ହେଡଲାଇନସ୍:

ସୁବାଷଙ୍କୁ ପୁରସ୍କାର : ହେଲେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବରଗଡ/ ଭୁବନେଶ୍ୱର:- ଆଜି  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ  ବରିଷ୍ଠ ବିଜେଡି ନେତା  ଶ୍ରୀ ସୁବାଷ ଚୌହାନଙ୍କୁ ପଶ୍ଚିମ ଓଡିଶା ବିକାଶ ପରିଷଦର ନୂତନ ଅଧ୍ୟକ୍ଷ ଭାବରେ ନିଯୁକ୍ତି ଦେଇଛନ୍ତି । ବ୍ରଜରାଜନଗର ବିଧାୟକ ଶ୍ରୀ କିଶୋର ଚନ୍ଦ୍ର ମହାନ୍ତି ବିଧାୟକ ଭାବରେ ନିର୍ବାଚିତ ହେବା ପରଠାରୁ ଏହି ପଦ ଖାଲି ଥିଲା । ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଏହି ଗୁରୁଦାୟିତ୍ୱ ପ୍ରଦାନ କରିଥିବାରୁ ଶ୍ରୀ ଚୌହାନ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି | ପଶ୍ଚିମ ଓଡ଼ିଶାର ବିକାଶ ଲାଗି ମୁଖ୍ୟମନ୍ତ୍ରୀ ଯେଉଁ ଗୁରୁ ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ  କରିଛନ୍ତି, ତାକୁ  ନିଷ୍ଠାର ସହ ପାଳନ କରିବେ ବୋଲି ମତ ଦେଇଛନ୍ତି | 

0
0
0
s2sdefault