ହେଡଲାଇନସ୍:

ଜଗତସିଂହପୁର ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ :ଏସିଡ୍ ଆକ୍ରମଣ ବିଷୟରେ ଆଇନ ସଚେତନତା ଶିବିର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଜଗତସିଂହପୁର:(ରମେଶ ମହାନ୍ତି):-ଜଗତସିଂହପୁର ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଶ୍ରୀମା ମହିଳା ମହାବିଦ୍ୟାଳୟ,ଦଶମାଣକୁଳରେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ କମଳାକାନ୍ତ ରାଉତଙ୍କ ପରିଚାଳିତ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ମେଘମାଳା ସ୍ୱାଇଁ,ସରପଞ୍ଚ ଦିପ୍ତିମୟୀ ରାୟ, କଲେଜ ପରିଚାଳନା କମିଟିର ସଦସ୍ୟ ତ୍ରିଲୋଚନ ଆଚାର୍ଯ୍ୟ, ଗୌରାଙ୍ଗ ଚରଣ ମହାପାତ୍ର  ଏବଂ ଅନ୍ୟ ଅଧ୍ୟାପକ ଓ ଅଧ୍ୟାପିକା ଉପସ୍ଥିତ ଥିଲେ।ଶିବିରରେ ଅତିଥିମାନେ ଏସିଡ୍ ଆକ୍ରମଣ ବିଷୟରେ ଆଲୋଚନା କରି ଉପସ୍ଥିତ ଛାତ୍ରୀମାନଙ୍କୁ ସଚେତନ କରାଇଥିଲେ ।ଉକ୍ତ ସଭାରେ ଅଧ୍ୟକ୍ଷତା କରି ଶ୍ରୀ ରାଉତ ଏସିଡ୍ ଆକ୍ରମଣର ଶିକାର ହେଉଥିବା ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ଆଇନ ଓ ଆକ୍ରମଣର ଶିକାର ଲୋକଙ୍କ କ୍ଷତିପୂରଣ ପାଇଁ ଥିବା ଅଧିନିୟମ ଓ ଏହା ଉପରେ ଜାତୀୟ ଆଇନସେବା ପ୍ରାଧିକରଣରେ ଥିବା ଯୋଜନା ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ।ସଭାରେ ଉଦବୋଧନ ଦେଇ ସଚିବ କହିଥିଲେ କି ଏସିଡ୍ ଆକ୍ରମଣର ଶିକାର ମହିଳାଙ୍କୁ ସର୍ବନିମ୍ନ ୩ଲକ୍ଷ ଓ ସର୍ବାଧିକ ୧୦ଲକ୍ଷ କ୍ଷତିପୂରଣ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଦିଆଯାଏ।ଏହା ବ୍ୟତିରେକ ସେ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିରୁ ମଧ୍ୟ ୧ଲକ୍ଷ କ୍ଷତିପୂରଣ ପ୍ରଦାନ ସହିତ ମାଗଣା ଚିକିତ୍ସା ବ୍ୟବସ୍ଥା ମଧ୍ୟ ଅଛି।ଜିଲ୍ଲା ଆଇନସେବା ପ୍ରାଧିକରଣକୁ ଏସିଡ୍ ଆକ୍ରମଣର ସୂଚନା ବା ଦରଖାସ୍ତ ଦେବାପାଇଁ ଏସିଡ୍ ଆକ୍ରମଣରେ ଶିକାର ହୋଇଥିବା ଯେ କୌଣସି ସମ୍ପର୍କୀୟ ର ଅଧିକାର ଥିବା ସହିତ ସଚିବ ଶ୍ରୀ ରାଉତ ଏହି ଘଟଣାରେ ଶିକାର ବ୍ୟକ୍ତି ମାନଙ୍କର ବିଷୟରେ ସୂଚନା ଦେବାପାଇଁ ପୋଲିସର ମଧ୍ୟ ବଡ଼ ଭୂମିକା ଥିବା କଥା ଉପସ୍ଥିତ ଛାତ୍ରୀମାନଙ୍କୁ ସମ୍ବୋଧିତ କରିଥିଲେ।ଏଥିସହିତ ସଚିବ ଶ୍ରୀ ରାଉତ ଲୋକମାନଙ୍କ ଦୈନଦିନ ଜୀବନରେ କାମକୁ ଆସୁଥିବା ଆଇନ ଯଥା କିଶୋର ନ୍ୟାୟ ଆଇନ ନିୟମ,ବାଧ୍ୟତାମୂଳକ ଶିକ୍ଷାଗତ ଅଧିକାର ନିୟମ,କନ୍ୟାସନ୍ତାନର ମହତ୍ତ୍ୱ,ପ୍ରାକ ଗର୍ଭଧାରଣ ଓ ପ୍ରାକ ପ୍ରସୂତି ନିଦାନ ଅଧିନିୟମ ଓ ପାରିବାରିକ ହିଂସା ନିରୋଧ ଆଇନ ଆଦି ବିଷୟରେ ଆଲୋଚନା କରିଥିଲେ।ଏହି ସଭାରେ ୨୦୦ରୁ ଅଧିକ ଛାତ୍ରୀ ଉପସ୍ଥିତ ଥିଲେ।ସଭାଶେଷରେ ମହାବିଦ୍ୟାଳୟର ଛାତ୍ରୀମାନେ ଏସିଡ୍ ଆକ୍ରମଣ ଉପରେ ଏକ କ୍ଷୁଦ୍ର ନାଟକ ପରିବେଷଣ କରିଥିଲେ।

0
0
0
s2sdefault