ହେଡଲାଇନସ୍:

ଦଧିବାମନ ମହାବିଦ୍ୟାଳୟରେ ଅଧ୍ୟାପକଙ୍କ ଡକ୍ଟରେଟ୍ ଡିଗ୍ରୀ ପାଇଁ ସମ୍ବର୍ଦ୍ଧନା ସଭା ଆୟୋଜିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭଟଲି :-ଦଧିବାମନ ମହାବିଦ୍ୟାଳୟ, ଭଟଲିରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ସରୋଜ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଚଳିତ ବର୍ଷ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ୩୫ତମ ସମାବର୍ତ୍ତନ ସମାରୋହରେ ଓଡ଼ିଶାର ରାଜ୍ୟପାଳଙ୍କ ଠାରୁ ପିଏଚ.ଡି ଡିଗ୍ରୀ ହାସଲ କରିଥିବା ଅର୍ଥନୀତି ବିଭାଗର ଅଧ୍ୟାପକ ଡ. ରବିନାରାୟଣ ପଣ୍ଡା ଓ ଓଡ଼ିଆ ଅଧ୍ୟାପକ ଡ. ଦୁର୍ଗାଶିଷ ପଟ୍ଟନାୟକଙ୍କୁ ଶୁଭେଚ୍ଛାମୂଳକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ସମାରୋହରେ ମଞ୍ଚାସୀନ ଇଂରାଜୀ ଅଧ୍ୟାପକ ବିଶ୍ୱଜିତ ହୋତା ସଭାର ଉଦ୍ଦେଶ୍ୟ ଜ୍ଞାପନ ପୂର୍ବକ ପିଏଚ.ଡିର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ମଞ୍ଚାସୀନ ଶିକ୍ଷା ବିଭାଗର ଅଧ୍ୟାପକ ଚୂଡ଼ାମଣି ରଥ ଉଭୟଙ୍କୁ ଶୁଭେଚ୍ଛା ଜ୍ଞାପନ ପୂର୍ବକ କାହାଣୀକଥନ ମାଧ୍ୟମରେ ନାଟକୀୟ ଭଙ୍ଗୀରେ ପିଏଚ୍.ଡିର ମହନୀୟତାକୁ ଦର୍ଶାଇଥିଲେ । ଅଧ୍ୟକ୍ଷ ଶ୍ରୀଯୁକ୍ତ ଦାଶ କଲେଜ ପାଇଁ ଏହା ଏକ ଗର୍ବ ଓ ଗୌରବର ପ୍ରସଙ୍ଗ ଭାବେ‌ ଉଭୟଙ୍କୁ ଶୁଭେଚ୍ଛା ପ୍ରଦାନ କରିବା ସଙ୍ଗେସଙ୍ଗେ ସେମାନଙ୍କ କର୍ତ୍ତବ୍ୟ ଓ ଦାୟିତ୍ଵ ସମ୍ପର୍କରେ ମଧ୍ୟ ଆଲୋକପାତ କରିଥିଲେ । ଅଧ୍ୟାପକ ରାଧା ଗୋବିନ୍ଦ ଆଶିଷ ମହାନ୍ତି, ବିରାଟ ପ୍ରଧାନ, ଅଜିତ କୁମାର ବାରିକ, ଅଧ୍ୟାପିକା ଜୟନ୍ତୀ ସାହୁ, ପ୍ରତିମା ପଣ୍ଡା, ନମିତା ଭୋଇ ଉଭୟଙ୍କୁ ବକ୍ତବ୍ୟ ମାଧ୍ୟମରେ ଆନ୍ତରିକ ଅଭିନନ୍ଦନ ଜଣାଇଥିଲେ । ପରିଶେଷରେ ଡ. ପଣ୍ଡା ଏବଂ ଡ. ପଟ୍ଟନାୟକ ନିଜର ଡକ୍ଟରେଟ୍ ପ୍ରାପ୍ତି ଜନିତ ଅନୁଭୂତି ଏବଂ ଏଥିପାଇଁ ଦଧିବାମନ ମହାବିଦ୍ୟାଳୟର ଅବଦାନ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ସମାରୋହରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀମାନେ ଯୋଗଦାନ କରିଥିଲେ

0
0
0
s2sdefault