ହେଡଲାଇନସ୍:

ଜିଲ୍ଲା ଭାଜପା ଓ ଯୁବ-ମୋର୍ଚ୍ଚା ପକ୍ଷରୁ କାରଗିଲ ବିଜୟ ଦିବସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ସ୍ୱଚ୍ଛ ଭାରତ ଅଭିଯାନ'ରେ ସଫେଇ କାର୍ଯ୍ୟ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ :  ପାରଳାଖେମୁଣ୍ଡି ଠାରେ ଜିଲ୍ଲା ଭାଜପା:ଓ ଯୁବ-ମୋର୍ଚ୍ଚା ପକ୍ଷରୁ , କାରଗିଲ ବିଜୟ ଦିବସ ପାଳନ କରାଯିବା ସହ ସ୍ୱଚ୍ଛ ଭାରତ ଅଭିଯାନ'ରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।କାରଗିଲ ବିଜୟ ଦିବସ ପାଳନ ଅବସରରେ  ସ୍ଥାନୀୟ ଗୁଣ୍ଡିଚା ବାଡ଼ି ପଡ଼ିଆରେ ବହୁ ସଂଖ୍ୟାରେ  ଜିଲ୍ଲା ଭାଜପା ଓ ଯୁବ ମୋର୍ଚ୍ଚା କର୍ମୀଆଣେ ଏକତ୍ରିତ ହୋଇ କାରଗିଲ ବିଜୟ ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଶହୀଦ ଯବାନ ମାନଂକ  ଉପରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ |  ଏଥିରେ ଦଳର ଅରୁଣୀମା ସାହୁ , ମୁଲି ଗୋପାଳ ରାଓ ,  ଜମିଦାର ପଟନାୟକ ,ସିଦ୍ଧେଶ୍ବର ମିଶ୍ର ,ପ୍ରଶାନ୍ତ ପ୍ରଧାନ ଓ ପି: କ୍ରିଷ୍ନା ପ୍ରମୁଖ ଯୋଗ ଦେଇଥିଲେ ।

     ସେମାନେ କହିଥିଲେ ଯେ, କାରଗିଲ ଯୁଦ୍ଧ ଦିବସ ଏକ ସ୍ମରଣୀୟ ଦିବସ । ଯେଉଁଥିରେ ଆମର ଅନେକ ଯବାନ ଦେଶ ପାଈଁ ସେମାନଙ୍କ ଜୀବନକୁ  ବଳିଦାନ ଦେଇ ଯୁଦ୍ଧରେ ଭାରତକୁ ବିଜୟ ଲାଭ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେହି ଶହୀଦ ମାନଙ୍କୁ ଆଜିର ଦିନରେ ସ୍ମରଣ କରି ସମ୍ମାନ ଜଣାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ
 ।ଏହି ଅବସରରେ ଆମେ ସମସ୍ତଙ୍କୁ ଜଣାଇବାକୁ ଚାହୁଁ ଯେ ,ଆମ ଦେଶର ଯବାନ ମାନେ , ଦେଶ ସୀମାରେ ରହି ଦିନରାତି ଆମକୁ ଶତୃ କବଳରୁ ଯେଉଁ ସୁରକ୍ଷା ଦେଇ ଆସୁଛନ୍ତି ସେମାନଙ୍କ ମନୋବଳ ବଢାଇବା ସହ  ଶହୀଦ ମାନଙ୍କୁ ଉଚିତ ସମ୍ମାନ ଜଣାଇବା ପାଈଁ କାରଗିଲ ବିଜୟ ଦିବସ ପାଳନ କରାଯାଉଛି । ଦେଶର  ସୁରକ୍ଷା ହିଁ ସମସ୍ତଙ୍କ ମଙ୍ଗଳମୟ ହେଉ ବୋଲି କାମନା କରିଥିଲେ ।
        ଏହି ଅବସରରେ ,ସ୍ୱଚ୍ଛ
 ଭାରତ ଅଭିଯାନରେ ସମସ୍ତ ଦଳୀୟ କର୍ମୀ ସାମିଲ ହୋଇ ରଥଯାତ୍ରା ପରେ ସମ୍ପୂର୍ଣ ଭାବେ ଅପରିଷ୍କାର ଅବସ୍ଥାରେ  ପୁତ୍ତି ଗନ୍ଧମୟ  ହୋଇ ପଡ଼ି ରହିଥିବା ଗୁଣ୍ଡିଚା-ବାଡ଼ି  ପଡିଆ ପରିସର ରେ ଅଳିଆ-ଆବର୍ଜନା ସଫା କରିଥିଲେ  ।

0
0
0
s2sdefault