ହେଡଲାଇନସ୍:

ଭଦ୍ରକରେ ଜିଲ୍ଲାପ୍ରଶାସନ ପକ୍ଷରୁ କାରଗିଲ୍ ବିଜୟ ଦିବସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଭଦ୍ରକ/ ସତ୍ୟଭୂଷଣ ସ୍ୱାମୀ) ଭଦ୍ରକରେ ଜିଲ୍ଲାପ୍ରଶାସନ ପକ୍ଷରୁ କାରଗିଲ୍ ବିଜୟ ଦିବସ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲା ସୁଚନା ଓ ଲୋକସଂର୍ପକ ଅଧିକାରୀ ଗୋଲଖ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତ୍ୱାରେ ଅନୁଷ୍ଠିତ ଏହି ସ୍ମରଣୀୟ ଦିବସରେ ଜିଲ୍ଲାପାଳ ଜ୍ଞାନ ଦାସ ମୁଖ୍ୟଅତିଥି ଭାବେ ଯୋଗ ଦେଇ କାରଗିଲ୍ ଯୁଦ୍ଧରେ ସହୀଦ ହୋଇଥିବା ଭଦ୍ରକ ମାଟିର  ଲଢୁଆ ବୀର ଯବାନ ନିରଞ୍ଜନ ବେହେରାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟା ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । କାରଗିଲ୍ ବିଜୟ ଦିବସ ଆମ ଦେଶବାସୀଙ୍କ ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ଦିବସ  ଅଟେ । କାରଗିଲ ଯୁଦ୍ଧରେ ପାକିସ୍ତାନ ବିରୋଧରେ ଭାରତୀୟ ସୈନ୍ୟମାନଙ୍କର ଉଲ୍ଲେଖନୀୟ ବିଜୟର ସ୍କୃତିଚାରଣ ପାଇଁ ପ୍ରତିବର୍ଷ ଜୁଲାଇ୨୬ତାରିଖରେ ସାରା ଦେଶରେ ପାଳିତ ହୁଏ କାରଗିଲ୍ ବିଜୟ ଦିବସ । ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର ଯୋଗ  ଦେଇ କାରଗିଲ୍ ଯୁଦ୍ଧରେ ସହିଦ ହୋଇଥିବା ଅମର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ କାରଗିଲ୍ ଯୁଦ୍ଧରେ ଭାରତ  ଐତିହାସିକ ବିଜୟ ପ୍ରତିଟି  ଭାରତୀୟଙ୍କ ପାଇଁ ଚିରସ୍ମରଣୀୟ । ଷାଠିଏ ଦିନରୁ ଉର୍ଦ୍ଧ ସମୟ ଧରି ଏହି ଯୁଦ୍ଧ ଚାଲିଥିଲା ଏବଂ ଏହି ଯୁଦ୍ଧରେ ମୋଟ ୫୨୭ଜଣ ବୀର ଯବାନ ଜନ୍ମଭୂମିର ସୁରକ୍ଷା ପାଇଁ ପ୍ରାଣବଳୀ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ଭଦ୍ରକ ଜିଲ୍ଲା ଅବସରପ୍ରାପ୍ର ସୈନିକ ସଂଘର ସଭାପତି ରୋହିତ କୁମାର ରାୟ ,ଅବସରପ୍ରାପ୍ତ ବଷିୟାନ ସୈନିକ ନାରାୟଣ ଚନ୍ଦ୍ର ଦାସ ଯୋଗ ଦେଇ ଦେଶମାତୃକାର ସେବା ପାଇଁ ସୈନ୍ୟବାହିନୀର ତ୍ୟାଗ ଏବଂ ବଳିଦାନ  ସଂର୍ପକରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ଜ୍ଞାନପ୍ରକାଶ ପାଣି ଓ ସାମ୍ବାଦିକ ଗୌରହରି ନାୟକ କାରଗିଲ୍ ବିଜୟ ଦିବସ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଉତ୍ସବରେ ଅବସରପ୍ରାପ୍ତ ସୈନିକ ସଂଘର କର୍ମଚାରୀ, ଗଣମାଧ୍ୟମର ପ୍ରତିନିଧି ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀମାନେ ଉପସ୍ଥିତ ରହିଥିଲେ ।

0
0
0
s2sdefault