ମୟୁରଭଞ୍ଜ ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ।( ଶାସକ ପ୍ରଶାସକ): ମୟୁରଭଞ୍ଜ ଜିଲ୍ଲା ସାରସକଣା ନିର୍ବାଚନ ମଣ୍ଡଳୀର ଲୋକ ପ୍ରିୟ ବିଧାୟକ ଭାଦବ ଚନ୍ଦ୍ର ହାଁସଦା ଙ୍କ ନେତୃତ୍ୱ ରେ ଶୀର୍ଷା ଲେମ୍ପ ଏବଂ ସୀମାନ୍ତ ଇଞ୍ଜିନିୟରିଙ୍ଗ କଲେଜ ମିଳିତ ସହଯୋଗ ରେ ଆଜି ସୀମାନ୍ତ ଇଞ୍ଜିନିୟରିଙ୍ଗ ମହାଵିଦ୍ୟାଳୟ ରେ ଏକ ବୃହତ ରକ୍ତଦାନ ଶିବିର ଅନୁଷ୍ଠିତ ହେଇଯାଇ ଅଛି | ଉକ୍ତ ଶିବିରରେ ମୟୁରଭଞ୍ଜ ସାଂସଦ ଶ୍ରୀଯୁକ୍ତ ନବଚରଣ ମାଝି, ସାରସକଣା ବିଧାୟକ ଶ୍ରୀଯୁକ୍ତ ଭାଦବ ହାଁସଦା,ବିଜେପି ରାଜ୍ୟ କାର୍ଯ୍ୟ କରି ସଦସ୍ୟ ସଞ୍ଜିବ ମହାନ୍ତି,ଜିଲ୍ଲା ବୁଦ୍ଧି ଯିବି ସଞ୍ଜଜକ, ଝାରପୋଖରିଆ ମଣ୍ଡଳ ସଭାପତି ରାଜେନ୍ଦ୍ର ବିନ୍ଦାଣୀ, ସାରସକଣା ଗେଷ୍ଟିଉନ୍ନୟନ ଅଧିକାରୀ ସୁମନ ରାଜ ମହାନ୍ତି, ସାରସକଣା ଅତିରିକ୍ତ ତହସିଲଦାର ସଦାନନ୍ଦ ଡେଲକି,ଝାରପୋଖରିଆ ଥାନା ଅଧିକାରୀ ପ୍ରଭୂ କଲ୍ୟାଣ ଆଚାର୍ଯ୍ୟ,ଶୀର୍ଷା ଲେମ୍ପର ଏମ ଡ଼ି. ସ୍ୱରପ କୁମାର ସତପଥି, ସୀମାନ୍ତ ଇଞ୍ଜିନିୟରିଙ୍ଗ ମହାବିଦ୍ୟାଳୟର ଅଧକ୍ଷ ଶ୍ରୀଯୁକ୍ତ ପ୍ରଶାନ୍ତ ନାୟକ,ଜିଲ୍ଲା ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରୀ ବିଜୟକୁମାର ଦାଶ ଙ୍କ ସହିତ ବିଜେପି ର ବହୁ କର୍ମକର୍ତା ଏବଂ ଅଞ୍ଚଳ ର ବିଭିନ୍ନ ଅନୁଷ୍ଠାନ ର କର୍ମକର୍ତା ଉପସ୍ଥିତ ରହି ଥିବାର ଦେଖିବାକୁ ମିଳିଥିଲା | ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ୭୫ ତମ ଜନ୍ମ ଦିନ ସେପ୍ଟେମ୍ବର ୧୭ ଉପଲକ୍ଷେ ଆଜି ଠାରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି ବିଧାୟକ ଶ୍ରୀ ହାଁସଦା କହିଛନ୍ତି | ଏହି ଶିବିରରେ ସାରସକଣା ନିର୍ବାଚନ ମଣ୍ଡଳୀ ର ବହୁ ଜନସାଧାରଣ ଉପସ୍ଥିତ ହେଇ ସ୍ଵଇଚ୍ଛାରେ ରକ୍ତଦାନ କରିଥିବାର ଦେଖିବାକୁ ମିଳିଥିଲା | ସକାଳ ୭ଘଟିକାରେ ପ୍ରଥମେ ପ୍ରଭୂ ଗଣେଶ ଙ୍କୁ ପୂଜା ଅର୍ଚନା କରାଯାଇଥିଲା ଏହାପରେ ସିମାନ୍ତ ଇଞ୍ଜିନିୟରିଂ କଲେଜ ର ପ୍ରତିଷ୍ଠାତା ପରେଶ ଚନ୍ଦ୍ର ବଷାଙ୍କ ପ୍ରତିମୂର୍ତ୍ତି ରେ ମାଳ ଅର୍ପଣ କରାଯାଇଥିଲା | ଏହାପରେ ମୟୁରଭଞ୍ଜ ସାଂସଦ ଶ୍ରୀଯୁକ୍ତ ନବଚରଣ ମାଝି ରିବନ କାଟି ରକ୍ତଦାନ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ | ଜିଲ୍ଲାରୁ ଆସିଥିବା କରଞ୍ଜିଆ ଟିମ ୧୬୬, ଉଦଳା ଟିମ ୧୧୦, ରାଇରଙ୍ଗପୁର ଟିମରୁ ୮୯ ଏବଂ ବାରିପଦା ଟିମରୁ ୨୬୬ ସର୍ବମୋଟ ୬୩୧ ୟୁନିଟ ରକ୍ତ ସଂଗ୍ରହୀତ କରାଯାଇଥିବାର ସୂଚନା ମିଳିଛି | ବିଭିନ୍ନ ସରକାରୀ ଡାକ୍ତରଖାନା ରୁ ଆସିଥିବା ଡାକ୍ତର ମାନଙ୍କ ସହଯୋଗ କ୍ରମେ ରକ୍ତ ସଂଗୃହିତ କରାଯାଇଥିଲା । ପରିଶେଷରେ ସାରସକଣା ବିଧାୟକ ଶ୍ରୀ ହାଁସଦା ସମସ୍ତ ରକ୍ତଦାତା ଏବଂ ସହଯୋଗ କରିଥିବା ସମସ୍ତ କର୍ମକର୍ତ୍ତାଙ୍କୁ ହାତ ଯୋଡ଼ି ଧନ୍ୟବାଦ ଅର୍ପଣ କରିଥିଲେ |
ରାଜ୍ୟ
ସୀମାନ୍ତ ଇଞ୍ଜିନିୟରିଙ୍ଗ ମହାଵିଦ୍ୟାଳୟ ରେ ଏକ ବୃହତ ରକ୍ତଦାନ ଶିବିର ଅନୁଷ୍ଠିତ
- Hits: 5