ହେଡଲାଇନସ୍:

ବିଭିନ୍ନ ବର୍ଗର ବ୍ୟକ୍ତିଙ୍କୁ ସେବା ପ୍ରଦାନ ନିମନ୍ତେ ଗଡ଼ିଲା "କ୍ଷମତା ଏକ୍ସପ୍ରେସ ରଥ"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ସାମାଜିକ ସୁରକ୍ଷା ବିଭାଗ ଓ  କାର୍ଯ୍ୟକାରୀ ସଂସ୍ଥା ଭୁବନେଶ୍ଵର ସ୍ଥିତ ଇନଷ୍ଟିଚ୍ୟୁଟ ଅଫ ହେଲଥ ସାଇନ୍ସେସ୍ ର ମିଳିତ ସହଯୋଗରେ "କ୍ଷମତା ଏକ୍ସପ୍ରେସ ରଥ" ର ଶୁଭାରମ୍ଭ ହୋଇଯାଇଛି ।

    ବିଭିନ୍ନ ସ୍ତରର ବ୍ୟକ୍ତି ମାନେ ଯେଉଁମାନେ କି  ବରିଷ୍ଠ ନାଗରିକ , ଭିନ୍ନକ୍ଷମ  ,ନିଶାଗ୍ରସ୍ଥ , କିନ୍ନର୍ , ମାନସିକ ଓ ଅନ୍ୟାନ୍ୟ ବ୍ୟକ୍ତି ଉପଯୁକ୍ତ ସେବା ପାଇବାରୁ ବଞ୍ଚିତ ଅଛନ୍ତି କିମ୍ବା କୌଣସି କାରଣ ବଶତଃ ହଇରାଣ ହୋଇ ସେବା ପାଇ  ପାରୁ ନାହାନ୍ତି , ସେହି ମାନଙ୍କ ନିମନ୍ତେ ଆଜି ଏକ ସେବା ପ୍ରଦାନକାରୀ  "କ୍ଷମତା-ଏକ୍ସପ୍ରେସ ରଥ" ର  ଶୁଭାରମ୍ଭ ହୋଇଛି ।

 

      ଜିଲ୍ଲାପାଳ ଅନୁପମ ଶାହା ଏହି କାର୍ଯ୍ୟକ୍ରମରେ ଯୋଗଦେଇ "କ୍ଷମତା ଏକ୍ସପ୍ରେସ ରଥ" ର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

    ଏ ସମ୍ପର୍କରେ ଅଧିକ ସୂଚନା ଦେଇ ସାମ୍ବାଦିକ ମାନଙ୍କୁ ଜିଲ୍ଲାପାଳ ଶ୍ରୀ ଶାହା  କହିଛନ୍ତି ଯେ , ଭିନ୍ନକ୍ଷମ ଓ ଅନ୍ୟାନ୍ୟ ମାନଙ୍କ ନିମନ୍ତେ ଜିଲ୍ଲାରେ ବିଭିନ୍ନ ସମୟରେ ସ୍ବତନ୍ତ୍ର ଶିବିର ମାଧ୍ୟମରେ ପ୍ରମାଣ ପତ୍ର ଦିଆଯାଇ ତାର ମାଧ୍ୟମରେ ସେମାନଙ୍କୁ ଭତ୍ତା ଓ ଅନ୍ୟାନ୍ୟ ସୁବିଧା ଦିଆଯାଉଛି । ହେଲେ କେତେକ କ୍ଷେତ୍ରରେ ଦେଖାଯାଉଛି ଯେ ,  ଏ ସମ୍ପର୍କରେ ଅନେକ ସମ୍ପୃକ୍ତ ବ୍ୟକ୍ତି ଜାଣି ପାରୁନାହାନ୍ତି , ଏବଂ କେତେକ ବ୍ୟକ୍ତି ଏଥିପ୍ରତି ଅବଗତ ଥାଇ ମଧ୍ୟ କୌଣସି କାରଣ ବଶତଃ ପ୍ରମାଣ ପତ୍ର ଓ ଅନ୍ୟାନ୍ୟ ସୁବିଧା ପାଇବାରେ ବଞ୍ଚିତ ହେଉଛନ୍ତି । 

    ତେଣୁ  ଏହି ରଥ  ମାଧ୍ୟମରେ  ଜିଲ୍ଲା ବ୍ୟାପି ୧୦ ଦିନ ଧରି ପଞ୍ଚାୟତ ସ୍ତରରେ ଲୋକଙ୍କ ଗାଁ ଓ ଘର ମୁହାଁ ହୋଇ ସେବା  ପ୍ରଦାନ ପାଇଁ ସଚେତନ କରାଇବ । ଲୋକଙ୍କୁ ଚିହ୍ନଟ କରି ଆୟୋଜିତ ଶିବିରରେ ପରୀକ୍ଷା କରି ସେମାନଙ୍କୁ ପ୍ରମାଣ ପତ୍ର ଦେବେ ବୋଲି କହିଥିଲେ ।

       ଏହି ଅବସରରେ ଭୁବନେଶ୍ୱରରୁ ଆସିଥିବା ଇନଷ୍ଟିଚ୍ୟୁଟ ଅଫ ହେଲଥ ସାଇନସେସ୍ ପକ୍ଷରୁ କାଶୀନଗର ବ୍ଲକ ସିଧାମଡଙ୍ଗ ଗ୍ରାମ ଠାରେ ଏକ ମେଗା ଶିବିର ଆୟୋଜନ କରିଥିଲେ । ଏଥିରେ ବିଭିନ୍ନ ରୋଗବ୍ୟାଧି ରେ ଆକ୍ରାନ୍ତ ଥିବା ଯେଉଁ ମାନେ କି ବିଭିନ୍ନ ସ୍ଥାନକୁ ଯାଇ , ବହୁ ଅସୁବିଧାର ସମ୍ମୁଖିନ ହେବା ପରେ ମଧ୍ୟ ଉପଯୁକ୍ତ ସେବା ପାଇବାରୁ ବଞ୍ଚିତ ହୋଇଛନ୍ତି , ସେହି ବ୍ୟକ୍ତି ମାନେ ଏହି ଶିବିରକୁ ଅଧିକାଂଶରେ ଆସିଥିଲେ ।

    ଏହି ଶିବିର କାର୍ଯ୍ୟକ୍ରମରେ ସମ୍ପୃକ୍ତ ସେବା ପ୍ରଦାନ କାର୍ଯ୍ୟକାରୀ ଅନୁଷ୍ଠାନ ପକ୍ଷରୁ ଡାଃ ସର୍ବେଶ୍ଵର୍ , ଡାଃ .ରାଜେଶ ଶାହା ଏବଂ ଡାଃ. ଡିଏସ: ପ୍ରଦୀପ ରାଓ ଏବଂ ତାଙ୍କ ଦଳ ଯୋଗଦେଇ ଫିଜିଓଥରଫି ,  କୁତ୍ରିମ୍ ଅଙ୍ଗ-ପ୍ରତ୍ୟଙ୍ଗ, ଶ୍ରବଣ ,ଚକ୍ଷୁ  ପ୍ରଭୃତି ଭିନ୍ନକ୍ଷମ ରୋଗୀଙ୍କ ଚିକିତ୍ସା ଓ ପରୀକ୍ଷା କରିଥିଲେ ବୋଲି ପବଲିକ ଏକ୍ସନ ପ୍ରୋଗ୍ରାମର ଏସ . ସୀମାଞ୍ଚଲ  କହିଛନ୍ତି ।

     ସମସ୍ତ କାର୍ଯ୍ୟକ୍ରମକୁ ସାମାଜିକ  ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଅଧିକାରୀ ରବୀନ୍ଦ୍ର ନାଥ ବେହେରା , ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳିକା ଶିବାନୀ ପାଣିଗ୍ରାହୀ , ବ୍ଲକ ଅଧ୍ୟକ୍ଷ ଚିତ୍ରି ସିମାଦ୍ରି ଓ  ପୂର୍ବତନ ବ୍ଲକ ଅଧ୍ୟକ୍ଷ ସାହୁକାର ବାବୁ ପ୍ରମୁଖ ଯୋଗଦେଇ ପରିଚାଳନା କରିଥିଲେ ।

ଜଗତସିଂହପୁର ଡାକ୍ତରମାନଙ୍କୁ ଶପଥପାଠ କରାଇଲେ ଜିଲ୍ଲାପାଳ

0
0
0
s2sdefault