ହେଡଲାଇନସ୍:

କଂଗ୍ରେସ ନେତା ନାରାୟଣ ରାଉଳଙ୍କ ପରଲୋକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର:(ରମେଶ ମହାନ୍ତି):-ଜଗତସିଂହପୁର ଜିଲ୍ଲା କଂଗ୍ରେସର ଉପସଭାପତି ତଥା ଝଙ୍କଡ଼ ଶାରଳା ମନ୍ଦିରର ବରିଷ୍ଠ ସେବାୟତ ନାରାୟଣ ପ୍ରସାଦ ରାଉଳ(୬୨)ଙ୍କର ଆଜି (ସୋମବାର)ପ୍ରତ୍ୟୁଷରୁ ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ କନକପୁର ସ୍ଥିତ ନିଜ ବାସଭବନରେ ହୃଦଘାତରେ ପରଲୋକ ହୋଇଯାଇଛି।ତାଙ୍କର ଏହି ଆକସ୍ମିକ ବିୟୋଗରେ ଝଙ୍କଡ଼ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ଜଗତସିଂହପୁର ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ,ପ୍ରତିମା ମଲ୍ଲିକ,ଆଇନଜୀବୀ ରାଜକିଶୋର ବେହେରା,ଦେବେନ୍ଦ୍ର ମଲ୍ଲିକ,ଅକ୍ଷୟ ଦାସ,ବେଦଦ୍ୟୁତି ପୃଷ୍ଟି,କନକପୁର ସରପଞ୍ଚ ନମିତା ରାଉଳ,ସମିତି ସଭ୍ୟ ଅଜୟ ରାଉଳ,ଅରୁଣ ମହାପାତ୍ର,ଟୁକୁନା ରାଉଳ,ନୃସିଂହ ରାଉଳଙ୍କ ସମେତ ଦଳଗତ ନିର୍ବିଶେଷରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପହଞ୍ଚି ତାଙ୍କର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରେ ଏକ ଶୋକାକୁଳ ପରିବେଶ ମଧ୍ୟରେ ତାଙ୍କର ମରଶରୀରକୁ ଗ୍ରାମ ଶ୍ମଶାନରେ ଅନ୍ତେଷ୍ଟିକ୍ରିୟା ସମ୍ପନ୍ନ କରାଯାଇଥିଲା।ସ୍ୱର୍ଗତ ନାରାୟଣ ପ୍ରସାଦ ରାଉଳ ଓଡିଶାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ବସନ୍ତ କୁମାର ବିଶ୍ବାଳଙ୍କର ଘନିଷ୍ଠ ସହକର୍ମୀ ଥିଲେ।ଏପରିକି ସେ ଦୀର୍ଘ ବର୍ଷ ଧରି ସାରଳା ସାଂସ୍କୃତିକ ପରିଷଦର ସଭାପତି ଭାବେ ଝଙ୍କଡ ଶାରଳା ପୀଠରେ ଆଦିକବି ସାରଳା ଦାସଙ୍କ ଶ୍ରାଦ୍ଧୋତ୍ସବ ପାଳନ କ୍ଷେତ୍ରରେ ନେତୃତ୍ୱ ନେଇ ଆସୁଥିଲେ।ତାଙ୍କର ବିୟୋଗରେ ସ୍ଥାନୀୟ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାମାନଙ୍କ ସମେତ ଶାରଳା ମନ୍ଦିରର ପଣ୍ଡା ସେବକ ଓ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।

0
0
0
s2sdefault