ହେଡଲାଇନସ୍:

ଖାସ ବିଜେପୁର ପାଇଁ କହିବେ ମନ କି ବାତ !!!!!!!!

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମନ କି ବାତ ପରେ ଭୋଟ ତାରିଖ ଘୋଷଣା
ପ୍ରଧାନମନ୍ତ୍ରୀଙ୍କ ମନର କଥାକୁ ଅପେକ୍ଷା କରିଛନ୍ତି ନିର୍ବାଚନ କମିଶନ !

 
ଆଗକୁ ବିଭିନ୍ନ ରାଜ୍ୟରେ ଥିବା ନିର୍ବାଚନକୁ ଆଖିରେ ରଖି ଏମାସର ମନ କି ବାତ ରେ ପ୍ରଧାନମନ୍ତ୍ରୀ ଗୁଜୁରାଟ ଓ ହିମାଚଳ ପ୍ରଦେଶରେ ଦଳର ସଫଳତା ବିଷୟ  ଦୋହରାଇ ପରୋକ୍ଷରେ ନିର୍ବାଚନ ହେବାକୁ ଯାଉଥିବା ରାଜ୍ୟର ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ କିଛି କହିବେ ଶୁଣିବାକୁ ମିଳୁଛି | ସେହି ପରିପ୍ରେକ୍ଷୀରେ ଘୋଷଣା ନହୋଇଥିଲେ ବି ବରଗଡ଼ ଜିଲ୍ଲାର ବିଜେପୁର କଥା ପ୍ରଧାନମନ୍ତ୍ରୀଙ୍କ ମନ କି ବାତ ରେ ସ୍ଥାନ ପାଇପାରେ | କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ପରେ ଖାଲି ପଡିଛି ବିଜେପୁର ଆସନ | ସବୁ ପ୍ରକାର ପ୍ରସ୍ତୁତି ସତ୍ୱେ ଏହିପାଇଁ ନିର୍ବାଚନ କମିଶନ ଭୋଟ ତାରିଖ ଘୋଷଣା କରୁନାହାନ୍ତି | ସୁବଳ ସାହୁଙ୍କ ଦେହାନ୍ତ ପରେ ଦେହାନ୍ତ ହୋଇଥିବା ଅନ୍ୟ ବିଧାୟକଙ୍କ ମୃତ୍ଯୁଜନିତ ଖାଲି ସ୍ଥାନ ପୁରାଣ ପାଇଁ କନିଶନ ଭୋଟ ଘୋଷଣା କରିସାରିଲେଣି ବୋଲି କୁହାଯାଉଛି | ହେଲେ ଓଡ଼ିଶାରେ ଏହାକୁ ବିଳମ୍ବିତ କରିବା ପଛରେ କାରଣ କଣ ତାହା କମିଶନଙ୍କୁ ଜଣା| ହେଲେ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ ବିଜେପି ଚାପରେ ତାରିଖ ଘୋଷଣା ହୋଇପାରୁନାହିଁ `|  ଦେଖାଯାଉ କମିସନ କେବେ ଘୋଷଣା କରିଛନ୍ତି !!!! ପ୍ରଧାନମନ୍ତ୍ରୀଙ୍କ ମନ କି ବାତରେ ଯଦି ବିଜେପୁର ଗୁରୁତ୍ୱ ପାଇବାକୁ ଥିବା, ତେବେ ସେ ମନ କି ବାତ ପରେ ବୋଧେ କମିଶନ ତାରିଖ ଘୋଷଣା କରିପାରନ୍ତି ବୋଲି ଆଶା କରାଯାଉଛି !
0
0
0
s2sdefault