ବଲାଙ୍ଗୀର ତହସିଲରେ ଲୋକାର୍ପିତ ହେଲା ଅନଲାଇନ ଦାଖଲଖାରଜ ବ୍ୟବସ୍ଥା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଜନସାଧାରଣଙ୍କ ପାଖରେ ସେବା ସିଧାସଳଖ ଓ ସହଜ ଢଙ୍ଗରେ ପହଞ୍ଚା ଯାଇପାରିବ : ଜିଲ୍ଲାପାଳ

ବଲାଙ୍ଗୀରରୁ ନୀରୋଜ କୁମାର ମିଶ୍ର : ଜନସାଧାରଣ ତହସିଲ କାର୍ଯ୍ୟାଳୟକୁ ନ ଦୌଡ଼ି ଅନଲାଇନ ମାଧ୍ୟମରେ ନିଜ ଜମିଜମାର ଦାଖଲ ଖାରଜ କାର୍ଯ୍ୟକୁ ଅତି ସହଜରେ କରାଇପାରିବେ । ଏଥି ନିମନ୍ତେ ଓଡ଼ିଶା ସରକାର ଅନଲାଇନ  ଓ ତହସିଲ ସମ୍ପର୍କିତ ତଥ୍ୟ ପ୍ରଦାନ ନିମନ୍ତେ ପ୍ରତ୍ୟକ୍ଷ ୱେବ ଆଧାରିତ ବ୍ୟବସ୍ଥା ଡ଼ାଇରେକ୍ଟ ୱେବ ବେସଡ୍ ଇନଫର୍ମେସନ ସିଷ୍ଟମ ଅଫ୍ ତହସିଲ(ଡୁଇଷ୍ଟ) ବ୍ୟବସ୍ଥା କାର୍ଯ୍ୟକାରୀ କରାଇଛନ୍ତି । ଏହାକୁ ରାଜ୍ୟ ସଚିବାଳୟରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ଆନୁଷ୍ଠାନିକ  ଭାବେ ଡ଼ିସେମ୍ବର ୨୯ ଶୁକ୍ରବାର ଶୁଭାରମ୍ଭ କରିଥିବା ବେଳେ  ବଲାଙ୍ଗୀର ତହସିଲ ଅଫିସ ଠାରେ ବଲାଙ୍ଗୀର ଜିଲ୍ଲାପାଳ ଆଶିଷ ଠାକରେ ବଲାଙ୍ଗୀର  ଅନଲାଇନ ଦାଖଲଖାରଜ ବ୍ୟବସ୍ଥା(ଅନ୍ ଲାଇନ୍ ମୟୁଟେସନ) ଶୁଭ ଉଦ୍ଘାଟନ କରିଛନ୍ତି  । ଏହି ଉଦ୍ଘାଟନୀ ଅବସରରେ ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ ପ୍ରଧାନ, ଉପଜିଲ୍ଲାପାଳ ଭୈରବ୍ ସିଂ ପଟେଲ, ଜିଲ୍ଲା ସୂଚନା ଅଧିକାରୀ ସିିଭିକେ ମାରୁତି ରାଓ ତହସିଲଦାର ମହେନ୍ଦ୍ର ମହାପାତ୍ର ତଥା ଅତିରିକ୍ତ ତହସିଲଦାର ସୁରେଶ୍ୱର ଭୋଇ ଓ ଅନ୍ୟ ରାଜସ୍ୱ ବିଭାଗ କର୍ମଚାରୀମାନେ ଉପସ୍ଥିତ ଥିଲେ  । ଏ ଅବସରରେ ନିଜ ମତ ରଖି ଜିଳ୍ଲାପାଳ ଶ୍ରୀ ଠାକ୍ରେ କହିଥିଲେ ଯେ, ଅନଲାଇନ ଦାଖଲଖାରଜ ବ୍ୟବସ୍ଥା(ଅନ୍ ଲାଇନ୍ ମୁ୍ୟଟେସନ) ରାଜ୍ୟ ସରକାରଙ୍କ  ଥ୍ରୀ-ଟି ବ୍ୟବସ୍ଥାର ଅଂଶ ବିଶେଷ ଅଟେ  । ଏହାଦ୍ୱାରା ଜନସାଧାରଣ ବିଶେଷ ଭାବେ ଉପକୃତ ହୋଇପାରିବେ ଓ ସରକାରୀ ସ୍ତରରେ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇପାରିବ  । ବୈଷୟିକ ଜ୍ଞାନ କୌଶଳ ମାଧ୍ୟମରେ ବିଭିନ୍ନ ସରକାରୀ କାର୍ଯ୍ୟ ବ୍ୟବସ୍ଥାକୁ ଜନସାଧାରଣଙ୍କ ପାଖରେ ସିଧାସଳଖ ଓ ସହଜ ଢଙ୍ଗରେ ପହଞ୍ଚା ଯାଇପାରିବ ଏବଂ ପାରମ୍ପରିକ କାର୍ଯ୍ୟଭାରକୁ ଲାଘବ କରାଯାଇପାାରିବ  । ସୂଚନାଯୋଗ୍ୟ ଯେ ଏ ଅନଲାଇନ ଦାଖଲଖାରଜ ବ୍ୟବସ୍ଥା(ଅନ୍ ଲାଇନ୍ ମୁ୍ୟଟେସନ) ବ୍ୟବସ୍ଥା ବଲାଙ୍ଗୀର ତହସିଲରୁ ଆାରମ୍ଭ ହୋଇଥିବା ବେଳେ ପରବର୍ତ୍ତି ପର୍ଯ୍ୟାୟରେ ବଲାଙ୍ଗୀର ଜିଲ୍ଲାର ସମସ୍ତ ତହସିଲରେ କାର୍ଯ୍ୟକାରୀ କରାଯିବ  ।

0
0
0
s2sdefault