ଯାଜପୁରରୁ ଜୟଶଙ୍କର ଦାଶ : ମାତୃଭାଷାରେ ନିଜ ବ୍ୟକ୍ତିତ୍ୱ ଓ ଭାବନାର ପରିପ୍ରକାଶ ଯେତେ ସହଜ ଓ ସାବଲୀଳ, ତାହା ଅନ୍ୟ ଭାଷାରେ ପ୍ରତିପାଦିତ ହେବା ସେତେ ସହଜ ନୁହେଁ ବୋଲି ଜିଲ୍ଲାପାଳ ରଂଜନ କୁମାର ଦାସ ମତବ୍ୟକ୍ତ କରିଚ୍ଥନ୍ତି । ଶୁକ୍ରବାର ଅପରାହ୍ନରେ ଗୈାତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଜିଲ୍ଲା ସ୍ତରୀୟ ଭାଷା ପ୍ରତିଷ୍ଠାନର ଏକ ଆଲୋଚନା ଚକ୍ର ଓ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ପରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ଶ୍ରୀ ଦାସ ନୂଆ ପିଢୀଙ୍କୁ ସାହିତ୍ୟ ଓ ସଂସ୍କୃତି ପ୍ରତି ଆକୃଷ୍ଟ କଲାଭଳି ସାହିତ୍ୟ ସୃଷ୍ଟି ଊପରେ ଗୁରୁତ୍ୱ ଦେଇଥିଲେ । ଓଡିଆ ଭାଷା, ଲାଳିତ୍ୟ, ମାଧୁର୍ଯ୍ୟ ଓ ଗାମ୍ଭିର୍ଯ୍ୟ ଅତୀବ ଊଚ୍ଚ କୋଟୀର । ନିଜର ଭାବନାକୁ, ଅନ୍ତର୍ନିହିତ ପ୍ରତିଭା ଓ ସୃଜନଶୀଳତାକୁ ପରିପ୍ରକାଶ କରିବା ଶ୍ରେଷ୍ଠ ମାଧ୍ୟମ ସାହିତ୍ୟ । ସାହିତ୍ୟର ଶ୍ରେଷ୍ଠ ଭାଷା ନିଜ ମାତୃଭାଷା । ବର୍ତ୍ତମାନ ଯୁବବର୍ଗ ଟେକ୍ନୋଲୋଜି ନାମରେ ଆମର ପାରମ୍ପରିକ ସାହିତ୍ୟ, ସଂସ୍କୃତି ଠାରୁ ଦୂରେଇ ଯିବା ଚିନ୍ତା ଜନକ । ତେଣୁ ସମସ୍ତେ ଓଡିଆ ଭାଷା ଓ ସଂସ୍କୃତିର ସୁରକ୍ଷା ଓ ସମୃଦ୍ଧି ପାଇଁ ଉଦ୍ୟମ କରିବାକୁ ଆହ୍ୱାନ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ରାଜ୍ୟ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶିକା ତମସାରାଣୀ ମହାପାତ୍ର ଓଡିଆ ଭାଷାର ସୁରକ୍ଷା ଓ ପ୍ରସାର ପାଇଁ ପ୍ରଶାସନିକ ଓ ସାମାଜିକ ଉଭୟ କ୍ଷେତ୍ରରେ ପ୍ରତିବଦ୍ଧତା ଜରୁରୀ ବୋଲି କହିଥିଲେ । ଉଚ୍ଚାଙ୍ଗ ଓ ଉଚ୍ଚାଙ୍ଗ ସାହିତ୍ୟ ମାଧ୍ୟମରେ ଭାଷାର ସୁରକ୍ଷା ଓ ସମୃଦ୍ଧି ପ୍ରାଚୀନ କାଳରୁ ହୋଇ ଆସିଚ୍ଥି । ରାଜ୍ୟର ପ୍ରଥମ ଜିଲ୍ଲା ଭାବେ ଯାଜପୁର ଭାଷା ପ୍ରତିଷ୍ଠାନ ଏହି କାର୍ଯ୍ୟକ୍ରମ କରିଥିବାରୁ ସେ ଜିଲ୍ଲାପାଳ ଓ ଜିଲ୍ଲା ପ୍ରଶାଶନକୁ ସାଧୁବାଦ ଜଣାଇଥିଲେ । ଭାଷାର ମୃତ୍ୟୁ ନାହିଁ । ତେବେ ଏହାର ଉତ୍କର୍ଷ ପାଇଁ ସମବଦ୍ଧ ଉଦ୍ୟମ ଜରୁରୀ ବୋଲି ସେ କହିଥିଲେ । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ବ୍ରଜଗୋପାଳ ଆଚାର୍ଯ୍ୟ ଭାଷାର ସୁରକ୍ଷା ଏକ ନିରବଚ୍ଚ୍ଥିନ୍ନ ପ୍ରକ୍ରିୟା ହେବା ଆବଶ୍ୟକୀୟ ବୋଲି ମତ ଦେଇଥିଲେ । ଜିଲ୍ଲାପାଳ ଜିଲ୍ଲାରେ ଓଡିଆ ଭାଷାର ପ୍ରସାର ପାଇଁ ସମସ୍ତ ପାଂଇଲ ଓ ଚିଠି ଓଡିଆରେ କରିବା ସହ ଏହାକୁ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଚ୍ଥନ୍ତି ବୋଲି ସେ କହିଥିଲେ । ସାହିତ୍ୟ ଏକାଡେମୀର ଜିଲ୍ଲା ସଦସ୍ୟା ସଂଯୁକ୍ତା ମହାପାତ୍ର ପ୍ରତିଷ୍ଠାନର ଭାଷା ସୁରକ୍ଷା ପ୍ରତି ଏହିଭଳି ଉଦ୍ୟମକୁ ପ୍ରଶଂସା କରିଥିଲେ । ଅତିରିକ୍ତି ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଳ ଏଥିରେ ଅଧ୍ୟକ୍ଷତା କରିବା ସହ ଏହିଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଚ୍ଥୋଟ ଅବସ୍ଥାରୁ ମିଲା ମାନଙ୍କ ମଧ୍ୟରେ ମାତୃଭାଷା ପ୍ରତି ଅନୁରାଗ ସୃଷ୍ଟି ଉଦ୍ୟମକୁ ପ୍ରଶଂସା କରିଥିଲେ । ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ତଥା ସଂସ୍କୃତି ଅଧିକାରୀ ସନ୍ତୋଷ କୁମାର ସେଠୀ ସମସ୍ତଙ୍କୁ ସ୍ୱାଗତ ଓ ଆଲୋଚନା ଚକ୍ରର ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇଥିଲେ ଓ ଶେଷରେ ସର୍ବଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜକ ବିଷ୍ଣୁ ଚରଣ ସୁତାର ଧନ୍ୟବାଦ ଅର୍ପଣ କରିଥିଲେ । ଅତିଥି ମାନେ ଓଡିଆ ଲିଖନ, ପଠନ, ତର୍କ ଓ ପ୍ରବନ୍ଧ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଭାଷା ପ୍ରତିଷ୍ଠାନ ର ସଦସ୍ୟ ପଦ୍ମନାଭ ଜେନା, ପ୍ରାଧ୍ୟାପକ ମନୋରଂଜନ ମହାନ୍ତି, ବିରଜା ବଳ ଓ ଅନ୍ୟାନ୍ୟ ସଦସ୍ୟ ବୃନ୍ଦ, ଗଣମାଧ୍ୟମ ପତିନିଧି, ଚ୍ଥାତ୍ର ଚ୍ଥାତ୍ରୀ ଓ ଅଭିଭାବକ ମାନେ ଯୋଗ ଦେଇଥିଲେ ।