ପୋଲିସକୁ ୨ ମାସ ଭିତରେ ତଦନ୍ତ କରି ଫାଇନାଲ ରିପୋର୍ଟ ଦେବାକୁ ନିର୍ଦ୍ଦେଶ।
କେନ୍ଦୁଝର,ତା୧୫/୯- କେନ୍ଦୁଝର ପୁରୁଣା ସହରର ସମାଜସେବୀ ଝିଅ ରୋଜାଲିନ ସାହୁଙ୍କ ମୃତ୍ୟୁ ହେବାର ଅଢେଇ ବର୍ଷ ବିତି ସାରିଲାଣି ତେବେ କେନ୍ଦୁଝର ଘଟଗାଁ ଥାନା ପକ୍ଷରୁ ୩୦୨/୩୪ ସଂଘବଦ୍ଧ ନରହତ୍ୟା ଦଫା ପକେଇ ଚୁପ ବସିଥିବା ଅଭିଯୋଗ ଆସିଛି। ତେଣୁ ରୋଜାଲିନର ମାଆ ରେବତୀ ସାହୁ ନିଜର ଏକମାତ୍ର ଝିଅକୁ ବିଜେପି ରାଜ୍ୟ ଯୁବମୋର୍ଚ୍ଚା ଉପସଭାପତି ପ୍ରକାଶ ମଲ୍ଲିକ ଘରୁ ନିଜ ଗାଡ଼ିରେ ଡ଼ାକିନେଇ ହତ୍ୟା କରିଥିବା ସିଧା ଆରୋପ କରିଥିଲେ। ତେଣୁ ପୋଲିସ ବାଧ୍ୟ ହୋଇ ଏହି ମାମଲାରେ ସଂଘବଦ୍ଧ ନରହତ୍ୟା ଦଫା ୩୦୨/୩୪ ଯୋଡ଼ିଥିଲା। ପ୍ରଥମେ ଝିଅ ଏକ ବାଇକରେ ଯାଇ ପଡିଥିବାର ପୋଲିସ କହୁଥିବା ବେଳେ ପରେ ଦୁଇ ବର୍ଷ ପରେ ପ୍ରକାଶ ମଲ୍ଲିକର ଧଳା ସ୍କୋର୍ପିଓ ଜବତ କରିଥିଲା। ତେବେ ପୋଲିସ ଅପରାଧୀଙ୍କୁ ଗିରଫ କରି ଚାର୍ଜସିଟ ଦେଉ ନଥିବାରୁ ରେବତୀ ସାହୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅଭିଯୋଗ ଶୁଣାଣିରେ ଭେଟି ଥିଲେ ହେଲେ ଫଳ ଶୂନ ରହିଲା ମୁଖ୍ୟମନ୍ତ୍ରୀଙ୍କ ଅଫିସ ଚିଠିକୁ ପୋଲିସ ମାନିଲା ନାହିଁ କି ତଦନ୍ତ କଲା ନାହିଁ। ବାରମ୍ବାର ନିରାଶ ହୋଇ ସେ ଓଡ଼ିଶା ହାଇକୋର୍ଟ ଯିବାରୁ ମାନ୍ୟବର ବିଚାରପତି ଚିତ୍ତରଞ୍ଜନ ଦାଶ କେନ୍ଦୁଝର ପୋଲିସ ଦୁଇ ମାସ ଭିତରେ ଉପଯୁକ୍ତ ତଦନ୍ତ କରି ଫାଇନାଲ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଗରୁ ହାଇକୋର୍ଟ କେନ୍ଦୁଝର ଏସପିଙ୍କୁ ଏହି ମାମଲାର ତଦନ୍ତ ନେଇ ରିପୋର୍ଟ ମାଗିଥିଲା ବେଳେ ଉତ୍ତର ମିଳିନଥିଲା ତେଣୁ ଘଟଣା ବିଭ୍ରାନ୍ତି ଆଡକୁ ଯାଉଥିବାରୁ ଏତେ ଦିନ ଯାଏ ଚାର୍ଜସିଟ ନହେବାରୁ କୋର୍ଟ ଏହାକୁ ଦୁର୍ଭାଗ୍ୟଜନକ କହି ଉକ୍ତ ନିର୍ଦ୍ଦେଶ ସେପ୍ଟେମ୍ବର ୧୧ ତାରିଖରେ ଦେଇଛନ୍ତି। ଏହି ନିର୍ଦ୍ଦେଶନାମା ଆସିବା ପରେ ରୋଜାଲିନ ସାହୁଙ୍କ ମାଆ ଅପରାଧୀ ଏବେ ଗିରଫ ହେବେ ବୋଲି ଆଶା ପ୍ରକାଶ କରିଛନ୍ତି। ସେ କହିଛନ୍ତି କି ଯେତେ ବଡ଼ ଲୋକ ସହ ଫଟୋ ଉଠେଇ ଅପରାଧୀ ମାନେ ବର୍ତ୍ତୀ ଯିବାକୁ ମସୁଧା କରୁଥିଲେ ମଧ୍ୟ ମୁକୁଳି ପାରିବେନି। ହତ୍ୟା ଆରୋପୀ ଅପରାଧୀଙ୍କୁ ରାଜନୈତିକ ଶରଣ ନଦେବାକୁ ସେ ରାଜନୈତିକ ଦଳ ଲୋକଙ୍କୁ ଅନୁରୋଧ କରିଛନ୍ତି। ବହୁତ ଡେରିରେ କୋର୍ଟ ଆଦେଶ ଆସିଲା ପରେ ସାଧାରଣରେ ଆଶ୍ବସ୍ତି ପ୍ରକାଶ ପାଇଛି। ଏବେ ଦେଖିବାକୁ ବାକି ରହିଲା ଫାଇନାଲ ଚାର୍ଜସିଟ ଦେବାକୁ ପୋଲିସ ଆରୋପୀଙ୍କୁ ଗିରଫ କରି ଜେରା କରୁଛି ନା ପୁଣି ବିଳମ୍ବ କରୁଛି। ଏହି ଘଟଣା ନେଇ ହତ୍ୟା ଆରୋପୀଙ୍କୁ ବାସନ୍ଦ ଲାଗି ସାଧାରଣରେ ଦାବି ଉଠିଛି।