ହେଡଲାଇନସ୍:

ରାଜଧାନୀ ଭୁବନେଶ୍ୱରରେ ଅତ୍ୟାଧୁନିକ ସୁବିଧା ସହ ଅନ୍ତରାଷ୍ଟ୍ରୀୟ ମାନର ସହର : ଧର୍ମେନ୍ଦ୍ର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱରରେ  ଦ୍ୱିତୀୟ ବିମାନବନ୍ଦର ଖୁବ୍ ଶୀଘ୍ର


ଭୁବନେଶ୍ୱର/ Manasi Mishra :  ଖୁବ୍ ଶୀଘ୍ର ଦ୍ୱିତୀୟ ବିମାନବନ୍ଦର ଓ ରାଜଧାନୀ ଭୁବନେଶ୍ୱରରେ ଅତ୍ୟାଧୁନିକ ସୁବିଧା ସହ ଅନ୍ତରାଷ୍ଟ୍ରୀୟ ମାନର ସହରରେ ପରିଣତ କରିବାକୁ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ତଥା ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଭୁବନେଶ୍ୱର ରେଳ ଷ୍ଟେସନ୍ରେ ଦ୍ୱିତୀୟ ପ୍ରବେଶ ଦ୍ୱାର ଏବଂ ସଂରକ୍ଷିତ ଓ ଅଣସଂରକ୍ଷିତ ଟିକେଟ୍ କାଉଣ୍ଟର ଉଦ୍ଘାଟନ ଉତ୍ସବରେ ଯୋଗଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି । ସେ କହିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବଭାରତ ବିକାଶ ଯୋଜନା ଆଧାରରେ ରେଳପଥ, ଜାତୀୟ ରାଜପଥ ଓ ବିମାନ ସେବା ବିକାଶରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । ବିଗତ କିଛି ମାସ ମଧ୍ୟରେ କେନ୍ଦ୍ର ସରକାର ଯୋଜନାରେ ଓଡ଼ିଶାର ସଡ଼କ, ରେଳ ଓ ଅକାଶପଥ ସଂଯୋଗୀକରଣ ଯୋଜନାର ସମୀକ୍ଷା କରିଛନ୍ତି । ରାଜଧାନୀ ଭୁବନେଶ୍ୱରକୁ ଏହିସବୁ ଯୋଜନାର କେନ୍ଦ୍ରବିନ୍ଦୁ କରି ଭୁବନେଶ୍ୱରକୁ
ଉତ୍ତମ ଜୀବନ ଓ ପୁଞ୍ଜି ଆକର୍ଷଣର କେନ୍ଦ୍ରବନ୍ଦୁ କରିବା ପାଇଁ ଶ୍ରୀ ମୋଦି ପଦକ୍ଷେପ ନେଇଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଶ୍ରୀ ପ୍ରଧାନ କହିଲେ ଯେ, ଗତ ୩ ଦଶନ୍ଧୀରେ ଓଡ଼ିଶାର ରେଳ ବିକାଶ ପାଇଁ ଯେତିକି ଅର୍ଥ ଆସିନଥ#ଲା ମୋଦି ସରକାରଙ୍କ ସାଢେ଼ ୩ ବର୍ଷରେ ତା'ଠାରୁ ଅଧିକ ଆର୍ଥିକ  ବ୍ୟୟବରାଦ କରାଯାଇଛି । ପ୍ରଧାନମନ୍ତ୍ରୀ ଦେଉଥିବା  ପ୍ରଚୁର ଅର୍ଥକୁ ସଠିକ୍ ଭାବରେ ବିନିଯୋଗ କରିବା ପାଇଁ ରେଳ ବିଭାଗ ଓ ରାଜ୍ୟ ସରକାର କାମ କରିବାକୁ ସେ ଅନୁରୋଧ କରିଛନ୍ତି । ଭୁବନେଶ୍ୱରରେ ଜୀବନକୁ ଆହୁରି ସରଳ କରିବା ପାଇଁ ପିତାପଲ୍ଲୀ-କଟକ ନୂଆ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ହେଉଥିବା ବେଳେ ଆଉ ଦୁଇଟି ରିଙ୍ଗ୍ ରୋଡ୍ର ବ୍ୟବସ୍ଥା କରାଯାଉଛି । ଯେପରି ଦୂରଗାମୀ ଓ ମାଲବାହୀ ଗାଡ଼ିଗୁଡ଼ିକ ଭୁବନେଶ୍ୱର ବାହାରେ ପୁରୀ ଓ ବ୍ରହ୍ମପୁର ଆଡେ଼ ଯାଇପାରିବ ସେଥିପାଇଁ ଆଉ ଦୁଇଟି ଜାତୀୟ ରାଜମାର୍ଗର ରିଙ୍ଗ୍ରୋଡ୍ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ମାଲ୍ବାହୀ ଟ୍ରେନ୍ଗୁଡ଼ିକ ଭୁବନେଶ୍ୱର ଷ୍ଟେସନ୍କୁ ନଆସିବା ପାଇଁ ଚନ୍ଦକା ରାସ୍ତାରେ ନୂଆ ରେଳଲାଇନ୍ ସର୍ଭେ ପାଇଁ ସେ ଅନୁରୋଧ କରିଥିବା  କହିଛନ୍ତି । ରାଜ୍ୟରେ ଦ୍ରୁତ ବିକାଶକୁ ଆଖି  ଆଗରେ ରଖି ଭୁବନେଶ୍ୱରରେ ଦ୍ୱିତୀୟ ବିମାନବନ୍ଦର ନିର୍ମାଣ ସମେତ ଭୁବନେଶ୍ୱର ସହ ଆକାଶମାର୍ଗରେ ଯୋଗାଯୋଗ ବ୍ୟବସ୍ଥାର ସମୀକ୍ଷା କରିଥିବା ଶ୍ରୀ ପ୍ରଧାନ କହିଛନ୍ତି । ରାଜ୍ୟ ସରକାର ସହଯୋଗ କଲେ ଆଉ ଏକ ଏୟାରପୋର୍ଟ ନିର୍ମାଣ ଖୁବ୍ ଶୀଘ୍ର ହୋଇପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ତାଙ୍କ ବିଭାଗ ତରଫରୁ ରାଜଧାନୀରେ ପିଏନ୍ଜି, ସିଏନ୍ଜି ମାଧ୍ୟମରେ ଭୁବନେଶ୍ୱରର ଯାତାୟତ ବ୍ୟବସ୍ଥା ଓ ରୋଷେଇ ଘରେ ସ୍ୱଚ୍ଛ ଇନ୍ଧନ ବ୍ୟବହାର କରି ରାଜଧାନୀକୁ ଆହୁରି ସୁନ୍ଦର କରିବା ପାଇଁ ଚେଷ୍ଟା କରାଯାଇଛି । ଏହି ସମସ୍ତ ବ୍ୟବସ୍ଥା ଭୁବନେଶ୍ୱରକୁ ପୂର୍ବଭାରତର ଅଗ୍ରଣୀ ସହର କରିବା ପାଇଁ ଓଡ଼ିଶାକୁ ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

0
0
0
s2sdefault