ଭୂମି ଅଧିଗ୍ରହଣରେ ବିଳମ୍ବ ଯୋଗୁଁ ଆଗେଇପାରୁନି ରେଳ ପ୍ରକଳ୍ପ : ରେଳ ରାଷ୍ଟ୍ର ମନ୍ତ୍ରୀ ରାଜେନ ଗୋହାଁଇ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

 

ଭୁବନେଶ୍ୱର, ୩୦ ଡିସେମ୍ବର – ରାଜ୍ୟ ସରକାର ରେଳ ଲାଇନ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ଜମି ଅଧିଗ୍ରହଣ କରିବାରେ ବିଳମ୍ବ ହେବା କାରଣରୁ ଓଡିଶାରେ ନିର୍ମାଣାଧୀନ ଥିବା ରେଳ ପ୍ରକଳ୍ପର କାମ ଆଗେଇପାରୁନାହିଁ ବୋଲି କହିଛନ୍ତି କେନ୍ଦ୍ର ରେଳ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ରାଜେନ ଗୋହାଁଇ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ  ସାମ୍ବାଦିକ ସମ୍ମିଳନିରେ ଶ୍ରୀ ଗୋହାଇଁ  କହିଛନ୍ତି ଯେ ପୁର୍ବ ଭାରତର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଙ୍କଳ୍ପିତ । ଓଡିଶାରେ ରେଳସେବାରେ ବିକାଶ ପାଇଁ କେନ୍ଦ୍ର ସରକାର ଅର୍ଥର ଅଭାବ କରିନାହାନ୍ତି । ହେଲେ ଏଥିପାଇଁ ଆବଶ୍ୟକ ହେଉଥିବା ଜମିକୁ ଅଧିଗ୍ରହଣ କରିବା ରାଜ୍ୟ ସରକାରଙ୍କର କାମ । କିନ୍ତୁ ରାଜ୍ୟ ସରକାର ଜମି ଅଧିଗ୍ରହଣ କରି ଏହାକୁ ହସ୍ତାନ୍ତର କରିବାରେ ବିଳମ୍ବ କରୁଛନ୍ତି । ସେହି କାରଣରୁ ଅନେକ ଗୁୁରୁତ୍ୱପୁର୍ଣ୍ଣ ରେଳ ପ୍ରକଳ୍ପ ଯେପରିକି ଖୋର୍ଦ୍ଧା ରୋଡ–ବଲାଙ୍ଗିର ରେଳ ପ୍ରକଳ୍ପ ଭଳି ପ୍ରକଳ୍ପ ଅଯଥାରେ ବିଳମ୍ବ ହେବାରେ ଲାଗିଛି ।  ରାଜ୍ୟ ସରକାରଙ୍କୁ ଜମି ଅଧିଗ୍ରହଣ କାମ ତୁରନ୍ତ ସାରିବା ପାଇଁ ଅନୁରୋଧ କରିଛନ୍ତି ଶ୍ରୀ ଗୋହାଁଇ । ରାଜ୍ୟ ସରକାର ଜମି ଦିଅନ୍ତୁ ପ୍ରକଳ୍ପ କାମ ଠିକ ସମୟରେ ସରିବ ବୋଲି କହିଛନ୍ତି ମନ୍ତ୍ରୀ ଶ୍ରୀ ରାଜେନ ଗୋହାଁଇ ।

ମନ୍ତ୍ରୀ ଶ୍ରୀ ରାଜେନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ବିଜେପି ସରକାର ସମୟରେ ଓଡିଶାକୁ ରେକର୍ଡ ପରିମାଣର ରେଳ ଅନୁଦାନ ମିଳିଛି । ୟୁପିଏର ଚାରିବର୍ଷରେ ସମୁଦାୟ ମିଳିଥିଲା ମାତ୍ର ୩ ହଜାର ୫ ଶହ ୩୨ କୋଟି । ହେଲେ କେବଳ ଚଳିତ ୨୦୧୭-୧୮ ଆର୍ଥୀକ ବଜେଟରେ ଓଡିଶାକୁ ମିଳିଛି ୫,୧୦୦ କୋଟି ଯାହା ୟୁପିଏର ଚାରିବର୍ଷରେ ମିଳିଥିବା ସମୁଦାୟ ଅର୍ଥରାଶି ଠାରୁ ବି ଅଧିକ । ୟୁପିଏ ସରକାର ସମୟରେ ମାତ୍ର ଗୋଟିଏ ବର୍ଷର ରେଳ ବଜେଟରେ ହଜାର କୋଟିରୁ ଅଧିକ ରାଶି ମିଳିଥିଲା ବେଳେ ଏନଡିଏ ସରକାରରେ ବାର୍ଷୀକ ରେଳ ବଜେଟରେ ୫ ହଜାର କୋଟିରୁ ଅଧିକ ଅନୁଦାନର ବ୍ୟବସ୍ଥା କରାଯାଇଛି ।  ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ,ପୂର୍ବତନ ମନ୍ତ୍ରୀ ସୁରମା ପାଢୀ,ପୂର୍ବତନ ସାଂସଦ ତଥା ରାଜ୍ୟ ବିଜେପି ସାଧାରଣ ସଂପାଦକ ଅନନ୍ତ ନାୟକ, ରାଜ୍ୟ ବିଜେପି ପ୍ରବକ୍ତା ସଜ୍ଜନ ଶର୍ମା ଏବଂ ଦିଲ୍ଲୀପ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ 

0
0
0
s2sdefault