ହେଡଲାଇନସ୍:

ଆଇନଜୀବୀଙ୍କୁ ଫୋନରେ ଅଜଣା ନମ୍ବରରୁ ଧମକପୁର୍ଣ କଲକୁ  ନେଇ ଥାନାରେ ଅଭିଯୋଗ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଅଜଣା ନମ୍ବର ହେଉଛି ପୌର ନିର୍ବାହୀ ଅଧିକାରୀଙ୍କର 

ବାରିପଦାରୁ ଦିଲ୍ଲୀପ ମହାନ୍ତି - ବାରିପଦା ବାର ଆସୋସିଏସନର ସଦସ୍ୟ ତଥା ବିଶିଷ୍ଟ ଯୁବ ଆଇନଜୀବୀ ଅରବିନ୍ଦ ଦାସଙ୍କୁ ଗତ ୨୩ ରାତିରେ ଏକ ଅଜଣା ନମ୍ବରରୁ ଧମକ ଆସିବା ପରେ ଆଇନଜୀବୀ ଶ୍ରଦାସ ଏହି ବିଷୟକୁ ନେଇ ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ମାତ୍ର ଥାନାରେ ଅଭିଯୋଗକୁ ନେଇ କୌଣସି ମାମଲା ରୁଜୁ କରା ନ ଯିବାରୁ ଆଇନଜୀବୀ ଶ୍ରୀଦାସ ଜିଲା ଆରକ୍ଷୀ ଅଧିକ୍ଷକଙ୍କୁ ଡ଼ାକ ଯୋଗେ ଏ ବିଷୟରେ ଗତ ୨୬.୧୨.୨୦୧୬ରେ ସୂଚନା ପ୍ରଦାନ କରିଅଛନ୍ତି । ଆଇନଜୀବୀ ଶ୍ରୀଦାସଙ୍କ କହିବା ଅନୁସାରେ, ୨୩ ରାତି ପ୍ରାୟ ୭.୫୯ ମିନିଟ ଓ ୮.୦୭ ମିନିଟ ସମୟରେ ତାଙ୍କର ମୋବାଇଲ ନଂ ୯୮୬୧୨୫୯୯୩୩ ଓ ୭୦୦୮୯୪୨୬୨୦କୁ ଅଜଣା ମୋବାଇଲ ନଂ-୯୪୩୭୧୦୭୮୬୪ ଓ ୮୬୫୮୪୯୨୭୮୪ରୁ ଏକ ଧମକ ପୂର୍ଣ୍ଣ ଆଦେଶ ଆସିଥିଲା । କଲ କରିଥିବା ବ୍ୟକ୍ତି ଜଣକଧମକ ଦେଇ କହିଥିଲା ଯେ, ତୁମେ ଶୀଘ୍ର କେଶକୁ ଉଠାଇ ନିଅ, ନଚେତ ମୁଁ ଫାଇନାଲ ଅର୍ଡର  କରିଦେବି । ପୁଣି ଧମକ ଦେଇ କହିଥିଲେ ଯେ ତୁମେ ମୋର କିଛି କରିପାରିବ ନାହିଁ । ଉକ୍ତ ଧମପୂର୍ଣ୍ଣ କଲ ପାଇବା ପରେ ଆଇନଜୀବୀ ଶ୍ରୀଦାସ ମାନସିକ ଓ ଶାରିରୀକ ଯନ୍ତ୍ରଣା ଅନୁଭବ କରିଆସୁଛନ୍ତି । ଏଥି ସହିତ ପେଶାରେ ଜଣେ ଆଇନଜୀବୀ ହୋଇଥିବାରୁ ତାଙ୍କର ଓ ତାଙ୍କ ପରିବାରର ସଦସ୍ୟମାନଙ୍କ ଜୀବନ ଉପରେ ବିପଦ ରହିଥିବାର ଅନୁଭବ କରି ବାରିପଦା ଟାଉନ ଥାନାରେ ୨୪.୧୨.୨୦୧୭ରେ ଲିଖିତ ଅଭିଯୋଗ କରି ଥିଲେ ।

          ଆଇନଜୀବୀ ଶ୍ରୀଦାସଙ୍କୁ ଆସିଥିବା ଅଜଣା ନମ୍ବରରୁ କଲ ଉପରେ ଆମର ମୟୂରଭଞ୍ଜ ଜିଲା ପ୍ରତିନିଧି ଶ୍ରୀମହାନ୍ତି ଖୋଳତାଡ଼ କରିବା ପରେ ୯୪୩୭୧୦୭୮୬୪ ନମ୍ବରଟି ବାରିପଦା ପୌରପରିଷଦର ନିର୍ବାହୀ ଅଧିକାରୀ ସୁବାଶିଷ ମାନସିଂ ବ୍ୟବହାର କରୁଥିବା ନମ୍ବର ବୋଲି ଜଣାପଡ଼ିଥିଲା ।  ପୌର ନିର୍ବାହୀ ଅଧିକାରୀ ଶ୍ରୀମାନସିଂ କଲ କରିଥିବା ବିଷୟ ସ୍ୱୀକାର କରିଥିବା ବେଳେ କୌଣସି ଧମକ ଦେଇ ନାହାନ୍ତି ବୋଲି କହିଥିଲେ । ଆଇନଜୀବୀ ଶ୍ରୀଦାସଙ୍କୁ ଫୋନରେ କୋର୍ଟରେ ମାମଲା ବିଚାରାଧୀନ ରହିଥିବା କାରଣରୁ ତାଙ୍କ ଦୋକାନରୁ କୌଣସି ଜିନିଷପତ୍ର ବାହାର ନ କରିବାକୁ କହିଥିଲେ ବୋଲି ସୂଚନା ଦେଇଥିଲେ । ପୌରନିର୍ବାହୀ ଅଧିକାରୀ ଦେଇଥିବା ଉତ୍ତର ଉପରେ ଆଇନଜୀବୀ ଶ୍ରୀଦାସ କୁହନ୍ତି, ପୌରପରିଷଦରୁ ସେ କୌଣସି ଦୋକାନ ଗୃହ ନେଇ ନାହାନ୍ତି କି ତାଙ୍କ ପକ୍ଷରୁ କୋର୍ଟରେ ସେ କୌଣସି ମାମଲା ରୁଜୁ କରି ନ ଥିବା ବେଳେ ପୌରନିର୍ବାହୀ ଅଧିକାରୀ କେଉଁ ଆଇନ ବଳରେ ତାଙ୍କୁ ଧମକ ଦେଲେ ବୋଲି ପ୍ରଶ୍ନ କରିଛନ୍ତି । ଏବିଷୟରେ ମୟୂରଭଞ୍ଜ ବାର ଆସୋସିଏସନର ପୂର୍ବତନ ସାଧାରଣ ସମ୍ପାଦକ ତଥା ଜିଲା କଂଗ୍ରେସର ପୂର୍ବତନ ସାଧାରଣ ସମ୍ପାଦକ ଆଇନଜୀବୀ ବିଭୂ ପ୍ରସାଦ ଦାସ କୁହନ୍ତି, ଯଦି ପୌରନିର୍ବାହୀ ଅଧିକାରୀ କୋର୍ଟରେ ମାମଲା ବିଚାରାଧୀନ ରହିଥିବାର କହୁଥିବା ବେଳେ ତାଙ୍କର ଯାହା କହିବାର ରହିଛି ଅଦାଲତକୁ ଜଣାଇବାର ଆବଶ୍ୟକତା ରହିଥିଲା । ପକ୍ଷକୁ ନୁହେଁ । ପୁଣି ଆଇନଜୀବୀ ଅରବିନ୍ଦ ଦାସ ପକ୍ଷ ନୁହନ୍ତି କିମ୍ବା ସେ କୌଣସି ମାମଲା ରୁଜୁ କରି ନ ଥିବାର କହୁଥିବା ବେଳେ ତାଙ୍କୁ ଧମକ ଦେଇ ଫୋନ କରିବା ଆଇନର ବିରୋଧାଚରଣ କରୁଛି ବୋଲି ପୂର୍ବତନ ବାର ଆସୋସିଏସନର ସାଧାରଣ ସମ୍ପାଦକ ଶ୍ରୀଦାସ କହିଛନ୍ତି । 

                ବାରିପଦା ପୌରନିର୍ବାହୀ ଅଧିକାରୀ ସୁବାଶିଷ ମାନସିଂ ପ୍ରଥମେ ପୌରପରିଷଦର ନିର୍ବାଚିତ କାଉନସିଲ ବୋଡର଼୍କୁ ସୁପରସିଡ଼ କରି ପୌରପରିଷଦ ଆଇନକୁ ଉଲ୍ଲଙ୍ଘନ କରି ଦୋକାନ ଗୃହ ବଣ୍ଟନ କରିଥିବା ବିଷୟକୁ ନେଇ କାଉନସିଲ ବୋଡର଼୍ ଓ ନିର୍ବାହୀ ଅଧିକାରୀ ମୁହାଁମୁହିଁ ହେବା ସାଙ୍ଗକୁ ପୂର୍ବରୁ କାଉନସିଲ ବୋଡର଼୍ ଦେଇଥିବା ଦୋକାନଗୃହର ଲିଜ ଅଥବା ଲାଇସେନ୍ସକୁ ରଦ୍ଧ କରିବାକୁ ନେଇ କୋର୍ଟରେ ମାମଲା ଏବଂ ବର୍ତ୍ତମାନ ଜଣେ ଆଇନଜୀବୀଙ୍କୁ କୌଣସି କାରଣ ନ ଥାଇ ଫୋନରେ ଧମକ ଦେବାକୁ ନେଇ ଦିନକୁ ଦିନ ଅଧିକ ବିବାଦୀୟ ହେବାରେ ଲାଗିଛନ୍ତି ବାରିପଦା ପୌର ନିର୍ବାହୀ ଅଧିକାରୀ ଶ୍ରୀମାନସିଂ । 

 

0
0
0
s2sdefault