ହେଡଲାଇନସ୍:

ଗଜପତି- ଜିଲ୍ଲା ସ୍ତରୀୟ ୨୭ତମ ଜାତୀୟ ପିଲାଙ୍କ ବିଜ୍ଞାନ କଂଗ୍ରେସ'ର ପ୍ରକଳ୍ପ ପ୍ରସ୍ତୁତି ପାଈଁ ପ୍ରଶିକ୍ଷଣ ଶିବିର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ :ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ର ଗିରି ମୁନିସିପାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟଳୟ  ପକ୍ଷରୁ , ଏକ ଜିଲ୍ଲା ସ୍ତରୀୟ ୨୭-ତମ ଜାତୀୟ ପିଲାଙ୍କ ବିଜ୍ଞାନ  କଂଗ୍ରେସ'ର ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାପାଇଁ ଜିଲ୍ଲାର ସମସ୍ତ ବିଜ୍ଞାନ ଶିକ୍ଷକ-ଶିକ୍ଷୟତ୍ରୀ ମାନଂକ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।
       ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ତଥା  ଜାତୀୟ ପିଲାଙ୍କ ବିଜ୍ଞାନ କଂଗ୍ରେସ'ର ଜିଲ୍ଲା ସଂଯୋଜକ ସାତ୍ମିକ କୁମାର ପଟନାୟକ ଯୋଗ ଦେଇ , କାର୍ଯ୍ୟକ୍ରମର ପ୍ରାରମ୍ଭିକ ସୁଚନା ଦେଇଥିଲେ । ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ  ତଥା ଅବସର  ନେଇଥିବା ପ୍ରଧାନ ଶିକ୍ଷକ  ବିନୋଦ ଚନ୍ଦ୍ର ଜେନା ଓ ଗଞ୍ଜାମ ଜିଲ୍ଲାର  ପ୍ରାକ୍ତନ ବିଜ୍ଞାନ ନିରୀକ୍ଷକ ଗୋକୁଳ କୃଷ୍ଣ ପଣ୍ଡା ପ୍ରମୁଖ ପ୍ରଶିକ୍ଷକ ଭାବେ ଯୋଗ  ଦେଇଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ଜିଲ୍ଲାର ବିଭି ଉଚ୍ଚ ବିଦ୍ୟାଳୟର ୧୧୦ ଜଣ ବିଜ୍ଞାନ ଶିକ୍ଷକ ଶିକ୍ଷୟତ୍ରୀ ଅଂଶଗ୍ରହଣ କରି ଥିଲେ ।
        ମୁଖ୍ୟତଃ ଏହି କାର୍ଯ୍ୟକ୍ରମର ମୁଖ୍ୟ ବିଷୟ ବସ୍ତୁ""ଏକ ସ୍ୱଚ୍ଛ , ସବୁଜ ଓ ସୁସ୍ଥ ରାଷ୍ଟ୍ର ଗଠନ  ସକାଶେ ବିଜ୍ଞାନ ,  ପ୍ରଯୁକ୍ତି , ବିଦ୍ୟା ଓ ନବ ଅନ୍ୱେଷ୍ ଉପରେ ପ୍ରକଳ୍ପ ପ୍ରସ୍ତୁତି ପାଈଁ ପ୍ରଶିକ୍ଷଣ ଦେଇଥିଲେ ।
        ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଶୁଭଲକ୍ଷ୍ମୀ  ଦାସ ଏହି କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେବା ସହ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।  ଶେଷରେ , ଗତବର୍ଷ  ଜାତୀୟ ସ୍ତରରେ ଓ ରାଜ୍ୟ ସ୍ତରରେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କୃତି ସହାୟକ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ କାର୍ଯ୍ୟକ୍ରମରେ ପୁରସ୍କୃତ କରାଯାଇଥିଲା ।  ବରିଷ୍ଠ ଶିକ୍ଷକ ବାଳକୃଷ୍ଣ ମାଝି ଓ  ଦେବଦାସ ତାମରାପୁ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

0
0
0
s2sdefault