ହେଡଲାଇନସ୍:

ଅନ୍ଲାଇନ୍ରେ ଦାଖଲ ଖାରଜ ବ୍ୟବସ୍ଥା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 


 ଏଥର ତହସିଲ କାର୍ଯ୍ୟାଳୟକୁ ନ ଦୌଡ଼ି ଅନ୍ଲାଇନ୍ରେ ହେବ  : ଅତିରିକ୍ତ ଜିଲାପାଳ


ବାରିପଦା/Dillip Mohanty - ଜନସାଧାରଣ ତହସିଲ କାର୍ଯ୍ୟାଳୟକୁ ନ ଦୌଡ଼ି ଅନ୍ଲାଇନ୍ ମାଧ୍ୟମରେ ନିଜ ଜମିଜମାର ଦାଖଲ ଖାରଜ କାର୍ଯ୍ୟକୁ ଅତି ସହଜରେ କରାଇପାରିବେ । ଏଥି ନିମନ୍ତେ ଓଡ଼ିଶା ସରକାର ଅନଲାଇନ ମୁ୍ୟଟେସନ ଓ ତହସିଲ ସମ୍ପର୍କିତ ତଥ୍ୟ ପ୍ରଦାନ ନିମନ୍ତେ ପ୍ରତ୍ୟକ୍ଷ ୱେବ ଆଧାରିତ ବ୍ୟବସ୍ଥା ଡ଼ାଇରେକ୍ଟ ୱେବ ବେସଡ୍ ଇନଫର୍ମେସନ ସିଷ୍ଟମ ଅଫ୍ ତହସିଲ(ଡୁଇଷ୍ଟ) ବ୍ୟବସ୍ଥା କାର୍ଯ୍ୟକାରୀ କରାଇଛନ୍ତି । ଏହାକୁ ରାଜ୍ୟ ସଚିବାଳୟରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ଆନୁଷ୍ଠାନିକ  ଭାବେ ଡ଼ିସେମ୍ବର ୨୯ ଶୁକ୍ରବାର ଶୁଭାରମ୍ଭ କରିଥିବା ବେଳେ ମୟୂରଭଞ୍ଜ ଜିଲାର ସଦର ମହକୁମାରେ ଥିବା ବାରିପଦା ତହସିଲରେ ମଧ୍ୟ ଆରମ୍ଭ କରାଯାଇଛି । ରାଜ୍ୟ ସରକାରଙ୍କର ଉକ୍ତ ଅନ୍ଲାଇନ୍ ଦାଖଲ ଖାରଜ ବିଷୟକୁ ନେଇ ମୟୂରଭଞ୍ଜ ଅତିରିକ୍ତ ଜିଲାପାଳ ଗଙ୍ଗାଧର ନାୟକ ଶନିବାର ପୂର୍ବାହ୍ନରେ ନିଜର କାର୍ଯ୍ୟାଳୟ ପ୍ରକୋଷ୍ଠ ରେ ଏକ ଖବରଦାତା ସମ୍ମିଳନୀ ଡ଼କାଇ ବିସ୍ତୃତ ଭାବେ ସୂଚନା ଦେଇଥିଲେ । ଏଥି ସହିତ ବାମନଘାଟି, ପାଞ୍ଚପୀଢ଼ ଓ କପ୍ତିପଦା ଉପଖଣ୍ଡର ସଦର ମହକୁମାରେ କାର୍ଯ୍ୟକରୁଥିବା ତହସିଲଗୁଡ଼ିକରେ ୨୦୧୮ ଜାନୁଆରୀ ମଧ୍ୟରେ ଓ ଆସନ୍ତା ମାର୍ଚ୍ଚ ୩୧ ମଧ୍ୟରେ ବିଏସ୍ଏନ୍ଏଲ ସହଯୋଗରେ  ଜିଲାର ଅବଶିଷ୍ଟ ୨୨ ଗୋଟି ତହସିଲଗୁଡ଼ିକୁ ୨ ଏମ୍ବିପିଏସ୍ ସଂଯୋଗ ମାଧ୍ୟମରେ ଅନଲାଇନରେ ଦାଖଲ ଖାରଜ ବ୍ୟବସ୍ଥା ଆରମ୍ଭ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏକ ପ୍ରୋଜେକ୍ଟ ମ୍ୟାନେଜମ୍ୟାଣ୍ଟ ୟୁନିଟ ଖୋଲାଯାଇ ଅନ୍ଲାଇନ୍ରେ ହେଉଥିବା ରାଜସ୍ୱ କାର୍ଯ୍ୟର ସୁପରିଚାଳନା ଓ ତଦାରଖ କରାଯିବ । ଏଥି ନିମନ୍ତେ ସମ୍ପୃକ୍ତ ରାଜସ୍ୱ କର୍ମଚାରୀମାନଙ୍କୁ ପ୍ରଶିକ୍ଷଣର ବ୍ୟବସ୍ଥା କରାଯାଇଛି । ଅନ୍ଲାଇନ୍ ମାଧ୍ୟମରେ ଜମିଜମାର ଦାଖଲ ଖାରଜ ମାମଲା ଫଇସଲା କରାଯିବା ଦ୍ୱାରା କାର୍ଯ୍ୟରେ ସ୍ୱଚ୍ଛତା ଓ ପାରଦର୍ଶୀତା ଆସିପାରିବା ସଂଗେସଂଗେ ବକେୟା ମାମଲାଗୁଡ଼ିକ ମଧ୍ୟ ଶୀଘ୍ର ଫଏସଲା ସମ୍ଭବ ହୋଇପାରିବ । ଏଥି ସହିତ ଜନସାଧାରଣ ଦାଖଲ ଖାରଜ ମାମଲାରେ ତହସିଲଗୁଡ଼ିକୁ ବାରମ୍ବାର ଦୌଡ଼ାଦୌଡ଼ି କରିବାକୁ ପଡ଼ିବ ନାହିଁ କିମ୍ବା କୌଣସି ମଧ୍ୟସ୍ତି ବା ଅସାଧୁ ବ୍ୟକ୍ତିମାନଙ୍କ ଦ୍ୱାରା ଠକାମୀର ସମ୍ମୁଖୀନ ହୋଇପାରିବେ ନାହିଁ ବୋଲି ଅତିରିକ୍ତ ଜିଲାପାଳ ଶ୍ରୀନାୟକ ଖବରଦାତା ସମ୍ମିଳନୀରେ ଉପସ୍ଥିତ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ଦେଇଥିଲେ ।
   

0
0
0
s2sdefault