ହେଡଲାଇନସ୍:

ଚାନ୍ଦା ଆଦାୟ କରୁଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଜନସାଧାରଣରେ ଦାବୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାର୍ବଣ ଋତୁରେ ରାସ୍ତାରେ ବେଆଇନ ଚାନ୍ଦା ଆଦାୟ ପ୍ରସଙ୍ଗ 

ରାୟଗଡା(ସରୋଜ ସାହୁ)ଆଗକୁ ଆସୁଛି ପାର୍ବଣ ଋତୁ ଯଥା, ଗଣେଶ ପୂଜା, ଦୁର୍ଗା ପୂଜା ଓ କାଳୀପୂଜା ଏମିତି ଅନେକ ପୂଜା ଆସୁଥିବା ବେଳେ ବର୍ତମାନ ରାସ୍ତାରେ ଚାନ୍ଦା ଆଦାୟ କରିବା ଏକ ଆଭ୍ୟାସରେ ପରିଣତ ହେଉଥିବା ଦେଖିବାକୁ ମିଳୁଛି । ପ୍ରତି ସାହିରେ, ପ୍ରତି ଗାଁ ମାନଙ୍କର ଗଳି କନ୍ଦିରେ ଏହି ସବୁ ପୂଜା କରୁଛନ୍ତି । ବର୍ତମାନ ଠାରୁ ଚାନ୍ଦା ଆଦାୟ ଆରମ୍ଭ ହୋଇସାରିଲାଣି । ବିଭିନ୍ନ ସମୟରେ ଦେଖା ଯାଇଛି ଯେ ଚାନ୍ଦା ଆଦାୟ କରୁଥିବା ଯୁବକ ମାନେ ଜୋର ଜବରଦସ୍ତ ପଥଚାରୀଙ୍କ ଠାରୁ ଚାନ୍ଦା ଆଦାୟ କରୁଛିନ୍ତି ଯଦି ସେହି ଲୋକ ଚାନ୍ଦା ନ ଦିଏ ତାହେଲେ ସେମାଙ୍କ ସହ ଉକ୍ତ ଯୁବକ ମାନେ ଗଣ୍ଡୋଗୋଳ କରିବାକୁ ବି ପଛାଇନଥାନ୍ତି । ଗତ ବର୍ଷ ଏହିଭଳି ରାୟଗଡା ଜିଲ୍ଲାର ମୁନିଗୁଡା ଠାରେ ରାଜ ରାସ୍ତା ଉପରେ ଚାନ୍ଦା ଆଦାୟ କରୁଥିବା ସମୟରେ ଏକ ଦୃତଗାମି ଟ୍ରକ ଚାନ୍ଦା ଆଦାୟ କରୁଥିବା ନାବାଳକ ଉପରେ ମାଡିଯିବା ଦ୍ୱାରା ତାର ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିଲା । ଏ ଭଳି ଦୁର୍ଘଟଣା ଅନେକ ସମୟରେ ବାରମ୍ବାର ଘଟୁଥିଲେ ମଧ୍ୟ ନା ଜନସାଧରଣ ସଚେତନ ହେଉଛନ୍ତି ନା ପୋଲିସ ପ୍ରଶାସନ ଏମାନଙ୍କ ଉପରେ କୌଣସି ଆଖିଦୃଶ୍ୟା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ଯଦ୍ୱାରା ଏଭଳି ବେଆଇନ ଚାନ୍ଦା ଆଦାୟ କରିବା ଏକ ନିଶାରେ ପାଲଟିଗଲାଣି । ଯଦି ପୋଲିସ ଏହି ଦିନ ମାନଙ୍କରେ ବାରମ୍ବାର ପେଟ୍ରୋଲିଂ କରି ଏଭଳି ଚାନ୍ଦା ଆଦାୟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆଖିଦୃଶ୍ୟା କାର୍ଯ୍ୟାନୁଷ୍ଠାନ ନିଅନ୍ତା ତାହେଲେ ଏ ଭଳି ଦୁର୍ଘଟଣାରୁ ରକ୍ଷା ହେବା ସହ ପଥଚାରୀ ଆଶ୍ୱସ୍ତି ହୋଇପାରିଥାଆନ୍ତେ । ଏହି ଯୁବକ ମାନେ ରାସ୍ତାରେ ଯାଉଥିବା ଟ୍ରକ, ବସ୍, କାର, ଜିପ, ଅଟୋରିକ୍ସା, ଭେନ୍ ଓ ମୋଟର ସାଇକେଲଙ୍କ ଠାରୁ ରାସ୍ତାରେ ଅଟକାଇ ଜୋର ଜବରଦସ୍ତ ଚାନ୍ଦା ଆଦାୟ କରୁଛନ୍ତି । ଏହା ଦ୍ୱାରା ରାସ୍ତା ଜାମ ହୋଉଛି ଯଦ୍ୱାରା କୌଣସି ଜରୁରୀ କାମରେ ଯାଉଥିବା ଲୋକ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଉଛନ୍ତି । ତେଣୁ ବେଳଥାଉଣୁ ପୋଲିସ ରାସ୍ତାରେ ପେଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରି ଏ ଭଳି ବେଆଇନ୍ ଚାନ୍ଦା ଆଦାୟ କରୁଥିବା ବ୍ୟକ୍ତିଙ୍କୁ ଧରିବା ପାଇଁ ସାଧାରଣରେ ପ୍ରବଳ ଦାବୀ ହେଉଛି । 

 

0
0
0
s2sdefault