ୍ୟକ୍ଷ ଏହି ବୁଝାମଣା ପତ୍ର ସ୍ୱାକ୍ଷର କରିଥିଲେ । ଏମଓୟୁ ସ୍ୱାକ୍ଷରିତ ହେବା ଅବସରରେ ନୂଆଦିଲ୍ଲୀର ଉଦ୍ୟାନ ଭବନ ଠାରେ ଅନ୍ୟାନ୍ୟ ରେଳବାଇ ବୋର୍ଡ ଇଞ୍ଜିନିୟରିଂ ସଦସ୍ୟ ବିଶ୍ୱେଷ ଚୌବେ ଓ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ବିଦ୍ୟାଭୂଷଣ, ବରିଷ୍ଠ  ଅଧିକାରୀ, ଓଡିଶା ସରକାରଙ୍କ ଅଧିକାରୀ ଉପସ୍ଥିତ ଥିବା ବେଳେ ଭୁବନେଶ୍ୱରରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଉପସ୍ଥିତ ରହି ଏହାକୁ ସ୍ୱାଗତ କରିଥିଲେ ।

 

0
0
0
s2sdefault