ହେଡଲାଇନସ୍:

ଜାତୀୟ ରାଜପଥରେ ୨ ଚକିଆ ଯାନ ପାଇଁ ହେଲମେଟ୍ ଚେକିଂକୁ କଡାକଡିି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ବାଇକ ପଛରେ  ବସିଥିବା ବ୍ୟକ୍ତି ମଧ୍ୟ ହେଲମଟ୍ ପିନ୍ଧିଛନ୍ତି କି ନାହିଁ ତାର ମଧ୍ୟ ଯାଂଚ କରାଯିବ ।

ରାଉରକେଲା, ବ୍ରହ୍ମପୁର, ସମ୍ବଲପୁର ଓ ବାଲେଶ୍ୱର ଖୁବ୍ଶିଘ୍ର ଛାତ୍ର-ଟ୍ରାଫିକ-ଭଲେଣ୍ଟିୟର କାର୍ଯ୍ୟକ୍ରମ  ।

 ହ୍ୱାଟ୍ସ୍ଆପ୍ ରେ  ହେବ ନିରାପତ୍ତା ପରିଚାଳନା ଗ୍ରୁପ୍, ସାମିଲ ହେବେ ସବୁ ବିଭାଗଅଧିକାରୀ । 

ତିନିମାସ ମଧ୍ୟରେ ସଜାଜ ବିଗିଡି ଯାଇଥିବା ଜାତୀୟ ରାଜପଥ : ମୁଖ୍ୟ ସଚିବ 

ଭୁବନେଶ୍ୱର:  ସହରାଂଚଳ ଅପେକ୍ଷା ଜାତୀୟ ରାଜପଥରେ ଅଧିକ ଦୁର୍ଘଟଣା ଘଟୁଛ  । ତେଣୁ ଜାତୀୟ ରାଜପଥରେ ଚଳପ୍ରଚଳ କରୁଥିବା ୨ ଚକିଆ ଯାନ ପାଇଁ ହେଲମେଟ୍ ଚେକିଂକୁ କଡାକଡି କରାଯିବ  । ବାଇ୍କ୍ ଆରୋହୀଙ୍କ ସମେତ ପଛରେ ବସିଥିବା ବ୍ୟକ୍ତି ମଧ୍ୟ ହେଲମଟ୍ ପିନ୍ଧିଛନ୍ତି କି ନାହିଁ ତାର ମଧ୍ୟ ଯାଂଚ କରାଯିବ ।  ଟ୍ରାଫିକ୍ ନିୟମକୁ ଅଧିକ କଡାକଡି କରାଯିବ  । ୪ ଟି ସହର ଯଥା ବ୍ରହ୍ମପୁର , ସମ୍ବଲପୁର , ରାଉରକେଲା ଓ ବାଲେଶ୍ୱରରେ ଟ୍ରାଫିକ୍  ଭଲ୍ୟୁଂଟିଅର ବ୍ୟବସ୍ଥା କରାଯିବ  । ଏହାକୁ ପରି·ଳନା କରିବା ପାଇଁ ଷ୍ଟେଟ୍ ମ୍ୟାନେଜମେଂଟ ଗ୍ରୁପ୍ ଗଠନ କରାଯିବ । ଏଥିରେ ବିଭିନ୍ନ  ବିଭାଗର ମୁଖ୍ୟ ମାନେ ସାମିଲ ରହିବେ ବୋଲି ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି  । ସେହିପରି ଖରାପ ରାସ୍ତ ଦୁର୍ଘଟଣାର ପ୍ରମୁଖ କାରଣ ହୋଇଥାଏ  । ଭୁବନେଶ୍ୱର ସମେତ ରାଜ୍ୟର ପ୍ରମୁଖ ସହର ଗୁଡିକ ଦେଇ ଯାଇଥିବା ଜାତୀୟ ରାଜପଥ ଗୁଡିକ ଅନେକସ୍ଥାନରେ ଖରାପ ହୋଇପଡିଥିବା ବେଳେ ସେଗୁଡିକୁ  ୩ ମାସ ମଧ୍ୟରେ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ପୂର୍ତ୍ତ ବିଭାଗ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ କଡା ନିର୍ଦ୍ଦେଶ  ଦେଇଛନ୍ତି  ।   

 ଏହି ବୈଠକରେ  ଜିଲ୍ଲାପାଳ, ଏସ୍.ପି.ମାନଙ୍କ ସହ ଭିଡିଓ କନ୍ଫେରେନ୍ସିଂ ଏବଂ ଜିଲ୍ଲାସ୍ତରୀୟ କମିଟି ମାନଙ୍କରୁ ମିଳିଥିବା ପରାମର୍ଶ ଭିତିରେ ନର୍ଦ୍ଧିିଷ୍ଟ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯାଇଥିଲା  ।  ରାସ୍ତା ନିର୍ମାଣ ଜନିତ ବୈଷୟିକ ତ୍ରୁଟି ସଂଶୋଧନ, ବ୍ୟାପକ ସଚେତନତା ସୃଷ୍ଟି, ବେଆଇନ୍ ଭାବେ ରାସ୍ତାର ବିଭାଜକକୁ କାଟୁଥିବା ଲୋକଙ୍କ ବିରୁଦ୍ଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ, କ୍ଷେତ୍ର ଯାଂଚ୍ ଓ ଏନ୍ଫୋର୍ସମେଣ୍ଟ  କାର୍ଯ୍ୟ,ନିୟମ ଉଲଙ୍ଘନ କାରୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ , ରାସ୍ତା ନିରାପ । ସହ ସଂପୃକ୍ତ ବିଭାଗ ମାନଙ୍କ ମଧ୍ୟରେ ନିୟମିତ ସମନ୍ୱୟ ଆଦି ବିଷୟକୁ କାର୍ଯ୍ୟପନ୍ଥାରେ ଗୁରୁତ୍ୱ ଦିଆଯାଇଛି । ଏଥି ନିମନ୍ତେ ଉଭୟ ସ୍ୱଳ୍ପ ଏବଂ ଦୀର୍ଘ-ସୁତ୍ରୀ କାର୍ଯ୍ୟକ୍ରମ ମାନ ସ୍ଥିର କରାଯାଇଛି  । ବୈଷୟିକ ତ୍ରୁଟି ସୁଧାରିବା ନିମନ୍ତେ ସ୍ୱଳ୍ପ-ସୁତ୍ରୀ କାର୍ଯ୍ୟକ୍ରମ ୩ ମାସ ମଧ୍ୟରେ ସାରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ନିଦେ୍ର୍ଧଶ ଦେଇଥିଲେ  । ରାସ୍ତା ନିରାପତ୍ତା ସହ ସଂମ୍ପୃକ୍ତ ବିଭାଗର ମୁଖ୍ୟ ମାନଙ୍କୁ ଏକ ହ୍ୱାଟ୍ସ୍ଆପ୍ ଗ୍ରୁପ୍ ରେ  ସାମିଲ କରି ତୁରନ୍ତ ସୂଚନା ଆଦାନ ପ୍ରଦାନ ସହ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ପରିବହନ, ଜାତୀୟ ରାଜପଥ, ରାସ୍ତା ଓ କୋଠାବାଡି ଏବଂ ପୋଲିସ୍ ବିଭାଗଙ୍କୁ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ନିର୍ଦ୍ଦେଶ  ଦେଇଥିଲେ  । ଏହି ଗ୍ରୁପ୍ ଟ୍ରାନ୍ସପୋର୍ଟ  କମିଶନରଙ୍କ ମାଧ୍ୟମରେ ସଂଯୋଜିତ ହେବ  । ଜାତୀୟ ରାଜପଥର ଉଭୟ ପାଶ୍ୱର୍ରେ ଥିବା ଗ୍ରାମବାସୀ, ନେତ୍ୃବୃନ୍ଦ, ସଂପୃକ୍ତ ଅଂଚଳରେ ଥିବା ବସ୍ ଏବଂ ଟ୍ରକ୍ ମାଲିକ ସଂଘ, ଡ୍ରାଇଭର ସଂଘ ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନ  ଆଦିଙ୍କୁ ସାମିଲ କରି ଜନସଚେତନତା କାର୍ଯ୍ୟକୁ ଅଧିକ ସୁଦୃଢ଼ ଏବଂ ସଘନ କରିବା ନିମନ୍ତେ ମଧ୍ୟ ମୁଖ୍ୟ ଶାସନ ସଚିବ ନିଦେ୍ର୍ଧଶ ଦେଇଥିଲେ  । ରାସ୍ତାର ବିଭାଜକକୁ ବେଆଇନ୍ ଭାବେ କାଟୁଥିବା ଲୋକଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ  ପାଇଁ ପୋଲିସ୍ ବିଭାଗ ଏବଂ ବିଭାଜକ କଟାଯାଇଥିବା ସ୍ଥାନର ତୁରନ୍ତ ମରାମତି ନିମନ୍ତେ ଜାତୀୟ ରାଜପଥ କର୍ତ୍ତୃପକ୍ଷକୁ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ନିଦେ୍ର୍ଧଶ ଦେଇଥିଲେ  ।

ବୈଠକପରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ପରିବହନ  କମିଶନର ମଧୁସୁଦନ ପାଢ଼ୀ କହିଥିଲେ ଯେ ଜାତୀୟ ରାଜପଥ ଏବଂ ରାଜ୍ୟ ରାଜପଥ ସହ ଅନ୍ୟ ରାସ୍ତାର ସଂଯୋଗ ସ୍ଥାନଗୁଡିକ ଦୁର୍ଘଟଣା ଦୃଷ୍ଟିରୁ ସମ୍ବେଦନଶୀଳ ସ୍ଥାନ ଭାବେ ଚିହ୍ନଟ କରାଯାଇଛି  । ତାଛଡା ପୂର୍ବରୁ ମୁଖ୍ୟ ଶାସନ ସଚିବ ଦେଇଥିବା  ନିର୍ଦ୍ଦେଶ ଅନୁସାରେ ଜିଲ୍ଲାପାଳ ମାନେ ଦୁର୍ଘଟଣା ପ୍ରବଣ ସ୍ଥାନ ଚିହ୍ନଟ କରିଛନ୍ତି  । ଏଠାରେ ନିର୍ମାଣଜନିତ ବୈଷୟିକ ତ୍ରୁଟି ସୁଧାରିବା ନିମନ୍ତେ ସ୍ୱଳ୍ପ-ସୁତ୍ରୀ କାର୍ଯ୍ୟ ମାର୍ଚ୍ଚ ମାସ ମଧ୍ୟରେ ଶେଷକରାଯିବ  । ରାସ୍ତାର ବିଭିତ୍ତ ଭାଗରେ ସ୍ପିିଡ୍ ଲିମିଟ୍  ବିଜ୍ଞାପିତ କରାଯାଇ ସୂଚନାଫଳକ ଏବଂ ବିଭିତ୍ତ ସଙ୍କେତ ଲଗାଯିବ  । ରାଉରକେଲା, ବ୍ରହ୍ମପୁର, ସମ୍ବଲପୁର ଏବଂ ବାଲେଶ୍ୱର ଆଦି ସହରରେ ଛାତ୍ର-ଟ୍ରାଫିକ-ଭଲେଣ୍ଟିୟର୍ କାର୍ଯ୍ୟକ୍ରମ ଆରମ୍ଭ କରାଯାଉଛି  । ଆଗାମୀ ଦିନରେ ଅନ୍ୟାନ୍ୟ ବଡ ବଡ ସହରରେ ମଧ୍ୟ ଏହି ବ୍ୟବସ୍ଥା କରାଯିବ, ଫଳରେ ଛାତ୍ର ଛାତ୍ରୀମାନେ ରାସ୍ତା-ନିରାପତା କାର୍ଯ୍ୟରେ ଏକ ଅଂଶୀଦାର ଭାବେ ସାମିଲ ହୋଇପାରିବେ  ।

ଶ୍ରୀ ପାଢ଼ୀ ଆହୁରି ମଧ୍ୟ କହିଥିଲେ ଯେ ବାଲେଶ୍ୱର ଠାରୁ ଲକ୍ଷ୍ମଣନାଥ ମଧ୍ୟରେ ଥିବା ଜାତୀୟ ରାଜପଥର ଉଭୟ ପାଶ୍ୱର୍ରେ କରାଯାଇଥିବା ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଯୋଗୁ ଏହି ରାସ୍ତାରେ ଦୁର୍ଘଟଣା ବହୁ ପରିମାଣରେ କମାଯାଇ ପାରିଛି  । ସେହିପରି କାର୍ଯ୍ୟକ୍ରମ ଅନ୍ୟାନ୍ୟ ଜାତୀୟ ରାଜପଥ ଏବଂ ମୁଖ୍ୟ ରାଜ୍ୟ ରାଜପଥ ମାନଙ୍କରେ କରାଯିବ  । ଜାତୀୟ ରାଜପଥ ଏବଂ ରାଜ୍ୟ ରାଜପଥ ସହ ସଂଯୋଗ କରୁଥିବା ରାସ୍ତା ଗୁଡିକ ସଂଯୋଗ ସ୍ଥାନରେ ଥିବା ବୈଷୟିକ ତ୍ରୁଟି ସଂଶୋଧନ କରାଯିବ  । ଏଣିକି ରାସ୍ତା ନିର୍ମାଣ କରୁଥିବା ବିଭାଗର ମୁଖ୍ୟ ଯନ୍ତ୍ରୀମାନେ ରାସ୍ତା ନିର୍ମାଣର ଡିଭାଇନ୍ ଜାତୀୟ ରାଜକପଥ କର୍ତ୍ତୃପକ୍ଷଙ୍କୁ ଜଣାଇ ସଂଯୋଗ ସ୍ଥାନର ନିର୍ମାଣ କୌଶଳ ସ୍ଥିର କରିବେ  ।  ପୂର୍ତ୍ତ ବିଭାଗ ଶାସନ ସଚିବ ନଳିନୀକାନ୍ତ ପ୍ରଧାନ, କ୍ରାଇମ୍ ବ୍ରାଂଚ୍ ଅତିରିକ୍ତ ପୋଲିସ୍ ମହାନିଦେ୍ର୍ଧଶକ ସନ୍ତୋଷ କୁମାର ଉପାଧ୍ୟାୟ, ଜାତୀୟ ରାଜପଥ କର୍ତ୍ତୃପକ୍ଷର ମୁଖ୍ୟ ସାଧାରଣ ପରି·ଳକ ଧର୍ମାନନ୍ଦ ଷଢ଼ଙ୍ଗୀଙ୍କ ସମେତ ସଂପୃକ୍ତ ବିଭାଗର ବରିÂଧିକାରୀ ଏବଂ ଯନ୍ତ୍ରୀମାନେ ବୈଠକର  ଆଲୋଚନାରେ ଅଂଶଗ୍ରହଣ କରିଥିଲେ  ।

0
0
0
s2sdefault