ହେଡଲାଇନସ୍:

ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ସୁସ୍ଥ ନାରୀ ଓ ସଶକ୍ତ ପରିବାର ଅଭିଯାନ କାର୍ଯ୍ୟକ୍ରମ ସମ୍ପର୍କିତ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର, ତା ୧୫-୦୯-୨୦ ୨୫/ସୁମନ୍ତ କୁମାର ଦାସ: ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଭାଗକୁ ନେଇ ସୁସ୍ଥ ନାରୀ ଓ ସଶକ୍ତ ପରିବାର ଅଭିଯାନ ସମ୍ପର୍କିତ ଏକ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଜିଲ୍ଲାପାଳ କହିଥିଲେ ଯେ ଆମ ଜିଲ୍ଲା ରେ ଏହି କାର୍ଯ୍ୟକ୍ରମକୁ ଏକ ମିଶନ ମୋଡ଼ କରିବା ପାଇଁ ପଡିବ। ଏହାର ଶତ ପ୍ରତିଶତ ସଫଳତା ହାସଲ ପାଇଁ ଦାୟିତ୍ୱର ସହ ନିଜ ନିଜ କାର୍ଯ୍ୟ ସମ୍ପାଦନ କରିବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବିଦ୍ୟାଳୟ ସ୍ତରରେ ମୋବାଇଲ ହେଲଥ ୟୁନିଟ ମାଧ୍ୟମରେ ପିଲାମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ଏହି କାର୍ଯ୍ୟକ୍ରମ ର ବ୍ୟାପକ ପ୍ରଚାର ପ୍ରସାର ପାଇଁ ପୋଷ୍ଟର ମାଧ୍ୟମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କ ବୈଠକ ସ୍ଥଳରେ ଓ ବିଦ୍ୟାଳୟ ମାନଙ୍କରେ ଛାତ୍ରଛାତ୍ରୀ ଓ ମିଶନଶକ୍ତି ମହିଳା ମାନଙ୍କୁ ସଚେତନ କରିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦେଶ ଦେଇଥିଲେ।ବର୍ତ୍ତମାନ ଡାଇବେଟିସ ଅଧିକ ଲୋକଙ୍କୁ ହେଉଥିବାରୁ ଚିନି ଓ ତେଲ କମ ଖାଇବା ଏବଂ ଯୋଗ, ବ୍ୟାୟାମ ଅଭ୍ୟାସ କରିବାକୁ ଅଧିକ ସଚେତନତା ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ।
ଏହି ଅବସରରେ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା. ରାଜେନ୍ଦ୍ର ପାଣିଗ୍ରାହୀ ଏହି ଅଭିଯାନର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ସମସ୍ତ ଅଧିକାରୀ ମାନଙ୍କୁ ଅବଗତ କରାଇ ଥିଲେ । ଏହି କାର୍ଯ୍ୟକ୍ରମ ଚଳିତ ସେପ୍ଟେମ୍ବର ୧୭ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୨ତାରିଖ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଚାଲିବ। ଏଥିରେ ମୁଖ୍ୟତଃ ଗ୍ରାମ୍ୟ ସ୍ତରରୁ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ସମସ୍ତ ମହିଳା ହିତାଧିକାରୀ ମାନଙ୍କର ବିଭିନୁ ପରୀକ୍ଷା ଯଥା ଅଣସଂକ୍ରାମକ ରୋଗ ଚିହ୍ନଟକରଣ, ଟିବି ରୋଗର ପରୀକ୍ଷା , ମା ମାନଙ୍କର ବିଭିନ୍ନ ସ୍ବାସ୍ଥ୍ୟ ପରୀକ୍ଷା ଯଥା ଅଣସଂକ୍ରାମକ ରୋଗର ଚିହ୍ନଟ କରଣ, ଟିଭି ରୋଗର ପରୀକ୍ଷା, ଟୀକାକରଣ,ବିଭିନ୍ନ ପ୍ରକାର କର୍କଟ ରୋଗ, ସିକିଲ ସେଲ ଓ ଥାଲାସେମିଆ ଇତ୍ୟାଦି ରୋଗର ପରୀକ୍ଷା, ଗର୍ଭବତୀ ମା ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ବିଭିନ୍ନ ସଚେତନଧର୍ମୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ବିଭିନ୍ନ ବିଭାଗର ସମନ୍ୱୟ ସହିତ ସମାଜର ସବୁ ବର୍ଗର ଲୋକଙ୍କୁ ଏଥିରେ ସାମିଲ କରାଯାଇ ବ୍ୟାପକ ସଚେତନତା ସୃଷ୍ଟି କରି ମହିଳା ମାନଙ୍କ ବିଭିନ୍ନ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଅଧିକ ରୁ ଅଧିକ ସଂଖ୍ୟକ ମହିଳା ଓ ମା ମାନଙ୍କ ଅଂଶ ଗ୍ରହଣ ପାଇଁ ପଦକ୍ଷେପ ନିଆଯିବ। ଏଥି ସହିତ ଏହି ଅଭିଯାନ ସମୟରେ ପି ଏଚ ସି, ସି ଏଚ ସି, ଡି ଏଚ ଏଚ ଓ ଅନ୍ୟାନ୍ୟ ସବସେଣ୍ଟର ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ ସ୍ୱାସ୍ଥ୍ୟପରୀକ୍ଷା କରାଯିବ।

ଜିଲ୍ଲା ମୁଖ୍ୟ ଚିକିତ୍ସଧିକାରୀ ଏହି କାର୍ଯ୍ୟକ୍ରମକୁ କିଭଳି ସଫଳତା ର ସହ ଜିଲ୍ଲା ରେ କରାଯିବ ସେଥିଲାଗି ସମସ୍ତ ସ୍ବାସ୍ଥ୍ୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ,ଅତରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ, ମେଡିକାଲ ସୁପାରିଟେଣ୍ଡେଣ୍ଟ ଡା କେ ସି ସାହୁ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ପ୍ରମୋଦ କୁମାର ବାରିକ , ଡ଼ା ରଶ୍ମୀ ରଞ୍ଜନ ପଟ୍ଟାୟକ, ଡ଼ା ବାସନ୍ତୀ ପାଲ, ଡ଼ା ଶତ୍ରୁଘ୍ନ ଦାସ ,ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ବିଷ୍ଣୁ ପ୍ରିୟା ସେଠୀ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ , ଜିଲ୍ଲା ଶିକ୍ଷା ଅଧିକାରୀ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସକ, ଘରୋଇ ଚିକିତ୍ସାଳୟ ର ଚିକିତ୍ସକ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ସର୍ବ ଶେଷ ରେ ସନ୍ଧ୍ୟା ରାଣୀ ପଣ୍ଡା, ଜିଲ୍ଲା ଡେପୁଟୀ ମ୍ୟାନେଜର ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault