ହେଡଲାଇନସ୍:

ଭାଷା ସାହିତ୍ୟ ପାଇଁ ଉତ୍ସର୍ଗୀତ କ୍ୟାବିନେଟ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ହେବ ଦୁଇଭାଗ 

ନୂଆକରି ସୃଷ୍ଟି ହେବ  ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ 

ଓଡ଼ିଆ ଭାଷାର ପ୍ରସାର ଓ ସଂରକ୍ଷଣ ପାଇଁ ଓଡ଼ିଆ ଭାଷା ପ୍ରତିଷ୍ଠାନ 

ସଂସ୍କୃତି, ଐତିହ୍ୟ, ଭାଷା ଓ ସାହିତ୍ୟ ସଂରକ୍ଷଣ ପାଇଁ  ଐତିହ୍ୟ କ୍ୟାବିନେଟ୍‌

ଭାଗବତ ଟୁଙ୍ଗୀର ପୁନରୁଦ୍ଧାର ପାଇଁ ଦିଆଯାଉଥିବା ଅନୁଦାନ କରାଯିବ ଦୁଇଗୁଣ

ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ପାଠ୍ୟକ୍ରମରେ ଅଧ୍ୟୟନକୁ ସମ୍ପୂର୍ଣ ନିଃଶୁଳ୍କ

ସରକାରୀ ଭାଷା ଆଇନ୍‌ ୧୯୫୪ରେ ସଂଶୋଧନ ଅଣାଯାଇ ବିହିତ ଦଣ୍ଡବିଧାନ ବ୍ୟବସ୍ଥା

ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଅଧିନିୟମ ୧୯୫୭ରେ ଆବଶ୍ୟକ ସଂଶୋଧନ ଖୁବ ଶୀଘ୍ର 

 

ପୁରୀରୁ କୁମାର ଅଭିଶେଖ : ପର୍ଯ୍ୟଟନ ଓ ସଂସ୍କୃତି ବିଭାଗକୁ ଦୁଇଟି ବିଭାଗରେ ଭାଗ କରାଯାଇ ସଂସ୍କୃତି ବିଭାଗକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନାମରେ ନାମିତ କରିବା ପାଇଁ ଆଜି ଐତିହାସିକ ନିଷ୍ପତି ନଇଛନ୍ତି ରାଜ୍ୟ ସରକାର | ଓଡ଼ିଆ ସଂସ୍କୃତି ଓ ଆଧ୍ୟତ୍ମିକତାର ପ୍ରାଣକେନ୍ଦ୍ର ପୁରୀଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ  ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ  କ୍ୟାବିନେଟ୍‌ ବୈଠକରେ ଏହି ନିଷ୍ପତ୍ତି ଉପରେ ମୋହର ଲାଗିଛି ।

ପୁରୀ ସର୍କିଟ ହାଉସଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ପରେ ସାମ୍ବାଦିକମାନକଙ୍କ ସୂଚନା ଦେଇ ମୁଖ୍ୟ ଶାସନ ସଚିବ  ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି ଯେ, ବିବିଧତାରେ ପୂର୍ଣ୍ଣ ଓଡ଼ିଶାର ସଂସ୍କୃତି, ଐତିହ୍ୟ, ଭାଷା ଓ ସାହିତ୍ୟର ସଂରକ୍ଷଣ ତଥା ପରିବର୍ତ୍ତନ ନିଶ୍ଚିତ କରିବା ପାଇଁ  ଐତିହ୍ୟ କ୍ୟାବିନେଟ୍‌ ଗଠନ କରିବାକୁ କରାଯିବ । ଏହାଛଡା  ସରକାରୀ ଭାଷା ଆଇନ୍‌ ୧୯୫୪ରେ ସଂଶୋଧନ ଅଣାଯାଇ ବିହିତ ଦଣ୍ଡବିଧାନ ବ୍ୟବସ୍ଥା ସହିତ ଓଡ଼ିଆ ଭାଷାର ବହୁଳ ବ୍ୟବହାର କରୁଥିବା ବିଭାଗ ଓ କର୍ମଚାରୀଙ୍କୁ ପୁରସ୍କାର ତଥା ପ୍ରୋତ୍ସାହନ ଯୋଗାଇ ଦିଆଯିବ | ଜିଲ୍ଲାଠାରୁ ଆରମ୍ଭ କରି  ରାଜ୍ୟସ୍ତରରେ ପର୍ଯ୍ୟନ୍ତ ପ୍ରଶାସନିକ ବ୍ୟବସ୍ଥା ୨୦୧୮ ଏପ୍ରିଲ ପହିଲା ଠାରୁ କାର୍ଯ୍ୟକ୍ଷମ କରାଯିବ ବୋଲି ଶ୍ରୀ ପାଢ଼ୀ କହିଛନ୍ତି | ସେହିପରି ସମସ୍ତ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆ ଭାଷାରେ ନାମଫଳକ ଲେଖା ଯିବାକୁ ବାଧ୍ୟତାମୂଳକ କରାଯିବ। ଏଥିପାଇଁ ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଅଧିନିୟମ ୧୯୫୭ରେ ଆବଶ୍ୟକ ସଂଶୋଧନ ଖୁବ ଶୀଘ୍ର   ଅଣାଯିବ। ଏହାର ଖିଲାପକାରୀଙ୍କ ବିରୋଧରେ ଦଣ୍ଡବିଧାନ ବ୍ୟବସ୍ଥା କରାଯିବ।  ପ୍ରତି ୫ ବର୍ଷରେ ଥରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରାଯିବ । ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ପାଠ୍ୟକ୍ରମରେ ଅଧ୍ୟୟନକୁ ସମ୍ପୂର୍ଣ ନିଃଶୁଳ୍କ କରାଯିବ । ଓଡ଼ିଆ ଭାଷାର ପ୍ରସାର ଓ ସଂରକ୍ଷଣ ପାଇଁ ଓଡ଼ିଆ ଭାଷା ପ୍ରତିଷ୍ଠାନ ଗଠନ କରିବା ସହ  ରାଜ୍ୟ ଭିତରେ ସମସ୍ତ ସରକାରୀ କାର୍ଯ୍ୟକ୍ରମ ଓଡ଼ିଆ ଭାଷାରେ ପରିଚାଳନା କରାଯିବା ତଥା  ପୂର୍ବରୁ ପ୍ରଚଳିତ ଭାଗବତ ଟୁଙ୍ଗୀର ପୁନରୁଦ୍ଧାର ପାଇଁ ଦେଉଥିବା ଅନୁଦାନ ପରିମାଣକୁ ଦୁଇଗୁଣ କରାଯିବ ବୋଲି କ୍ୟାବିନେଟରେ ନିଷ୍ପତ୍ତି ହୋଇଥିବା ମୁଖ୍ୟ ସଚିବ ଶ୍ରୀ ପାଢ଼ୀ ସୂଚନା ଦେଇଛନ୍ତି | 

କ୍ୟାବିନେଟ ବୈଠକ ପୂର୍ବରୁ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ଦର୍ଶନ କରିବା ସ୍ୱର୍ଗଦ୍ୱାର ଠାରେ ନିଜ ପିତା ତଥା ପ୍ରବାଦ ପୁରୁଷ  ବିଜୁ ପଟ୍ଟନାୟକଙ୍କ ସମାଧିରେ ମାଲ୍ୟାର୍ପଣ କରିଛନ୍ତିି। ତାପରେ ସର୍କିଟ ହାଉସ ଠାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଅଧ୍ୟକ୍ଷତା କରିଥିଲେ |  

ଓଡ଼ିଆ ଭାଷା ସମ୍ପର୍କରେ ଆଜିର କ୍ୟାବିନେଟ ନିଷ୍ପତ୍ତି ଓଡ଼ିଶାବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କର ନୂଆବର୍ଷର ଉପହାର : ସମାଜବାଦୀ ପାର୍ଟି

ଭୁବନେଶ୍ୱର : ପୁରୀଠାରେ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକରେ   ଓଡ଼ିଆ ଭାଷା ସମ୍ପର୍କରେ ଯେଉଁ ଐତିହାସିକ ନିଷ୍ପତ୍ତି ନିଆଯାଇଛି ତାହାକୁ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ସ୍ୱାଗତ କରାଯାଇଛି । ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ଏଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହାର୍ଦ୍ଧିକ ସ୍ୱାଗତ ଜଣାଇବା ସଙ୍ଗେ ସଙ୍ଗେ ଓଡ଼ିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏହା ଓଡ଼ିଶାବାସୀଙ୍କ ପ୍ରତି ନୂଆବର୍ଷର ଉପହାର ବୋଲି ଅଭିହିତ କରିଛନ୍ତି । ଆଗାମୀ ଦିନରେ ଓଡ଼ିଆ ଭାଷା ଓ ଓଡ଼ିଆ ଜାତିକୁ ନେଇ ସରକାର ଆହୁରି ଅନେକ ପଦକ୍ଷେପ ନେବେ ବୋଲି ସେ ଆଶାପ୍ରକାଶ କରିଛନ୍ତି । ସ୍ୱତନ୍ତ୍ର ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ସ୍ୱତନ୍ତ୍ର ଚେୟାର ପ୍ରତିଷ୍ଠା  କରିବା, ୫ବର୍ଷରେ ଥରେ ଓଡ଼ିଆ ଭାଷା ସାହିତ୍ୟକୁ ନେଇ ବିଶ୍ୱ ସମ୍ମିଳନୀ କରିବା, ଓଡ଼ିଆ ଭାଷା ସାହିତ୍ୟରେ ସର୍ବୋଚ୍ଚ ନମ୍ବର ରଖୁଥିବା ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ଦେବା ଏବଂ ଦୋକାନ ବଜାର ଓ ବିଭିନ୍ନ ବାଣିଜ୍ୟ ପ୍ରତିଷ୍ଠାନର ନାମକରଣ ଓଡ଼ିଆ ଭାଷାରେ ଲେଖିବା ଏବଂ ଏଥିରେ ଖିଲାପ ହେଲେ ଦଣ୍ଡବିଧାନ କରିବା ପାଇଁ କ୍ୟାବିନେଟ ଯେଉଁ ନିଷ୍ପତ୍ତି ନେଇଛନ୍ତି ଏହାଦ୍ୱାରା ଓଡ଼ିଆ ଭାଷା ସମୃଦ୍ଧ ହେବା ସହିତ ଆଗାମୀ ଦିନରେ ଆହୁରି ସମୃଦ୍ଧଶାଳୀ ହୋଇପାରିବ ବୋଲି ଶ୍ରୀ ବେହେରା ଆଶା ପ୍ରକାଶ କରିଛନ୍ତି । କ୍ୟାବିନେଟର ଏହି ନିଷ୍ପତ୍ତି ଓଡ଼ିଆ ଜାତିର ଆଗାମୀ ପିଢୀକୁ ଓଡ଼ିଆ ଭାଷା ସାହିତ୍ୟ ଉପରେ ପରିଚିତ କରାଇବା ସହିତ ଏହାକୁ ଏକ ପ୍ରଗତିଶୀଳ ଭାଷାରେ ପରିଣତ କରିବାରେ ଏକ ଐତିହାସିକ ପଦକ୍ଷେପ ବୋଲି ସମାଜବାଦୀ ପାର୍ଟି ମନେକରେ । ଯେଉଁମାନେ ଏଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରି ରାଜରାସ୍ତାରେ ଆନେ୍ଦାଳନ କରୁଥିଲେ, ସେମାନେ ଆନ୍ଦୋଳନରୁକ୍ଷାନ୍ତ ହେବା ସହିତ ଓଡ଼ିଆ ଭାଷା ସହିତ୍ୟକୁ ପ୍ରଗତି ପଥରେ ଆଗେଇ ନେବା ପାଇଁ ଶ୍ରୀ ବେହେରା ସେମାନଙ୍କୁ ଆହ୍ୱାନ କରିଛନ୍ତି ।

0
0
0
s2sdefault