ହେଡଲାଇନସ୍:

ଅଲେଖ ମନୋରଞ୍ଜନ ଏକାଡେମୀର "ମୁଁ ବି ଚିତ୍ରକର" କାର୍ଯ୍ଯକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

  ବାସୁଦେବପୁର - ଅଲେଖ ମନୋରଞ୍ଜନ ଏକାଡେମୀ,ବାସୁଦେବପୁର ରେ ମୁଁ ବି ଚିତ୍ରକର ହେବୀ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଯାଇଛି।ମୁଖ୍ୟ ଅତିଥି ଭାବେ ବାସୁଦେବପୁର ଆଇ ଆଇ ସି ଲୋପା ମୁଦ୍ରା ନାୟକ, ମୁଖ୍ୟ ବକ୍ତା ଭାବେ ଅମିୟ କୁମାର ମହାଳିକ ଏ ବି ଇ ଓ ବାସୁଦେବପୁର, ସମ୍ମାନିତ ଅତିଥି ସମାଜସେବୀ ଜୟ ପ୍ରକାଶ ମଲ୍ଲିକ, ଅଧ୍ୟାପକ ରାଜ କିଶୋର ରାୟ ଯୋଗ ଦେଇ ଥିଲେ। ଅନୁଷ୍ଠିତ ସଭା କାର୍ଯ୍ଯ କ୍ରମ ରେ  ପରିଚାଳନା ଅଧ୍ୟାପକ ଦିବ୍ୟ ସୁନ୍ଦର ମହାକୁଡ, କରିଥିବା ବେଳେ ଅଲେଖ ମନୋରଞ୍ଜନ ଏକାଡେମୀ ର ଅଧ୍ୟକ୍ଷ ଅଲେଖ ପରିଡା ଉପସ୍ଥିତ ରହି ଥିଲେ।ପ୍ରତିଯୋଗୀ ମାନଙ୍କୁ ନେଇ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଥିଲା।

ସତୁରୀ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ସମସ୍ତ ଙ୍କୁ ମାନ ପତ୍ର ସହ ଉପହାର ପ୍ରଦାନ କରାଯାଇଛି। ସତୁରୀ ଜଣ ଙ୍କ ମଧ୍ୟ ରୁ ପ୍ରଥମ ଛଅ ଜଣ ଙ୍କୁ ପରବର୍ତ୍ତୀ ସମୟରେ ସମ୍ବର୍ଦ୍ଧିତ କରାଯିବ ବୋଲି ସୂଚନା ଦେଇଛନ୍ତି ଅଧ୍ୟକ୍ଷ ଆଲେଖ ପରିଡା।ସହୋଜଗ  ପିତାମ୍ବର ସାମଲ , ସୂର୍ଯ୍ୟ କାନ୍ତ ରାଉତ, ଏଞ୍ଜେଲିନା ଦାସ, ବର୍ଷା ପ୍ରିୟଦର୍ଶିନୀ ନାୟକ, ସୋନାଲି ଜେନା, ସାଲିନା ନାୟକ କରିଥିବା ବେଳେ ବିଚାର ପତି ଅଧ୍ୟାପକ ସଞ୍ଜୟ କୁମାର ଜେନା, ଦିବ୍ୟ ସୁନ୍ଦର ମହାକୁଡ, ସୁରେଶ ନାୟକ ଉପସ୍ଥିତ ରହି ଥିଲେ।

0
0
0
s2sdefault