ସମନ୍ୱୟ କମିଟିରେ ୪ ରଥୀ
ବରଗଡ଼ :- ଲାଗୁଛି ବିଜେପୁର ଉପନିର୍ବାଚନ ପାଖେଇ ଆସିଲାଣି । ସକ୍ରିୟ ହେଇପଡିଲେଣି ରାଜନୈତିକ ଦଳ ଓ କର୍ମୀ ମାନେ । ଯେ କୋଣସି ମୁହୂର୍ତ୍ତରେ ନିର୍ବାଚନ ଘୋଷଣା ହେଇପାରେ । ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ପାଇଁ ଏକ ସମନ୍ୱୟ କମିଟି ଗଠନ କରିଛନ୍ତି । ଏହି କମିଟିରେ ଶ୍ରୀ କଲିକେଶ ନାରାୟଣ ସିଂଦେଓ , ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ , ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ଓ ସଞ୍ଜୟ ଦାସ ବର୍ମାଙ୍କୁ ନିଯୁକ୍ତି ଦେଇଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ।