ହେଡଲାଇନସ୍:

ସନ୍ଦେହ ଘେରରେ ବିବାହିତା ଯୁବତୀଙ୍କ ଆତ୍ମହତ୍ୟା

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ବରଗଡ :-  ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଟେମରି ଗ୍ରାମର ସ୍ବର୍ଗତ ସିତରାମ ସାହୁ ଙ୍କର ବିବାହିତ କନ୍ୟା ରଶ୍ମି  ପ୍ରଧାନ (22)ଙ୍କ  ମୃତଦେହ ନିଜ ବାପା ଘରୁ ପୋଲିସ,ପାଇକମାଲ ତହସିଲଦାର ଙ୍କର ଉପସ୍ଥିତ ଝୁଲନ୍ତା ଅବସ୍ଥାରେରେ ଜବତ କରିଛି । ମୃତ ଦେହ ଜବତ କରିବା ସମୟରେ ଯୁବତୀର ବେକରେ ଓଢଣୀ ଲାଗିଥିବା ବେଳେ ପାଦ ଭୁଇଁରେ ଲାଗିଥିବା ଜଣା ପଡୁଛି । ତେଣୁ ସରଜମିନ ଅବସ୍ଥିତି ଆତ୍ମହତ୍ୟାକୁ ନେଇ ସାମାନ୍ୟ ସନ୍ଦେହ ସୃଷ୍ଟି କରିଛି ସ୍ଥାନୀୟ ଲୋକଙ୍କ ମନରେ | 

       ଏଠାରେ ସୂଚନାଯୋଗ୍ୟ ଯେ ଗତ କିଛି ମାସ ପୂର୍ବେ ରଶ୍ମି ର ବାହାଘର ଅତବିରା ଥାନା ରେଙ୍ଗାଳିପାଲି ଗ୍ରାମର ଉତ୍ପଲ ପ୍ରଧାନଙ୍କର ସହିତ ହେଇଥିଲା । ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ ଯେ ଶଶୁର ଘରେ କୋଣସି କାରଣ କୁ ନେଇ କିଛି ଝାମେଲା ହେଇଥିବାରୁ ରଶ୍ମି କୁ ତା ଘରଲୋକେ ଗତ କିଛି ଦିନ ତଳେ ଟେମରି କୁ ଆଣି ଆସିଥିଲେ । ଗତ କାଲି ରଶ୍ମି ଅତବିରା କୁ ଯାଇଥିବା ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି । ଆଜି ପ୍ରାୟ ବାରଟା ସମୟରେ ଯୁବତୀ ଜଣକର ମୃତ୍ୟୁ ଖବର ପାଇ ପାଇକମାଲ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ଓ ତହସିଲଦାର ଶ୍ରୀ ସୁଶାନ୍ତ କୁମାର ରଣା ଘଟଣା ସ୍ଥଳକୁ ପହଂଛି ମୃତ୍ୟୁ ଦେହ ଜବତ କରିବା ସହିତ ଘଟଣାର ତଦନ୍ତ ଜାରି ରଖିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ମୃତ ରଶ୍ମି ର ପରିବାର ତରଫରୁ କରାଯାଇଥିବା ଅଭିଯୋଗରେ ଉଲ୍ଲେଖ ରହିଛି ଯେ ଜଣେ ଯୁବକ ରଶ୍ମି କୁ ବ୍ଲାକମେଲିଙ୍ଗ କରିବା ସହିତ ଧମକ ଚମକ ଦେଉଥିଲା । ସେଥିପାଇଁ ରଶ୍ମି ମାନସିକ ଭାବରେ ଚାପଗ୍ରସ୍ତ ହେଇ ଆତ୍ମହତ୍ୟା କରିଥାଇ  ପାରେ । ଥାନା ଅଧିକାରୀ ଶ୍ରୀ ମନବୋଧ କେଶ ନମ୍ବର 170/19 ଧାରା 306ରେ ମାମଲା  ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛନ୍ତି । ଏପଟେ ଶବକୁ ବ୍ୟବଚ୍ଛେଦ ପାଇଁ ପଦ୍ମପୁର ଉପଖଣ୍ଡ ଚିକିତ୍ସା ଲୟକୁ ପଠେଇ ଦିଆଯାଇଛି | 

0
0
0
s2sdefault