ହେଡଲାଇନସ୍:

ନିର୍ବାଚନ ଆଚରଣ ବିଧି ଉଲଂଘନ: ୭ ଜଣ ପ୍ରାର୍ଥୀଙ୍କୁ କାରଣ ଦର୍ଶାଅ ନୋଟିସ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

୧୨,୪୦.୦୦୦ ଟଙ୍କା  ସହ ୬ ଟି ଚାରି ଚକିଆ ଯାନ ଜବତ

        ନୂଆପଡା. (ଅମିତ ପୁରୋହିତ); ନିର୍ବାଚନ ଆଚରଣ ବିଧି କୁ କଡାକଡି କରିବା ସତ୍ୱେ ଏହାର ଉଲଂଘନ କରାଯାଉଥିବାର ନଜିର ଅଛି । ବିିଭିନ୍ନ ଜାଗାରୁ ଗାଡି ତଲାସ ବେଳେ ଏ ପର୍ଯ୍ୟନ୍ତ ସମୁଦାୟ ୧୨,୪୦.୦୦୦ ଟଙ୍କା ସହ ୬ ଟି ଚାରି ଚକିଆ ଯାନ ଜବତ ହୋଇଛି । ନୂଆପଡା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଡ. ପୋମା ଟୁଡୁ ଏକ ସାମ୍ବାଦିକ ସମ୍ମିଳନିରେ ଏହା ସୂଚନା ଦେଇଥିଲେ । ସୂଚନା ଅନୁସାରେ ନିର୍ବାଚନ ଆଚରଣ ବିଧି ଉଲଂଘନ ଅଭିଯୋଗରେ ଉଭୟ ଲୋକସଭା ଓ ବିଧାନ ସଭା ପ୍ରତ୍ୟାସୀ ଥିବା  ୭ ଜଣ ପ୍ରାର୍ଥୀ ଯଥା ପୁଷ୍ପେନ୍ଦ୍ର ସିଂ ଦେଓ, ବସନ୍ତ ପଣ୍ଡା, ରାଜେନ୍ଦ୍ର ଢୋଲକିଆ, ଅଧିରାଜ ପାଣିଗ୍ରାହୀ, ଘାସିରାମ ମାଝୀ, ହୋମ ସିଂ ମାଝୀ,ଲମ୍ବୋଦର ନିଆଲ ଆଦି ଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଏହା ସହ ଅପରାଧିକ ଗତିବିଧି ଉପରେ ନଜର ରଖିବା ପାଇଁ ୩୫ ଟି ସିସି ଟିଭି କ୍ୟାମେରା ଲଗାଯିବା ସହ ୫୦ କମ୍ପାନୀ ପୋଲିସ ଫୋର୍ସ ମୁତୟନ କରାଯିବାର ବ୍ୟବସ୍ଥା ରହିଛି ବୋଲି ଡ. ଟୁଡୁ ସୂଚନା ଦେଇଥିଲେ । ଏହା ସହ ୬୮ଟି ମାଓ ପ୍ରଭାବିତ ବୁଥରେ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯି ବୋଲି  ସାମ୍ବାଦିକ ସମ୍ମିଳନିରେ ଉପସ୍ଥିତ ଥିବା ନୂଆପଡା ଏସ.ପି ଡ. ସ୍ମିତ ପି ପରମାର କହିଥିଲେ ।     

0
0
0
s2sdefault