ହେଡଲାଇନସ୍:

 ଜାତୀୟ ସ୍ତରର ଖୋଖୋ ଟିମରେ ପ୍ରତିନିଧିତ୍ୱ କରିଥିବା ଖେଳାଳୀଙ୍କୁ ସମ୍ବର୍ଦ୍ଧନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ବଲାଙ୍ଗିରରୁ ନିରୋଜ ମିଶ୍ର :ଗତ ୨୭ ରୁ ୩୦ ତାରିଖ ପର୍ଯ୍ୟନ୍ତ ମହାରାଷ୍ଟ୍ରର ସାଙ୍ଗଲୀ ଠାରେ ସ୍କୁଲ ଗେମ୍ ଫେଡେରେସନ ଅଫ୍ ଇଣ୍ଡିଆ ପକ୍ଷରୁ ଆୟୋଜିତ ଜାତୀୟ ପ୍ରତିଯୋଗୀତାର ସବ ଜୁନିଅର ଖୋଖୋ ଖେଳରେ ଓଡିଶାକୁ ବ୍ରୋଞ୍ଜ ପଦ ମିଳିବା ସହ ଜାତୀୟ ସ୍ତରରେ ତୃତୀୟ ହେବାର ସୌଭାଗ୍ୟ ଲାଭ କରିଛି । ଏହା ପୂର୍ବରୁ ବାଲେଶ୍ୱର ଜିଲ୍ଲାରେ ଅନୁଷ୍ଠିତ  ରାଜ୍ୟ ସ୍ତରୀୟ ପ୍ରତିଯୋଗୀତାରେ ବଲାଙ୍ଗିର ଜିଲ୍ଲାକୁ ଉପ ବିଜେତା କରାଇଥିଲେ ।  ଉକ୍ତ ଜାତୀୟ ସ୍ତରୀୟ ପ୍ରତିଯୋଗୀତାକୁ ପ୍ରତିନିଧିତ୍ୱ କରୁଥିବା ଓଡିଶା ଟିମ୍ ରେ ବଲାଙ୍ଗିର ର ଗଇଁତଳା ଉନ୍ନିତ ଉଚ୍ଚ ବିଦ୍ୟାଳୟର ଦିପ୍ତୀପ୍ରିୟା ନାଗ, ଅଷ୍ଟମୀ ରାଉତ ଏବଂ ନଅଗାଁ(ଖ) ଉଚ୍ଚ ବିଦ୍ୟାଳୟର  ନମିତା ପଧାନ ରହିଛନ୍ତି । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟଠାରେ  ଜିଲ୍ଲା ଶିକ୍ଷାଅଧିକାରୀ ସୁବୋଧ କୁମାର ଦାଶ, ଶାରୀରିକ ଶିକ୍ଷା ନିରୀକ୍ଷକ ଜ୍ୟୋତିପ୍ରସାଦ ପରିଡା, କ୍ରୀଡା ପ୍ରଶିକ୍ଷକ ପଦ୍ମଚରଣ ଦାଶ, ସଇଁତଳା ବିଇଓ ଫ୍ଲୋରା ଗୁରିଆ, ସୀତାରାମ ପଧାନ, ସସ୍ମିତା ଗଡତ୍ୟା, ବୁଦ୍ଧିରାଜ ବିଶ୍ୱାଳ, ହେମନ୍ତ ପଧାନ, ମୁଖ୍ୟ କିରାଣୀ ରାଧାକାନ୍ତ ମାଝୀ, ସରୋଜ କୁମାର ନାଗ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।

0
0
0
s2sdefault