ହେଡଲାଇନସ୍:

ସ୍ୱାସ୍ଥ୍ୟ ସଚିବଙ୍କ ସହ ନର୍ସିଂ କର୍ମଚାରୀ ସଂଘର ଆଲୋଚନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଚାକିରୀର ନିୟମିତତା ବଜାୟ ରଖିବାକୁ ସଂଘର ଦାବି

ଭୁବନେଶ୍ୱର : ଓଡିଶା ନର୍ସିଂ କର୍ମଚାରୀ ସଂଘର କର୍ମକର୍ତ୍ତାମାନେ ଶୁକ୍ରବାର ଦିନ ରାଜ୍ୟ ସଚିବାଳୟରେ ସ୍ୱାସ୍ଥ୍ୟ ସଚିବ ଡା. ପ୍ରମୋଦ ମେହେର୍ଦ୍ଧାଙ୍କ ସହ ବହୁବିଧ ସମସ୍ୟା ନେଇ ଆଲୋଚନା କରିଛନ୍ତି । ସ୍ୱାସ୍ଥ୍ୟ ସଚିବ ସଂଘର ଦାବିଗୁଡ଼ିକୁ ଶୁଣିବା ସହ ସେଥିପ୍ରତି ସରକାର ସକରାତ୍ମକ ମନୋଭାବ ପୋଷଣ କରୁଛନ୍ତି ବୋଲି ସୂଚନା ଦେଇଛନ୍ତି । ସେହିପରି  ଠିକା ନର୍ସ, ଏନ୍.ଏଚ୍.ଏମ୍ ନର୍ସ ଏବଂ ନିୟମିତ ନର୍ସମାନଙ୍କ ଚାକିରୀର ବୈଧତାକୁ ବଜାୟ ରଖିବା ସହିତ ସେମାନଙ୍କୁ ସମସ୍ତ ପ୍ରକାର ସରକାରୀ ସୁବିଧା ସୁଯୋଗ ଯୋଗାଇଦେବା ନିମନ୍ତେ ସଂଘ ପକ୍ଷରୁ ଦାବି କରାଯାଇଛି । ଏହା ଉପରେ ମଧ୍ୟ ଡା. ମେହେର୍ଦ୍ଧା ସମ୍ମତି ପ୍ରଦାନ କରିବା ସହିତ ଖୁବ୍ ଶୀଘ୍ର ଏଥିପ୍ରତି ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ନର୍ସିଂ ସଂଘର ସାଧାରଣ ସମ୍ପାଦିକା ପ୍ରଭାତୀ ମହାନ୍ତି ପ୍ରକାଶ କରିଛନ୍ତି ।

ଏକ ପ୍ରେସ୍ ବିବୃତ୍ତି ଜରିଆରେ ଶ୍ରୀମତୀ ମହାନ୍ତି ଜଣାଇଛନ୍ତି ଯେ, ନର୍ସିିଂ ସଂଘର ବହୁବିଧ ଦାବିନେଇ ଆଜି ସ୍ୱାସ୍ଥ୍ୟ ସଚିବ ସଂଘର କର୍ମକର୍ତ୍ତାଙ୍କୁ ଆଲୋଚନା ପାଇଁ ଡାକିଥିଲେ । ସଂଘର ୧୦ଜଣିଆ ପ୍ରତିନିଧି ଦଳ ସ୍ୱାସ୍ଥ୍ୟ ସଚିବ ଡା. ମେହେର୍ଦ୍ଧା, ଯୁଗ୍ମ ସଚିବ ହରିବଲ୍ଲଭ ମିଶ୍ରଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା କାଳରେ ଆର.ଏ.ସି.ପି., ମୂଳ ଦରମାର ବୃଦ୍ଧି, ନିର୍ଦ୍ଧାରିତ ସମୟରେ ଡି.ପି.ସି. ବସାଇବା, ଶିକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଟୁ୍ୟଟରମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ, ଠିକା ଏବଂ ଏନ୍.ଏଚ୍.ଏମ୍. ନର୍ସମାନଙ୍କୁ ନିୟମିତ କରିବା ଏବଂ ଓଆରଭି ଆକ୍ଟ ଉପରେ ଆଲୋଚନା ହୋଇଥିଲା । ଖୁବଶିଘ୍ର  ଏସବୁ ଦାବି ଉପରେ ସରକାର ସକରାତ୍ମକ ମନୋଭାବ ନେଇ କାର୍ଯ୍ୟ କରିବେ ବୋଲି ଡା. ମେହେର୍ଦ୍ଧା ସଂଘର କର୍ମକର୍ତ୍ତାଙ୍କୁ ଦୃଢ ପ୍ରତିଶ୍ରୁତି ଦେଇଥିବା ଶ୍ରୀମତୀ ମହାନ୍ତି ଜଣାଇଛନ୍ତି । ଏହି ଆଲୋଚନା କାଳରେ ସଭାପତି ପ୍ରତିମା ସାମନ୍ତରାୟ, ଯୁଗ୍ମ ସମ୍ପାଦିକା ଆରତି ଖୁଣ୍ଟିଆ, ଅଶ୍ୱିନୀ ଦାସ, ଶିବାନୀ ଦାସ, ସେବତୀ ବେହେରା,  ମାଳତି ତ୍ରିପାଠୀ,  ଝଞ୍ଜାମୟୀ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault