ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ସେରଙ୍ଗ ଗ୍ରାମ ସ୍ଥିତ ଲାଞ୍ଜିଆ- ଶଉରା ଉନ୍ନୟନ ସମିତି କାର୍ଯ୍ୟଳୟର ସମ୍ମିଳନୀ କକ୍ଷ ଠାରେ ୨ ଦିନିଆ ଗର୍ଭଵତି ଓ ଶିଶୁସ୍ବାସ୍ଥ୍ୟ ଉପରେ ଏକ ଜନ ସମ୍ପର୍କ ତାଲିମ କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ଗୁମ୍ମା ମେଡ଼ିକାଲ ଅଫିସର ଡ଼ଃ ରାକେଶ କୁମାର ବେହେରା ଯୋଗ ଦେଇ ଶିଶୁଟି ଗର୍ଭରେ ରହିବା ଦିନଠାରୁ -ଜନ୍ମ ହେବାର ୨ ବର୍ଷ ମଧ୍ୟରେ , ୧ ହଜାର ଦିନର ସ୍ବାସ୍ଥ୍ୟ ସମ୍ବନ୍ଧୀୟ ବିଭିନ୍ନ ସୋପାନର ଦାୟିତ୍ଵ , ସ୍ବାସ୍ଥ୍ୟ ଯତ୍ନ ଓ ରକ୍ଷା , ଟୀକାକରଣ ଓ ଖାଦ୍ୟପେୟ ପ୍ରଭୃତିର ନିହାତି ଆବଶ୍ୟକତା
ସମ୍ପର୍କରେ ବୁଝାଇ ସଚେତନ
କରାଇଥିଲେ ।
ଅନ୍ୟପକ୍ଷରେ ୨ୟ ଦିନରେ ଉନ୍ନୟନ ସମିତିର ପ୍ରସନ୍ନ କୁମାର ମେହେର ଯୋଗ ଦେଇ ପୃଷ୍ଟି ହୀନତାର କାରଣ ଏବଂ ଅଂଚଳରେ ମିଳୁଥିବା ଖାଦ୍ୟଶସ୍ୟ ସମ୍ପର୍କରେ ଏବଂ ସମ୍ପର୍କର ସଂଯୋଜକ ଅକ୍ଷୟ କୁମାର ଯୋଗ ଦେଇ ଗର୍ଭବତୀ ମହିଳା ମାନଂକ ନିୟମିତ ଟିକାକରଣ ଓ ଜନ୍ମରୁ ୨ ବର୍ଷ ବୟସର ଶିଶୁଙ୍କ ଟୀକାକରଣ ଏବଂ ପୁଷ୍ଟିହୀନତାର କାରଣ ଓ ପ୍ରତିକାର ର ବିଭିନ୍ନ ଦିଗ ଉପରେ ବୁଝାଇ ସଚେତନ କରାଇଥିଲେ ।
ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ଗୁମା ବ୍ଲକର ଭବାନୀ , ଅଜୟଗଡ଼ ଓ କୁଜାସିଂ ପ୍ରଭୃତି ଗ୍ରାମାଞ୍ଚଳର ମହିଳା ଓ ପୁରୁଷ ସ୍ବାସ୍ଥ୍ୟକର୍ମୀ , ପି:ଏଚ:ଇ:ଓ: , ଆଇ:ସି:ଡ଼ି:ଏସ: ସୁପରଭାଇଜର ଏମପିଏ: ଲେବେଲ ଟିମ ,ଏବଂ ଓପିଇଏଲଆଇପି:ରୁ ଆସିଥିବା ସିଆରପି: ମାନଙ୍କୁ ବୁଝାଇ ସଚେତନ କରାଯାଇଥିଲା ।
ରାଜ୍ୟ
ଗର୍ଭବତୀ ଓ ଶିଶୁସ୍ବାସ୍ଥ୍ୟ ଉପରେ ଜନ ସମ୍ପର୍କ ତାଲିମ କର୍ମଶାଳା
- Hits: 326