ପଦ୍ମପୁର : ଶିଶୁ ଯତ୍ନ ଅନୁଷ୍ଠାନ ର ଲୁକ୍କାୟିତ ପ୍ରତିଭା ଅନ୍ୱେଷଣ ର ଲକ୍ଷ୍ୟ ନେଇ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ,ବରଗଡ଼ ତରଫରୁ ଜିଲ୍ଲାର ଶିଶୁ ଯତ୍ନ ଅନୁଷ୍ଠାନ ର ପିଲାମାନଙ୍କୁ ନେଇ ଜିଲ୍ଲା ସ୍ତରୀୟ 'ମହକ ଓ ଉତ୍ସାହ' ଶିଶୁ ମହୋତ୍ସବ ସ୍ଥାନୀୟ ଜେନିଥ ଲାୟଂଶ୍ ଗୁରୁକୁଳ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ମହୋତ୍ସବରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଅଧୀନରେ କାର୍ଯ୍ୟ କରୁଥିବା ଗୋପବନ୍ଧୁ ସେବା ସଦନ, ଜନକେଡା ଓ କସ୍ତୁରବା ଗାନ୍ଧି ମାତୃ ନିକେତନ ,ପାଇକମାଳ ର ପିଲାମାନେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତିତ୍ୱ ହାସଲ କରିଥିଲେ । ଏହି ଶିଶୁ ମହୋତ୍ସବ କୁ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ମଞ୍ଜୁ ଏକ୍କା, ସମ୍ମାନିତ ଅତିଥି ଭାବେ ଜେନିଥ ଲାୟଂଶ୍ ଗୁରୁକୁଳ ର ଅଧ୍ୟକ୍ଷ ଡ. ମନୋଜ କୁମାର ପଣ୍ଡା, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ସୁରେନ୍ଦ୍ର ଦାସ ଓ ସଞ୍ଜୟ କୁମାର ଶତପଥୀ ପ୍ରମୁଖ ଦ୍ଵୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ପ୍ରଥମ ଦିବସରେ ପିଲା ମାନଙ୍କ ମଧ୍ୟରେ ବକ୍ତୃତା, ସଙ୍ଗୀତ , ଚିତ୍ରାଙ୍କନ ଓ କୁଇଜ୍ ପ୍ରତିଯୋଗିତା କନିଷ୍ଠ ଓ ବରିଷ୍ଠ ଦୁଇଟି ବିଭାଗରେ ଅନୁଷ୍ଠିତ ହୋଇଥିଲା । ଠିକ୍ ସେହିପରି ଦ୍ଵିତୀୟ ଦିବସରେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଯଥା - ଦୌଡ଼, ଉଚ୍ଚ ଡିଆଁ, ଲମ୍ବ ଡିଆଁ, ଚେସ୍, କ୍ୟାରମ୍ ଓ ଫୁଟବଲ୍ ଅନୁଷ୍ଠିତ ହୋଇଥିଲା । ଏହି ଦୁଇ ଦିନରେ ପ୍ରାୟ ୮୫ ଜଣ ପିଲା ପ୍ରାୟ ୨୪ ଟି ପ୍ରତିଯୋଗିତା ରେ କନିଷ୍ଠ ଓ ବଶିଷ୍ଠ ବିଭାଗରେ ରେ ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲେ ।
ଦ୍ଵିତୀୟ ଦିବସର ସନ୍ଧ୍ୟାରେ ଉଦ୍ଜାପନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଉଦ୍ଜାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଶ୍ରୀଯୁକ୍ତ ଦିନେଶ ଅଗ୍ରୱାଲ, ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ସଭ୍ୟା ଶ୍ରୀମତୀ ରାଧା ଅଗ୍ରୱାଲ, ଜେନିଥ ଲାୟଂଶ୍ ଗୁରୁକୁଳ ର ଅଧ୍ୟକ୍ଷ ଡ. ମନୋଜ କୁମାର ପଣ୍ଡା, କାର୍ଯକ୍ରମ ର ଆବାହିକା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ମଞ୍ଜୁ ଏକ୍କା,ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ତପନ କୁମାର ପାତ୍ର ଓ ଶ୍ରୀଯୁକ୍ତ ସଞ୍ଜୟ ଶତପଥୀ ମଞ୍ଚାସିନ ଥିଲେ । ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣରେ ଶିକ୍ଷା ଦାୟକ ଉପଦେଶ ଓ ପ୍ରେରଣାଦାୟୀ ଶବ୍ଦରେ ପିଲାମାନଙ୍କର ଉତ୍ସାହ ବୃଦ୍ଧି କରିଥିଲେ । ଦୃଢ଼ ମନୋବଳ ଓ କଠିନ ପରିଶ୍ରମ ମାଧ୍ୟମରେ ଜୀବନରେ ଉନ୍ନତି ହାସଲ କରି ପାରିବେ ବୋଲି ଶ୍ରୀମତୀ ରାଧା ଅଗ୍ରୱାଲ ତାଙ୍କ ଅଭିଭାଷଣରେ ପିଲାମାନଙ୍କୁ ଅନୁପ୍ରାଣିତ କରିଥିଲେ ।ଆସନ୍ତା ନଭେମ୍ବର ମାସରେ ହେବାକୁ ଥିବା ରାଜ୍ୟସ୍ତରୀୟ ' ମହକ ଓ ଉତ୍ସାହ ' କାର୍ଯ୍ୟକ୍ରମ ରେ ଭଲ ପ୍ରଦର୍ଶନ କରିବାକୁ ଶ୍ରୀମତୀ ଏକ୍କା ତାଙ୍କ ଅଭିଭାଷଣରେ ପିଲା ମାନଙ୍କ ଉତ୍ସାହ ବୃଦ୍ଧି କରିଥିଲେ ।ଜେନିଥ ଲାୟଂଶ୍ ଗୁରୁକୁଳ ର ଅଧ୍ୟକ୍ଷ ଡ. ପଣ୍ଡା ମଧ୍ୟ ପିଲାମାନଙ୍କୁ ଶିକ୍ଷା ଦାୟକ ଉପଦେଶ ଦେବା ସହ ଏଭଳି ଏକ କାର୍ଯ୍ୟକ୍ରମର ଆୟୋଜନ ସକାଶେ ଜେନିଥ ଲାୟଂଶ୍ ଗୁରୁକୁଳ କୁ ଚୟନ କରିଥିବାରୁ ଶିଶୁ ସୁରକ୍ଷା ବିଭାଗ , ବରଗଡ଼ ର ପଦାଧିକାରୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ଓ ଆଗାମୀ ଭବିଷ୍ୟତରେ ମଧ୍ୟ ଏଭଳି କାର୍ଯ୍ୟକ୍ରମ ଆୟୋଜନ ରେ ଜେନିଥ ଶିକ୍ଷାନୁଷ୍ଠାନ ସହଯୋଗ କରିବ ବୋଲି ତାଙ୍କ ଅଭିଭାଷଣରେ କହିଥିଲେ । ପରେ ଏହି ଦୁଇ ଦିନରେ ଅନୁଷ୍ଠିତ ପ୍ରତିଯୋଗିତା ଗୁଡ଼ିକରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ଅତିଥି ବୃନ୍ଦ ପୁରସ୍କୃତ କରିଥିଲେ । ଉଦ୍ଜାପନୀ ସଭା କୁ ଜେନିଥ ଶିକ୍ଷାନୁଷ୍ଠାନ ର ଶିକ୍ଷକ ଆଶିଷ କୁମାର ପୃଷ୍ଟି ପରିଚାଳନା କରିଥିବା ବେଳେ ଶିକ୍ଷକ ଗତିକୃଷ୍ଣ ସାହୁ ଓ ସତୀଶ ଚନ୍ଦ୍ର ସାହୁ ପୁରସ୍କାର ବିତରଣୀ ଉତ୍ସବ କୁ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମର ସଫଳତା ପାଇଁ ଜେନିଥ ଲାୟଂଶ୍ ଗୁରୁକୁଳ ର ସମସ୍ତ ଶିକ୍ଷକ , ଶିକ୍ଷୟିତ୍ରୀ, ଅଣ ଶିକ୍ଷକ କର୍ମଚାରୀ ତଥା ପାଇକମାଳ ଓ ଜନକେଡ଼ା ଶିଶୁ ଯତ୍ନ ଅନୁଷ୍ଠାନ ର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ । ଶେଷରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ତପନ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
ରାଜ୍ୟ
ଜିଲ୍ଲା ସ୍ତରୀୟ ' ମହକ ଓ ଉତ୍ସାହ' କାର୍ଯ୍ୟକ୍ରମ ଅନୁଷ୍ଠିତ।
- Hits: 4