ବାଳାଶ୍ରମରେ ପିଲାଙ୍କ ସହ ନୂଆ ବର୍ଷ ପାଳିଲେ ବିଧାୟକ ଓ ଜିଲ୍ଲାପାଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆ ବର୍ଷରେ ପ୍ରଶାସନ ପକ୍ଷରୁ କମ୍ୱଳ ବଣ୍ଟନ ।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମ୍ମଳନୀ କକ୍ଷ ଓ କ୍ୟାଣ୍ଟିନ୍ ଉଦ୍ଘାଟିତ

ଯାଜପୁରରୁ ଜୟଶଙ୍କର ଦାଶ : ନୂଆ ବର୍ଷକୁ ବିଭିନ୍ନ ଭାବରେ ବିଭିନ୍ନ ବ୍ୟକ୍ତି ବିଶେଷ ପାଳନ କରିଥାନ୍ତି ।  ସେମିତି ନିଆରା ଢଙ୍ଗରେ ନୂଆ ବର୍ଷ ୨୦୧୮ କୁ ପାଳନ କରିଚ୍ଥନ୍ତି ଯାଜପୁର ବିଧାୟକ ଓ ଜିଲ୍ଳ୍ା ପ୍ରଶାସନ ।  ବିଧାୟକ ପ୍ରଣବ ପ୍ରକାଶ ଦାସ, ଜିଲ୍ଲାପାଳ ରଂଜନ କୁମାର ଦାସ, ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଳ, ପ୍ରକଳ୍ପନିର୍ଦ୍ଦେଶକ  ବ୍ରଜ ଗୋପାଳ ଆଚାର୍ଯ୍ୟ, ଊପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର, ଜିଲ୍ଲା ରେଡକ୍ରସର ସଦସ୍ୟ ମନ୍ମଥ କୁମାର ମହାରଣା, ତାରିଣୀ ପଟ୍ଟନାୟକ, କିଶୋର ନ୍ୟାୟ ପରିଷଦର ସଭ୍ୟ ହୃଷିକେଶ  ପଣ୍ଡା ପ୍ରମୁଖ ବାଳାଶ୍ରମରେ ପହଞ୍ଚି ବାଳାଶ୍ରମ ପିଲା ମାନଙ୍କ ସହ ନୂଆ ବର୍ଷ ପାଳନ କରିଥିଲେ ।  ପ୍ରତ୍ୟେକ ପିଲାଙ୍କୁ ପୁଷ୍ପ ଗୁଚ୍ଚ୍ଥ  ଓ ମିଷ୍ଟାନ୍ନ ପ୍ରଦାନ କରାଯାଇଥିଲା ।  ପିଲା  ମାନଙ୍କ ସହ ନୂଆ ବର୍ଷ ପାଳନ ଏକ ନିଆରା ଅନୁଭବ ।  ସେମାନେ ପରିବାର ଠାରୁ ଦୂରେଇ ରହୁଚ୍ଥନ୍ତି, ଏପରିକି ଅନେକଙ୍କ ପରିବାର ମଧ୍ୟ ନାହିଁ ।  ତେଣୁ ଏହି ବାଳାଶ୍ରମ ପିଲାଙ୍କ ମୁହଁରେ ହସ ଟିକେ ଭରିବା ଆମର ଉଦ୍ଦେଶ୍ୟ  ବୋଲି ଊପରୋକ୍ତ ବ୍ୟକ୍ତି ବିଶେଷ ମତ ଦେଇଥିଲେ ।  ଏହି ଅବସରରେ ବିଧାୟକ ଓ ପ୍ରଶାସନିକ ଅଧିକାରୀ ମାନେ ବାଳାଶ୍ରମ ପରିସର ବୁଲି ଦେଖିବା ସହ ନୂତନ ଭାବେ କାର୍ଯ୍ୟକାରୀ ହେଊଥିବା ସ୍ୱତନ୍ତ୍ର ପୋଷ୍ୟ  ସନ୍ତାନ ଗ୍ରହଣ କେନ୍ଦ୍ରରେ ରହୁଥିବା ୪ ଜଣ ପିତୃ ମାତୃ ହୀନ ଶିଶୁଙ୍କୁ ଦେଖିଥିଲେ ।  ବାଳାଶ୍ରମର ବିଭିନ୍ନ ଅଭାବ ଅସୁବିଧାକୁ ଦୂର କରାଯିବା ସହ ଭିତ୍ତିଭୂମୀ ବିକାଶ ତ୍ୱରାନ୍ୱିତ ପ୍ରକ୍ରିୟାରେ କରାଯିବ ବୋଲି ବିଧାୟକ ଓ ଜିଲ୍ଲାପାଳ ମତ ଦେଇଥିଲେ ।  ବାଳାଶ୍ରମ ତତ୍ତ୍ୱାବଧାରିକା ଆଦ୍ୟା ଊପାସନା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । 

ନୂଆ ବର୍ଷ ଅବସରରେ ବିରଜା ମନ୍ଦିର ଓ ଜଗନ୍ନାଥ ମନ୍ଦିରରେ ଭିକ୍ଷା ବୃତ୍ତି କରୁଥିବା ଅସହାୟ ଲୋକ ମାନଙ୍କୁ ଜିଲ୍ଲା  ପ୍ରଶାସନ ପକ୍ଷରୁ କମ୍ୱଳ ବିତରଣ କରାଯାଇଚ୍ଥି ।  ସୋମବାର ନୂଆ  ବର୍ଷରେ ଜିଲ୍ଲାପାଳ ଶ୍ରୀ  ଦାସ,  ପ୍ରକଳ୍ପ ନିର୍ଦ୍ଦେଶକ  ବ୍ରଜ ଗୋପାଳ ଆଚାର୍ଯ୍ୟ, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ତହସିଲଦାର ଲକ୍ଷ୍ମୀକାନ୍ତ ମିଶ୍ର, ଜିଲ୍ଲା  ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ପ୍ରମୁଖ ବିରଜା ମନ୍ଦିର ଓ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ଏହି କମ୍ୱଳ ଗୁଡିକୁ ବଣ୍ଟନ କରିଥିଲେ ।ସେହିପରି  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନୂତନ ସମ୍ମଳନୀ କକ୍ଷ ଓ କ୍ୟାଣ୍ଟିନ୍  ଶୁଭ ଉଦ୍ଘାଟନ ନୂତନ ବର୍ଷ ଅବସରରେ ହୋଇଯାଇଚ୍ଥି ।  ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ଜିଲ୍ଲାପାଳ ରଂଜନ କୁମାର ଦାସ ଏହାକୁ ଉଦ୍ଘାଟନ କରିବା ସହ ସମ୍ମିଳନୀ କକ୍ଷଟି ବହୁବିଧ ବୈଠକ ଓ ଗୁରୁତ୍ୱପୂର୍ଣ୍ଣ  କାର୍ଯ୍ୟ ପରିଚାଳନାରେ ସହାୟକ ହେବ ବୋଲି କହିଥିଲେ ।  ସେହିପରି କ୍ୟାଣ୍ଟିନ କାର୍ଯ୍ୟକ୍ଷମ ହେବା ଦ୍ୱାରା ବିଭିନ୍ନ କାର୍ଯ୍ୟାଳୟର ଅଧିକାରୀ, କର୍ମଚାରୀ ଓ  ସାଧାରଣ ଲୋକ ମାନଙ୍କ ଖାଇବା  ସମସ୍ୟାକୁ ଦୂର କରାଯାଇପାରିବ ।  ବିଶେଷ କରି କର୍ମଚାରୀ ବା ଅଧିକାରୀ ମାନେ ବିଭିନ୍ନ ସ୍ଥାନକୁ ଯାଇ ଖାଇବା ଦ୍ୱାରା କାର୍ଯ୍ୟାଳୟ ସମୟ ମଧ୍ୟ ବରବାଦ ହେଉଥିଲା ।  ଖାଦ୍ୟ ମଧ୍ୟ ମାନ ଦୃଷ୍ଟିରୁ ନିରାପଦ ନ ଥିଲା ।  ତେଣୁ ବର୍ତ୍ତମାନ ଏହି କ୍ୟାଣ୍ଟିନ ହେବାଦ୍ୱାରା ଉତ୍ତମ ଖାଦ୍ୟ ସହ ସମୟ, ଅର୍ଥ ଅପଚୟକୁ ରୋକାଯାଇପାରିବ ବୋଲି ସେମାନେ କହିଥିଲେ ।

  ଅପର ପକ୍ଷରେ ଜିଲ୍ଲାର ବିକାଶ ଓ ଉନ୍ନତି ପାଇଁ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କର ଅବଦାନ ଗୁରୁତ୍ୱପୂର୍ଣ୍ଣ ।  ତେଣୁ ସେମାନଙ୍କୁ ମୈାଳିକ ସୁବିଧା ଓ ଭିତ୍ତିଭୂମି ଯୋଗାଇ ଦେବାର ସମସ୍ତ ବ୍ୟବସ୍ଥା କରାଯାଊଚ୍ଥି ବୋଲି ବିଧାୟକ ଶ୍ରୀ ଦାସ ସୂଚନା ଦେଇଥିଲେ ।  ଶ୍ରୀ ଦାସ ବିସ୍ତୃତ ସୂଚନା ଦେଇ କୁସୁମା ପୋଖରୀ ନିକଟରେ ପ୍ରଶାସନିକ ଏନକ୍ଳେଭ ବିଲ୍ଡିଂ ନିର୍ମାଣ ପାଇଁ ବ୍ୟବସ୍ଥା ହୋଇଚ୍ଥି ବୋଲି କହିଥିଲେ ।  ଏହି ଏନକ୍ଳେଭ ବିଲ୍ଡିଂରେ ନୀତି ଓ କିର୍ତ୍ତୀ ସୈାଧ ନାମରେ ଦୁଇଟି ସୈାଧ କାର୍ଯ୍ୟ କରିବ ।  ନୀତି ସୈାଧରେ ବିଭିନ୍ନ ବିଭାଗର ଜିଲ୍ଲା  ମୁଖ୍ୟାଳୟ କାର୍ଯ୍ୟ କରିବ ।  ସେହିପରି  କିର୍ତ୍ତୀ ସୈାଧରେ  ଶିଳ୍ପାନୁଷ୍ଠାନର କାର୍ଯ୍ୟାଳୟ କାର୍ଯ୍ୟ କରିବ ।  ଯାହା ପଂଳରେ ବିଭିନ୍ନ କାର୍ଯ୍ୟ ଓ ଯୋଜନାର ସପଂଳତା ତ୍ୱରାନ୍ୱିତ ହେବ ।  ବିଭିନ୍ନ ବିଭାଗର ମୁଖ୍ୟ ବା ଶିଳ୍ପାନୁଷ୍ଠାନର ମୁଖ୍ୟ ମାନେ ଜିଲ୍ଲା  କାର୍ଯ୍ୟାଳୟକୁ ଆସିଲେ ସେମାନେ ବସା ଉଠା କରିବା ବା  ଅପିଂସ କାର୍ଯ୍ୟ କରିବା ପାଇଁ ଅସୁବିଧାର ସମ୍ମୁଖୀନ  ହେଉଚ୍ଥନ୍ତି ।  ଏହାଦ୍ୱାରା ସେମାନଙ୍କୁ ଉପଯୁକ୍ତ ବସିବା ସ୍ଥାନ ଯୋଗାଯିବା ସହ କାର୍ଯ୍ୟ ତ୍ୱରାନ୍ୱିତ କରାଯାଇ ପାରିବ ବୋଲି ଶ୍ରୀ ଦାସ କହିଥିଲେ ।  ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଳ, ପ୍ରକଳ୍ପନିର୍ଦ୍ଦେଶକ  ଶ୍ରୀ ଆଚାର୍ଯ୍ୟ, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ଜିଲ୍ଲା  ସୂଚନା ବିଜ୍ଞାନ ଅଧିକାରୀ ସୁଧାଂଶୁ ଶତପଥୀ,ଜିଲ୍ଲା  ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଡେପୁଟୀ କଲେକ୍ଟର ମଂଜୁଲତା ମଲ୍ଲିକ,  ସହକାରୀ ଜିଲ୍ଲାପାଳ  କୁଳମଣି ନାୟକ, ଅନୁପ କୁମାର ବେହେରା, ତିଳୋତ୍ତମା ପୃଷ୍ଟି, ରାଜଲକ୍ଷ୍ମୀ ନାୟକ, ଉମେଶ ଚନ୍ଦ୍ର ଲେଙ୍କା, ଜିଲ୍ଲା  ପଞ୍ଚାୟତ ଅଧିକାରୀ ଅଶୋକ ସେଠୀ, ଜିଲ୍ଲାପାଳ  ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର, କାର୍ଯ୍ୟାଳୟ ଅଧିକ୍ଷକ ନକୁଳ ମଲ୍ଲିକ, ନାଜିର ଶୈଳଜା ପଣ୍ଡା, ସହକାରୀ ନାଜିର ଦେବେନ୍ଦ୍ର କର, ଅନ୍ୟାନ୍ୟ ଜିଲ୍ଲା  ସ୍ତରୀୟ ଅଧିକାରୀ, କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ |

0
0
0
s2sdefault