ଜିଲାପାଳଙ୍କ ନିର୍ଦ୍ଦେଶକୁ  ୨୭ ଦିନ ପୁରିଲା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଜମୁନାଗଡ଼ବାସୀଙ୍କ ଦୁଃଖ ବୁଝିବାକୁ ତହସିଲଦାରଙ୍କ ସମୟ ହେଲା ନାହିଁ

ବାରିପଦା/ dillip mohanty :  ମୟୂରଭଞ୍ଜ ଜିଲା ଯଶିପୁର ବ୍ଲକ ଅଧୀନରେ ରହିଥିବା ଶିମିଳିପାଳ ଅଭୟାରଣ୍ୟର କୋର ଅଞ୍ଚଳରେ ଥିବା ଯମୁନାଗଡ଼ ରାସ୍ୱଗ୍ରାମରୁ ୧୯୮୫ଠାରୁ ଜିଲାପ୍ରଶାସନ ପକ୍ଷରୁ ସରକାରଙ୍କ ବିସ୍ଥାପନ ଓ ଥଇଥାନ ନୀତି ଅନୁସାରେ କ୍ଷତି ପୂରଣ ଓ ଥଇଥାନ ନୀତି ଲାଗୁ କରାନ ଯାଇ ବିସ୍ଥାପିତ ହୋଇ ଯାଯାବର ଜୀବନ ଯାପନ କରିଆସୁଥିବା ୬୭ ପରିବାରର ଶତାଧିକ ସଦସ୍ୟଙ୍କୁ  ଥଇଥାନ କରାଇବା ପାଇଁ ନିକଟରେ ଡ଼ିଶା ଉଚ୍ଚ ନ୍ୟାୟାଳୟ ପକ୍ଷରୁ ମୟୂରଭଞ୍ଜ ଜିଲାପାଳଙ୍କୁ ନିର୍ଦ୍ଦେଶ ଆସିବା ସତ୍ତ୍ୱେ ତାହାକୁ କାର୍ଯ୍ୟକାରୀ କରିବାରେ ପ୍ରଶାସନ ଆବଶ୍ୟକ ଆନ୍ତରିକତା ଦେଖାଉନାହିଁ |  ଭିଟାମାଟି ଠାରୁ ଅଲଗା ଯାଯାବର ଜୀବନ biମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଯଶିପୁର ତହସିଲଦାରଙ୍କୁ ଜାରି କରାଯାଇଥିବା ନିର୍ଦ୍ଦେଶନାମାକୁ ୨୭ ଦିନ ପୂରଣ ହୋଇଥିଲେ ମଧ୍ୟ ଯଶିପୁର ତହସିଲଦାର ଏହାକୁ ଫୁ  ମାରି ଉଡ଼ାଇ ଦେଇଥିବା ବିଷୟକୁ ନେଇ ଅଭିଯୋଗ ଆସିଛି । ଫଳରେ ଯମୁନାଗଡ଼ରୁ ବିସ୍ଥାପିତ ହୋଇଥିବା ୬୭ ପରିବାର ମଧ୍ୟରୁ ପ୍ରାୟ ୪୦ ସଦସ୍ୟ ଆଜି ମୟୂରଭଞ୍ଜ ଜିଲାପାଳ ସୁରେନ୍ଦ୍ର କୁମାର ମୀନାଙ୍କୁ ସାକ୍ଷାତ କରି ନିଜର ଦୁଃଖ କାହାଣୀ ଶୁଣାଇବା ନିମନ୍ତେ ପ୍ରାୟ ସାଢେ଼ ୫ ହଜାର ଟଙ୍କାରୁ ଅଧିକ ଖର୍ଚ୍ଚାନ୍ତ ହୋଇ ବାରିପଦା କାର୍ଯ୍ୟାଳୟରେ ପହଁଞ୍ଚିଥିଲେ । ମାତ୍ର ଜିଲାପାଳ ଶ୍ରୀମୀନା କାର୍ଯ୍ୟାଳୟରେ ଉପସ୍ଥିତ ନ ଥିବାରୁ ସେମାନଙ୍କୁ ଘଣ୍ଟାଘଣ୍ଟା ଧରି ଅପେକ୍ଷା କରି ଶେଷରେ ଅତିରିକ୍ତ ଜିଲାପାଳ ଗଙ୍ଗାଧର ନାୟକଙ୍କୁ ସାକ୍ଷାତ କରିଥିଲେ । ଅତିରିକ୍ତ ଜିଲାପାଳ ଶ୍ରୀନାୟକ ସଂଗେସଂଗେ ଯଶିପୁର ତହସିଲଦାର ନେହେରୁ ମାଝିଙ୍କୁ ଫୋନ କରି ତାଗିଦ କରାଇଥିଲେ ଏବଂ ଯଥା ଶୀଘ୍ର ପଦକ୍ଷେପ ଗ୍ରହଣ କରିବାକୁ ନିଦ୍ଦେଶ ଦେଇଥିଲେ । 

 ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ଆଇନଜୀବୀ ସୁଶୀଳ ପାତ୍ର ଜମୁନାଗଡ଼ରୁ ବିସ୍ଥାପିତ ହୋଇଥିବା ୬୭ ପରିବାରଙ୍କୁ ନ୍ୟାୟ ପ୍ରଦାନ ନିମନ୍ତେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇ ମୟୂରଭଞ୍ଜ ଜିଲାପାଳଙ୍କୁ ପକ୍ଷଭୁକ୍ତ କରାଇ ଡ଼ବ୍ଲୁ୍ୟପିସି ୨୦୬୨୫/୨୦୧୭ରେ ଏକ ରିଟ ଆବେଦନ ଦାଖଲ କରିଥିଲେ ଏବଂ ନ୍ୟାୟାଳୟ ପକ୍ଷରୁ ମୟୂରଭଞ୍ଜ ଜିଲାପାଳଙ୍କୁ ଯମୁନାଗଡ଼ରୁ ବିସ୍ଥାପିତ ହୋଇଥିବା ୬୭ ଭୂମିହୀନ ହୋଇ ଯାଯାବର ଭାବେ ଜୀବନ ବିତାଉଥିବା ୬୭ ପରିବାରଙ୍କୁ ଯଥା ଶୀଘ୍ର ଥଇଥାନ କରାଇବା ନିମନ୍ତେ ନିଦେ୍ର୍ଧଶ ଆସିବା ପରେ ଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଦେଶନାମାକୁ ୁ କାର୍ଯ୍ୟକାରୀ କରାଯିବା ପାଇଁ  ଯଶିପୁର ତହସିଲଦାରଙ୍କୁ ପତ୍ର ସଂଖ୍ୟା ୬୫୬/୦୬.୧୨.୨୦୧୭ରେ ଏକ ନିଦ୍ଦେଶନାମା ଜାରି କରାଯାଇଛି । ଏଥିରେ ଯଶିପୁର ତହସିଲଦାର କଣ ପଦକ୍ଷେପ ଗ୍ରହଣ କଲେ ସେ ସମ୍ପର୍କରେ ସବିଶେଷ ତଥ୍ୟ ଜିଲାପାଳଙ୍କ ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶ ରହିଥିବା ବେଳେ କାର୍ଯ୍ୟରେ ତାଙ୍କ ବିରୋଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରାଯିବ ବୋଲି ମଧ୍ୟ ପତ୍ରରେ ଉଲ୍ଲେଖ ରହିଥିଲେ ମଧ୍ୟ ଏହାଉପରେ ଯଶିପୁର ତହସିଲଦାର ଅଦ୍ୟାବଧି କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି । ଏହାପୂର୍ବରୁ ମୟୂରଭଞ୍ଜର ଲୋକ ପ୍ରିୟ ଜିଲାପାଳ ଭାବେ ଜଣାଶୁଣା ରାଜେଶ ପ୍ରଭାକର ପାଟିଲ ମଧ୍ୟ ଯଶିପୁର ତହସିଲଦାରଙ୍କୁ ନିଦେ୍ର୍ଧଶ ଦେଇଥିଲେ ମଧ୍ୟ ତହସିଲଦାର ଉକ୍ତ ଆଦେଶନାମାକୁ ମଧ୍ୟ ଅଣଦେଖା କରିବାକୁ ପଛାଇ ନ ଥିଲେ  ବୋଲି ଅଭିଯୋଗ ଆଣିଛନ୍ତି ବିସ୍ଥାପିତ କହ୍ନେଇ ମହାକୁଡ଼ । ୧୯୮୫ଠାରୁ ଆଜି ପର୍ଯ୍ୟନ୍ତ ଯାଯାବର ଭାବେ ଦୁଃଖକଷ୍ଟ ସମ୍ଭାଳି କପଣ୍ଡ, ମଣଦା ଓ ନହଣାବାରିଆ ଆଦି ସ୍ଥାନରେ ଥିବା ଗୋଚର ଓ ସରକାରୀ ଜମିରେ ଜବରଦସ୍ତ ଭାବେ ଘର କରି ରହିଆସୁଛେ । ଆମକୁ ମଧ୍ୟ ସରକାର କେତେବେଳେ ସେଠାରୁ ବିତାଡ଼ିତ କରାଇ ଦେବାର ସମ୍ଭାବନା ରହିଥିବାରୁ ସଦାସର୍ବଦା ଭୟଭିତ ହୋଇ ରହିଛୁ । ଅଧିକାଂଶ ପିଲା ମଧ୍ୟ ପାଠପଢ଼ାଠାରୁ ବଞ୍ଚିତ ହୋଇଛନ୍ତି । ସରକାରଙ୍କ ଖାଦ୍ୟ ସୁରକ୍ଷା ଆଇନରେ ମିଳୁଥିବା ରେଶନ ସାମଗ୍ରୀରୁ ମଧ୍ୟ ଅର୍ଦ୍ଧାଧିକ ବାଦ ପଡ଼ିଯାଇଛନ୍ତି । ଏହି ଭଳି ଯାଯାବର ଭାବେ ଆଉ କେତେଦିନ ରହିବୁ । ଯଶିପୁର ତହସିଲଦାରଙ୍କ ଉପରେ ଆସ୍ଥା ହରାଇ ବସିଛୁ ବୋଲି କହ୍ନେଇ ମହାକୁଡ଼ ଆମର ମୟୂରଭଞ୍ଜ ଜିଲାପ୍ରତିନିଧିଙ୍କୁ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ବିଶେଷ ସାକ୍ଷାତ ସୂଚନା ଦେଇଥିବା ବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଉପରେ ଆସ୍ଥା ରହିଛି କି ନାହିଁ ପ୍ରଶ୍ନର ଉତ୍ତରରେ ଆସ୍ଥା କାହା ଉପରେ ରଖାଯାଇ ଥାଇ ଥାଏ ବୋଲି ପାଲଟା ପ୍ରଶ୍ନ କରିଥିଲେ କହ୍ନେଇ ମହାକୁଡ଼ । ୮୫ ମସିହାରୁ ଆଜିପର୍ଯ୍ୟନ୍ତ ୬୭ ପରିବାର ବିସ୍ଥାପିତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନଙ୍କ ସମୟରୁ ବାରମ୍ବାର ଆନେ୍ଦାଳନ ବିକ୍ଷୋଭ କରାଯାଇ ଆସୁଛି । ଏହା କଣ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପହଁଞ୍ଚିପରୁ ନ ଥିଲା ବୋଲି ଉପସ୍ଥିତ ପ୍ରାୟ ୪୦ରୁ ଅଧିକ କ୍ଷତିଗ୍ରସ୍ତ ପରିବାରର ସଦସ୍ୟମାନେ ଏକ ସ୍ୱରରେ ଉତ୍ତର ଦେଇଥିଲେ । ଆଜି ଅତିରିକ୍ତ ଜିଲାପାଳ ଶ୍ରୀନାୟକଙ୍କୁ ସାକ୍ଷାତ କରି ନିଜର ଅଭିଯୋଗ ପତ୍ର ପ୍ରଦାନ କରିବା ସମୟରେ କୃଷ୍ଣ ଚନ୍ଦ୍ର ନାଏକ, କରମ ଚାନ୍ଦ ନାଏକ, ମାତା ବେହେରା, ଭିମ ଚରଣ ନାଏକ, ଦୁର୍ଯ୍ୟୋଧନ ନାଏକ, ଗୋରା ଚାନ୍ଦ ପାତ୍ର, ପର୍ଶୁରାମ ନାଏକ, ଅଶୋକ ପାତ୍ର, କୁଅଁର ନାଏକ, ପୂର୍ଣ୍ଣ ଚନ୍ଦ୍ର ନାଏକ, ଅଭି ମହାକୁଡ଼, ରାଜନ ନାଏକ, ସୁନା ଫୁଲ ନାଏକ, ଶୂର୍ଯ୍ୟମଣି ନାଏକ, ସାହାଳା ନାଏକ, ସେବତୀ ପାତ୍ର, ଲେମ୍ବ ତିରିଆ, ନୀରା ନାଏକ, ବାଲମା ସିଦୁ କୌତୁକ ପାତ୍ର ପ୍ରମୁଖ ୪୦ରୁ ଅଧିକ ବିସ୍ଥାପିତ ଉପସ୍ଥିତ ରହିଥିଲେ । ଯଶିପୁର ତହସିଲଦାର ନେହେରୁ ମାଝିଙ୍କୁ ତାଙ୍କର ସେଲ ନମ୍ବର ୯୪୩୮୫୪୪୯୪୯ରେ ଯୋଗାଯୋଗ କରିବାରୁ ଆର୍ ଆଇ  ପଠାଇ ଜମି ଖୋଜା ଚାଲିଛି ଓ ଜିଲାପାଳଙ୍କୁ ଅଭିଯୋଗ କରିବାକୁ ଯାଇଥିବା ଲୋକମାନଙ୍କୁ ତାଙ୍କ ନିକଟକୁ ପଠାଇ ଦେବାକୁ କହିଥିଲେ ତହସିଲଦାର ଶ୍ରୀମାଝି ।

                      

0
0
0
s2sdefault